ରାଜ୍ୟ ସ୍ପେଶାଲ ରିପୋର୍ଟ

ଏମିତି ଚାଲେ ଅବକାରୀ ଚଢ଼ଉ; ମଦ ବୋଝେଇ ସ୍କୋର୍ପିଓକୁ ଧରି ଛାଡ଼ିଦେଲେ

ସୁନ୍ଦରଗଡ଼: ରବିବାର ସମୟ ସକାଳ ୭ଟା ୪୫। ସୁନ୍ଦରଗଡ଼ ପାଲହୋଟେଲ ଛକ ଆଡ଼ୁ ଆସୁଥିବା ଏକ ସ୍କୋର୍ପିଓକୁ ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଘେରିଗଲେ ଦଳେ ଖାକି ପୋଷାକଧାରୀ। କ’ଣ ହେଲା ଜାଣିବାକୁ ଲୋକଙ୍କ ଭିଡ଼ ବି ବଢ଼ିଗଲା। ଯାଞ୍ଚ ପରେ ଗାଡ଼ିରେ ୧୦ ପେଟି ବେଆଇନ ମଦ ଚାଲାଣ ହେଉଥିବା ଓ ଏହା ଅବକାରୀ ଚଢ଼ଉ ହୋଇଥିବା ଲୋକେ ଜାଣିପାରିଥିଲେ। ଏବେ ମଦ ସହ ସ୍କୋର୍ପିଓ ଜବତ ହେବା ନିଶ୍ଚିତ ବୋଲି ସେଠାରେ ଉପସ୍ଥିତ ଥିବା ଲୋକେ ଭାବି ନେଇଥିଲେ। କିନ୍ତୁ ମାତ୍ର କିଛି ସମୟ ପରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ପାଇଥିଲେ ଲୋକେ। ଖାକିବାବୁମାନଙ୍କ ସହ ଗାଡ଼ିବାଲା ଫୁସଫାସ କଥା ହେଲେ ଓ ଜଣେ ବାବୁଙ୍କ ହାତକୁ ଏକ ବନ୍ଦ ଲଫାପା ଧରାଇ ଦେଲେ। ଏହା ପରେ ମଦ ବୋଝେଇ ଗାଡ଼ି ସେଠାରେ ଥିବା ଲୋକଙ୍କ ଆଖିରେ ଧୂଳି ଫିଙ୍ଗି ଛୁ ମାରିଲା। ଏହି ସମୟରେ ଜଣେ ସଚେତନ ନାଗରିକ ମୋବାଇଲରେ ପୂରା ଦୃଶ୍ୟର ଭିଡିଓ ଉତ୍ତୋଳନ କରୁଥିବା ବେଳେ ଜଣେ କର୍ମଚାରୀ ତାଙ୍କୁ ବାରଣ କରିବା ସହ ଛଡ଼ାଇ ନେଇ ଫିଙ୍ଗି ଦେଇଥିଲେ। ସୁନ୍ଦରଗଡ଼ରେ ଅବକାରୀ ଚଢ଼ଉର ଏପରି ରୋଚକ ଦୃଶ୍ୟ ସହରରେ ଚର୍ଚ୍ଚାର ବିଷୟ ହୋଇଛି। ବେଆଇନ ମଦ କାରବାରକୁ ଅବକାରୀ ବିଭାଗ ହିଁ ଏପରି ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।