କଳା ଓ ସଂସ୍କୃତି ଧର୍ମ

ଏବେ କାନପୁରରେ ହେବ ହରିଦ୍ୱାର ଓ କାଶୀ ଭଳି ଗଙ୍ଗା ଆରତୀ, ପ୍ରସ୍ତୁତ ହେଉଛି ଘାଟ

କାନପୁର ୨୬।୧୧: ହରିଦ୍ୱାର ଓ କାଶୀ ଭଳି ଏବେ କାନପୁରରେ ମଧ୍ୟ ଗଙ୍ଗା ଆରତୀ ହେବ। ଏଥିଲାଗି ଏବେ ରୂପରେଖ ପ୍ରସ୍ତୁତ ହେଉଛି। ନଭେମ୍ବର ୨୭ ତାରିଖ ଶୁକ୍ରବାର ଦିନ ପରୀକ୍ଷାମୂଳକ ଭାବେ ଗଙ୍ଗା ଆରତୀ କରାଯିବ। ଅଟଳ ଘାଟରେ ପ୍ରଥମ ପରୀକ୍ଷାମୂଳକ ଗଙ୍ଗା ଆରତୀ ହେବାକୁ ଥିବା ବେଳେ କୋଭିଡ-୧୯ ନୀତି ନିୟମ ପୂର୍ବକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।


ଗଙ୍ଗାଆରତୀ ଲାଗି ଏବେ କାନପୁରରେ ଲୋକେ ବେଶ ଉତ୍ସାହିତ। ହରିଦ୍ୱାର ଓ କାଶୀ ଭଳି ଏଠାରେ ନିୟମିତ ଗଙ୍ଗା ଆରତୀ ହେବ। ଏଣୁ ଆରତୀ ଲାଗି ଘାଟକୁ ସଜା ଯାଉଛି। ଶୁକ୍ରବାର କାନପୁରରେ ହେବାକୁ ଯାଉଥିବା ପ୍ରଥମ ଗଙ୍ଗା ଆରତୀ ନେଇ ପଣ୍ଡିତ ଶିବକାନ୍ତ ଶାସ୍ତ୍ରୀ ବେଶ୍ ଆଗ୍ରହୀ ଥିବା କହିଛନ୍ତି। କାନପୁରରେ ମଧ୍ୟ କାଶୀ ଭଳି ସବୁଦିନ ଗଙ୍ଗା ଆରତୀ ହେଉ ସେଥି ଲାଗି ଘାଟକୁ ପ୍ରସ୍ତୁତ କରାଯାଉଛି।

ଶୁକ୍ରବାର ପରୀକ୍ଷାମୂଳକ ଗଙ୍ଗା ଆରତୀ ଲାଗି ପ୍ରଶାସନ ସହାୟତା କରୁଛି। ଏହି ଅବସରରେ ଅଟଳ ଘାଟକୁ ୨୧ ହଜାର ଦୀପ ଆଲୋକରେ ଆଲୋକିତ କରାଯିବ। ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ଠାରୁ ସମୟ ନିଆଯାଇ ଏଠାରେ ସବୁଦିନିଆ ଗଙ୍ଗା ଆରତୀକୁ ଶୁଭାରମ୍ଭ କରାଯିବ ବୋଲି ଜଣାପଡିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ