ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଏବେ ଅଫିସରେ ସରକାରୀ କର୍ମଚାରୀଙ୍କ ପାଇଁ ଡ୍ରେସ୍ କୋଡ : ଆଉ ପିନ୍ଧି ପାରିବେ ନାହିଁ ଜିନ୍ସ-ଟିଶାର୍ଟ ଏବଂ ମନଇଚ୍ଛା ପୋଷାକ

ମୁମ୍ବାଇ ୧୩/୧୨: ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର ରାଜ୍ୟରେ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଡ୍ରେସ୍ କୋଡ ନିର୍ଦ୍ଧାରିତ କରିଛନ୍ତି। ଏହା ଅନୁସାରେ ଏବେ ସରକାରୀ ଅଧିକାରୀ ଏବଂ କର୍ମଚାରୀ ଜିନ୍ସ,ଟି-ସାର୍ଟ ଏବଂ ଚପଲ ପିନ୍ଧି ଅଫିସ୍ ଆସି ପାରିବେ ନାହିଁ। ଏବେ ସମସ୍ତ ସରକାରୀ କର୍ମଚାରୀଙ୍କୁ ମଧ୍ୟ ଡ୍ରେସ୍ କୋଡର ପାଳନ କରିବାକୁ ହେବ। ସରକାରୀ କର୍ମଚାରୀଙ୍କୁ ଗାଢ଼ ରଙ୍ଗ,ବିଚିତ୍ର ଷ୍ଟିଚ୍ କିମ୍ବା ଫଟୋ ହୋଇଥିବା ପୋଷାକ ମଧ୍ୟ ନ ପିନ୍ଧିବାକୁ ନିର୍ଦେଶ ଦିଆଯାଇଛି। ଏହା ବ୍ୟତୀତ ସମସ୍ତ ସରକାରୀ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଇଛି ଯେ ଅତି କମ୍‌ରେ ସପ୍ତାହରେ ଥରେ ଖଦୀ ପୋଷାକ ପିନ୍ଧାଯାଉ ଯାହା ଫଳରେ ହସ୍ତତନ୍ତକୁ ଗୁରୁତ୍ବ ଦିଆଯାଇପାରିବ।

ମହାରାଷ୍ଟ୍ର ସରକାରଙ୍କ ତରଫରୁ ଯେଉଁ ନିର୍ଦେଶ ଜାରି କରାଯାଇଛି ତାହା ମୁତାବକ ଦେଖାଯାଇଛି ଯେ କେତେକ ଅଧିକାରୀ ଏବଂ କର୍ମଚାରୀ ସରକାରୀ କର୍ମଚାରୀ ହିସାବରେ ଉପଯୁକ୍ତ ଡ୍ରେସ୍ ପିନ୍ଧୁ ନାହାନ୍ତି ଏବଂ ଏହା ଦ୍ବାରା ସାଧାରଣ ଜନମାନସରେ ତାଙ୍କ ଛବି ଖରାପ ହେଉଛି। ଏଥିପାଇଁ ରାଜ୍ୟରେ ଏବେ ଠୁ ସରକାରୀ କର୍ମଚାରୀ ଜିନ୍ସ ଏବଂ ଟିଶାର୍ଟ ଏବଂ ଚପଲ ପିନ୍ଧି ଅଫିସ୍ ଆସି ପାରିବେ ନାହିଁ। ନିର୍ଦେଶରେ ଏହା ମଧ୍ୟ କୁହାଯାଇଛି ଯେ ସରକାରଙ୍କ ପ୍ରତିନିଧି ଭାବେ କର୍ମଚାରୀଙ୍କ ଡ୍ରେସ୍ ତାଙ୍କ ବ୍ୟକ୍ତିତ୍ବର ଗୁରୁତ୍ବପୂର୍ଣ୍ଣ ଅଂଶ।

ମହାରାଷ୍ଟ୍ରରେ ଏବେ ପୁରୁଷ କର୍ମଚାରୀ ଶାର୍ଟ-ପ୍ୟାଣ୍ଟ କିମ୍ବା ଟ୍ରାଉଜର ଭଳି ପୋଷାକ ଏବଂ ମହିଳା କର୍ମଚାରୀ ଶାଢ଼ୀ,ସଲଓ୍ବାର,ଟ୍ରାଉଜର,ପ୍ୟାଣ୍ଟ-ଶାର୍ଟ,ଚୁଡ଼ିଦାର କୁର୍ତ୍ତା ଏବଂ ଆବଶ୍ୟକ ପଡ଼ିଲେ ଓଢ଼ଣୀ ପିନ୍ଧି ଅଫିସ୍ ଆସି ପାରିବେ। ଏହା ବ୍ୟତୀତ ମହିଳା କର୍ମଚାରୀ ଚପଲ,ସ୍ୟାଣ୍ଡଲ୍ କିମ୍ବା ଯୋତା ଏବଂ ପୁରୁଷ କର୍ମଚାରୀ ଯୋତା କିମ୍ବା ସ୍ୟାଣ୍ଡଲ୍ ପିନ୍ଧି ଆସି ପାରିବେ।

ଲୋକେ ଏହି ପୂରା ପ୍ରକ୍ରିୟାକୁ ସରକାରୀ କର୍ମଚାରୀଙ୍କ ଇମେଜ ବଦଳାଇବା ହିସାବରେ ଦେଖୁଛନ୍ତି। ସେହିପରି ସରକାରଙ୍କ ମତରେ ସାଧାରଣ ଜନତାଙ୍କୁ ସରକାରୀ କର୍ମଚାରୀଙ୍କଠୁ ଭଲ ବ୍ୟବହାର ଏବଂ ବ୍ୟକ୍ତିତ୍ବର ଆଶା ରହିଥାଏ,ଏପରି କ୍ଷେତ୍ରରେ ଯଦି ଅଧିକାରୀ ଏବଂ କର୍ମଚାରୀଙ୍କ ପୋଷାକ ଅନୁପଯୁକ୍ତ ରହିବ,ତେବେ​‌ କେଉଁଠି ନା କେଉଁଠି ଏହାର କାମ ଉପରେ ପ୍ରଭାବ ପଡ଼ିଥାଏ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି