କଳା ଓ ସଂସ୍କୃତି ଧର୍ମ

ଏମିତି ୫ଟି ଜାଗା ଯେଉଁଠାରେ ହସିଲେ ବ୍ୟକ୍ତି ହୋଇଥାଏ କୋଟିଏ ପାପର ଭାଗିଦାରୀ

ଭୁବନେଶ୍ୱର ୨୪/୦୨ : ହସିବା ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ। ଏହାକୁ ଉଭୟ ଜ୍ୟୋତିଷ ଓ ବିଜ୍ଞାନ ସ୍ୱୀକାର କରିଛନ୍ତି। କେବଳ ହସିବା ଦ୍ୱାରା ହିଁ ବ୍ୟକ୍ତି ଅନେକ ପ୍ରକାର ରୋଗରୁ ମୁକ୍ତି ପାଇଥାଏ। କିନ୍ତୁ ଅପରପକ୍ଷରେ ଜ୍ୟୋତିଷଶାସ୍ତ୍ରରେ ଅନୁଯାୟୀ, ଏମିତି କିଛି ସ୍ଥାନ ଅଛି ଯେଉଁଠାରେ ବ୍ୟକ୍ତି ଭୁଲରେ ବି ହସିବା କଥା ନୁହେଁ। ଏହିସବୁ ସ୍ଥାନରେ ହସିଲେ କୋଟିଏ ପାପର ଭାଗିଦାରୀ ହୋଇଥାଏ। କେଉଁ କେଉଁ ସ୍ଥାନରେ ବ୍ୟକ୍ତିକୁ ହସିବା ମନା ପଢନ୍ତୁ।

ସ୍ମଶାନରେ – ଯଦି ଜଣେ ବ୍ୟକ୍ତି ସ୍ମଶାନ ଯାଇ ହସେ ତାହେଲେ ତାହେଲେ ଏହା ୧୦୦ ପାପ ସହ ସମାନ ହୋଇଥାଏ। ସ୍ମଶାନରେ ହସିଲେ ଏହା ସେହି ବ୍ୟକ୍ତିର ପରିବାର ପ୍ରତି ଅପମାନ ହୋଇଥାଏ ଯେଉଁ ପରିବାର ଶୋକରେ ବୁଡି ରହିଥାଏ।

କୋକେଇ ପଛ ଆଡେ – କୋକେଇ ପଛ ପଟେ ବି କେବେ ହସିବା ଉଚି ନୁହେଁ। କୌଣସି ମୃତକଙ୍କ ଶୋକ ଯାତ୍ରାରେ ଗଲାବେଳେ ହସିବା କଥା ନୁହେଁ। ହସିବା ଦ୍ୱାରା ମୃତ ବ୍ୟକ୍ତିଙ୍କ ଅପମାନ ହୋଇଥାଏ।

ଶୋକାକୁଳ ପରିବାରରେ – କୌଣସି ଶୋକାକୁଳ ପରିବାରକୁ ଯାଇ ହସିବା ଉଚିତ ନୁହେଁ। ଏହିଭଳି ସ୍ଥାନକୁ ଯାଇ ଅଯଥା ଗପ ମଧ୍ୟ ଗପିବା ଅନୁଚିତ।

ମନ୍ଦିରରେ – କୌଣସି ମନ୍ଦିରକୁ ଯାଇ ମଧ୍ୟ ହସିବା ଉଚିତ ନୁହେଁ। ଆମେ ସାଧାରଣତଃ ମନ୍ଦିରକୁ ଭଗବାନଙ୍କୁ କିଛି ମାଗିବାକୁ ବା ଦୁଃଖ ଜଣାଇବାକୁ ଯାଇଥାଉ। ସେଥିପାଇଁ ମନ୍ଦିରରେ ଶାନ୍ତ ମନରେ ଭଗବାନଙ୍କୁ ସ୍ମରଣ କରି ପ୍ରାର୍ଥନା କରିବା ଉଚିତ।

ଧାର୍ମିକ କାର୍ଯ୍ୟରେ – କୌଣସି ଧାର୍ମିକ କାର୍ଯ୍ୟକ୍ରମ ବା ଭଗବାନଙ୍କ ପ୍ରବଚନ ଦିଆଯାଉଥିବା ସ୍ଥାନରେ ମଧ୍ୟ କେବେ ହସିବା ଉଚିତ ନୁହେଁ। ଏହିଭଳି ସ୍ଥାନରେ ହସିଲେ ବ୍ୟକ୍ତି ଜ୍ଞାନ ପାଇବାରୁ ବଞ୍ଚିତ ହୋଇଥାଏ ଏବଂ ଅନ୍ୟମାନଙ୍କୁ ମଧ୍ୟ ସମସ୍ୟା ହୋଇଥାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ