ଅପରାଧ ରାଜ୍ୟ

ଏମିତି ଚାଲିଛି ‌ଯୌନ ନିର୍ଯାତନା ଅଭିଯୋଗର ଶୁଣାଣି: ୩୨୭ ଶିକ୍ଷାନୁଷ୍ଠାନରେ ନାହିଁ ଆଇସିସି

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନ ୩୨୭ ଶିକ୍ଷାନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି(ଆଇସିସି) ନାହିଁ। ଆଇସିସି ନ ଥିବାରୁ ନିର୍ଯାତିତ ମହିଳା କର୍ମଚାରୀ ଅଭିଯୋଗ କରିପାରୁ ନାହାନ୍ତି। ଅନ୍‌ଲାଇନ୍‌ ଅଭିଯୋଗ ସୁବିଧା ନାହିଁ କି କ୍ୟାମ୍ପସର ପ୍ରମୁଖ ସ୍ଥାନ, ନୋଟିସ୍‌ ବୋର୍ଡ, ଅଫିସ୍‌, ହଷ୍ଟେଲ, ପ୍ରେକ୍ଷାଳୟ, କ୍ରୀଡ଼ା ଷ୍ଟାଡିୟମ୍‌ରେ କମିଟି ସଦସ୍ୟଙ୍କ ଫୋନ୍‌ ନମ୍ବର ଲଗାଯାଇନାହିଁ। ବିଲ୍‌ଡିଂ ନିକଟରେ ଅଭିଯୋଗ ବାକ୍ସ ନ ଥିବାରୁ କର୍ମଚାରୀମାନେ ନିର୍ଯାତିତ ହେବା ପରେ ସିଧାସଳଖ ଉଚ୍ଚଶିକ୍ଷା ବିଭାଗରେ ଅଭିଯୋଗ କରୁଛନ୍ତି। ‌ଯୌନ ନିର୍ଯାତନା କ୍ଷେତ୍ରରେ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ ଶୂନ୍ୟ ସହନଶୀଳ ନୀତି ଆପଣାଇବାକୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯିବା ସତ୍ତ୍ବେ ତାହାକୁ କ୍ୟାମ୍ପସରେ ପାଳନ କରାଯାଉ ନଥିବା ନଜରକୁ ଆସିଛି। କ୍ୟାମ୍ପସରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ସଚେତନ କରାଇବା ଲାଗି ଆଲୋଚନାଚକ୍ର, ପ୍ରତିଯୋଗିତା, ପ୍ରଦର୍ଶନୀ, ବକ୍ତୃତା, ଫିଲ୍ମ ପ୍ରଦର୍ଶନ ଆଦି ଯୌନ ନିର୍ଯାତନା ସମ୍ପର୍କିତ ନୀତି ନିୟମ ସମ୍ପର୍କରେ ମହିଳା କର୍ମଚାରୀ ଓ ଗ୍ରୁପ୍‌ମାନଙ୍କୁ ଅବଗତ କରାଯାଉ ନଥିବା ଦୃଷ୍ଟିକୁ ଆସିବା ପରେ ଉଚ୍ଚଶିକ୍ଷା ବିଭାଗ କଡ଼ା ଅଭିମୁଖ୍ୟ ଗ୍ରହଣ କରିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ବିଭାଗ ଅଧୀନ ୫୩ଟି ସରକାରୀ ଡିଗ୍ରି କଲେଜ, ୧୭ଟି ତାଲିମ କଲେଜ, ୧୧ଟି କଲେଜ ଅଫ୍‌ ଟିଚର ଏଜୁକେସନ(ସିଟିଇ) ମଧ୍ୟରୁ ଅଧିକାଂଶ କ୍ୟାମ୍ପସରେ ଆଇସିସି ଗଠନ ହୋଇପାରିନାହିଁ। ଯେଉଁଥିପାଇଁ ମହିଳା କର୍ମଚାରୀମାନେ କାର୍ଯ୍ୟକ୍ଷେତ୍ରରେ ଯୌନ ନିର୍ଯାତନାର ଶିକାର ହେଲେ ଅଭିଯୋଗ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ସିଧାସଳଖ ବିଭାଗ ଦୃଷ୍ଟିକୁ ଆଣିବା ସହ ଦସ୍ତକ୍ଷେପ ଲୋଡ଼ୁଛନ୍ତି। କର୍ମଚାରୀଙ୍କ ଅଭିଯୋଗର ଶୁଣାଣି କରିବାକୁ ସମୟ ଲାଗୁଥିବା ବିଭାଗ ପକ୍ଷରୁ କୁହାଯାଇଛି। ତେଣୁ ସେକ୍ସୁଆଲ୍‌ ହାରାସ୍‌ମେଣ୍ଟ ଅଫ୍‌ ଓମେନ୍‌ ଆଟ୍‌ ୱାର୍କପ୍ଲେସ ଆଇନ ୨୦୧୩ ଅନୁଯାୟୀ ଆସନ୍ତା ୧୫ ଦିନ ମଧ୍ୟରେ କ୍ୟାମ୍ପସରେ ଆଇସିସି ଗଠନ ଦିଗରେ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁଯାୟୀ, ଉଚ୍ଚ ଶିକ୍ଷାନୁଷ୍ଠାନରେ ମହିଳାଙ୍କୁ ଯୌନ ନିର୍ଯାତନା ଓ ଜାତିଆଣ ଆକ୍ଷେପ ରୋକିବା ଦିଗରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ୟୁଜିସି ପକ୍ଷରୁ ଗତ ମାସରେ ଦେଶର ସମସ୍ତ ବିଶ୍ବବିଦ୍ୟାଳୟ, କଲେଜଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା। ସମସ୍ତ ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟ, କଲେଜ, ତାଲିମ କେନ୍ଦ୍ର, ଶିକ୍ଷାନୁଷ୍ଠାନ ‌ସମେତ ହସ୍ପିଟାଲ ଓ ନର୍ସିଂହୋମ୍‌ରେ ନିୟମ ଲାଗୁ ସହ ଯେତେବେଳେ କୌଣସି ପ୍ରକାର ଅଭିଯୋଗ ଆସିବ, କମିଟିର ସଦସ୍ୟମାନେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ। ଏଥିସହ ୨୦୨୨-୨୩ ଶିକ୍ଷାବର୍ଷରେ ଆସିଥିବା ଅଭିଯୋଗ ସମ୍ପର୍କରେ ସମସ୍ତ ତଥ୍ୟ ‘ସକ୍ଷମ’ ପୋର୍ଟାଲ saksham.ugc.ac.in ଓ ଉମଙ୍ଗ ପୋର୍ଟାଲ uamp/ugc.ac.in ମାଧ୍ୟମରେ ଯେତେଶୀଘ୍ର ସମ୍ଭବ ପ୍ରଦାନ କରିବାକୁ ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।