ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଏଲନ୍ ମସ୍କଙ୍କ ୟୁଟର୍ଣ୍ଣ ; ଅସ୍ଥାୟୀ ଭାବେ ଟ୍ବିଟର ବ୍ଲୁ ଟିକ୍ ସ୍କିମ୍ ବନ୍ଦ

ନୂଆଦିଲ୍ଲୀ: ଟ୍ବିଟର ବ୍ଲୁ ଟିକ୍‌କୁ ନେଇ ୟୁ-ଟର୍ଣ୍ଣ ମାରିଛନ୍ତି ଏଲନ୍ ମସ୍କ । ଟ୍ବିଟର ବ୍ଲୁ ଟିକ୍ ସ୍କିମ୍ ଉପରେ ଲାଗିଛି ରୋକ୍ । ଏନେଇ ଘୋଷଣା କରିଛନ୍ତି ଟ୍ବିଟରର ନୂଆ ମାଲିକ ଏଲନ ମସ୍କ । ବର୍ତ୍ତମାନ ଏହି ବ୍ଲୁ ଟିକ୍ ସ୍କିମ୍‌ ବନ୍ଦ ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଟ୍ବିଟରରେ ଫେକ୍ ଆକାଉଣ୍ଟ ସମସ୍ୟା ସମାଧାନ ନହେବା ଯାଏଁ ବ୍ଲୁ ଟିକ୍ ସ୍କିମ୍ ବିକ୍ରି ହେବା ବନ୍ଦ ରହିବ ।

ଟ୍ବିଟରକୁ ଏଲନ ମସ୍କ କିଣିବା ପରେ ଆମୂଳଚୁଳ ପରିବର୍ତ୍ତନ କରିଛନ୍ତି। ବ୍ଲୁ ଟିକ୍ ଆକାଉଣ୍ଟ ପାଇଁ ୮ଡଲାର ଦେବାକୁ ପଡ଼ିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଥିଲା । ଏଥିପାଇଁ ବ୍ଲୁ ଟିକ୍ ସ୍କିମ୍ ମଧ୍ୟ ଆରମ୍ଭ ହୋଇଥିଲା । ହେଲେ ଏବେ ଏହି ସ୍କିମ୍ ବନ୍ଦ ରହିବ ବୋଲି ଟ୍ବିଟ୍ କରି ଘୋଷଣା କରିଛନ୍ତି ସିଇଓ ଏଲନ ମସ୍କ । ନକଲି ଆକାଉଣ୍ଟ ଚିହ୍ନଟ ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ଏହି ସ୍କିମ୍ ବନ୍ଦ ରହି ବୋଲି କମ୍ପାନୀ କହିଛି । କୁହାଯାଉଛି, ବ୍ଲି ଟିକ୍ ସ୍କିମ୍ ଆରମ୍ଭ ହେଲେ ବ୍ୟକ୍ତି ବିଶେଷ, କମ୍ପାନୀ ଓ ସଂସ୍ଥାମାନଙ୍କୁ ଭିନ୍ନ ଭିନ୍ନ ରଙ୍ଗର ବ୍ଲୁ ଟିକ୍ ବ୍ୟବହାର ପାଇଁ ଦିଆଯିବ ।

ଟ୍ବିଟର ନୂଆ ପଲିସି ଅନୁଯାୟୀ, ବ୍ଲୁ ଟିକ୍‌ରେ ବଡ଼ ପରିବର୍ତ୍ତନ କରାଯାଇଛି । ବ୍ଲୁ ଟିକ୍ ଚିହ୍ନଟ ପ୍ରକ୍ରିୟା ନଭେମ୍ବର ୨୯ ତାରିଖରୁ ପୁଣି ଆରମ୍ଭ ହୋଇଯିବ । ଭେରିଫିକେସନ୍ ସମୟରେ ଟ୍ବିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇ ଦିଆଯିବ । ଟ୍ବିଟର ବ୍ୟବହାର କରିବାକୁ ହେଲେ କମ୍ପାନୀର ସର୍ତ୍ତକୁ ମାନିବାକୁ ପଡ଼ିବ ବୋଲି କମ୍ପାନୀ କହିଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ