ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଏବର୍ଷଠୁ ଓଡ଼ିଆ ବିଶ୍ବବିଦ୍ୟାଳୟ, ସେପ୍ଟେମ୍ବରରୁ ପାଠପଢ଼ା

ଭୁବନେଶ୍ବର : ୫ବର୍ଷ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ୨୦୨୩-୨୪ ଶିକ୍ଷାବର୍ଷରେ ପୁରୀ ସତ୍ୟବାଦୀଠାରେ ନିର୍ମାଣାଧୀନ ଓଡ଼ିଆ ବିଶ୍ବବିଦ୍ୟାଳୟରେ ନାମଲେଖା ଅନୁଷ୍ଠିତ ହେବ। ପ୍ରଥମ ଶିକ୍ଷାବର୍ଷରେ ୩ଟି ବିଭାଗ ଯଥା ଓଡ଼ିଆ ଭାଷା ଓ ସାହିତ୍ୟ, ଭାଷା ବିଜ୍ଞାନ ଏବଂ ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ, ଆଞ୍ଚଳିକ, ଆଦିବାସୀ ଭାଷା ଏବଂ ଐତିହ୍ୟ ଅଧ୍ୟୟନରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରାଯିବ। ଇଣ୍ଟିଗ୍ରେଟେଡ୍‌ ଏମ୍‌ଏ ପିଏଚ୍‌ଡି ପାଠ୍ୟକ୍ରମରେ ନାମଲେଖା ପାଇଁ ଅନ୍‌ଲାଇନ୍‌ରେ ନାମଲେଖା ପ୍ରକ୍ରିୟା କରାଯିବ। ଏଥିପାଇଁ ଷ୍ଟେଟ୍‌ ସିଲେକ୍ସନ ବୋର୍ଡ(ଏସ୍‌ଏସ୍‌ବି) ପକ୍ଷରୁ ସ୍ବତନ୍ତ୍ର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଅଗଷ୍ଟ ୧୩ରେ ଅନୁଷ୍ଠିତ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ପାଇଁ ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର ଓ ସମ୍ବଲପୁରରେ କେନ୍ଦ୍ର କରାଯିବ। ଅଗଷ୍ଟ ୨୩ରେ ମେଧା ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ଅଗଷ୍ଟ ୨୬ରେ ପ୍ରୋଭିଜନାଲ ଆଲଟମେଣ୍ଟ ହେବ। ଅଗଷ୍ଟ ମାସ ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

ପ୍ରବେଶିକା ପରୀକ୍ଷା ପାଇଁ ଜୁଲାଇ ୮ରୁ ୧୫ ତାରିଖ ମଧ୍ୟରେ ଆଶାୟୀ ପ୍ରାର୍ଥୀ ସାମ୍‌ସ ୱେବସାଇଟ୍‌ www.samsodisha.gov.in ମାଧ୍ୟମରେ ଆବେଦନ କରିପାରିବେ। ଅଗଷ୍ଟ ୭ରେ ଏସ୍‌ଏସ୍‌ବି ୱେବସାଇଟ୍‌ htts:bodisha.ac.in ରେ ପ୍ରାର୍ଥୀଙ୍କ ପାଇଁ ହଲ୍‌ ଟିକେଟ୍‌ ତଥା ଆଡମିଟ୍‌ କାର୍ଡ ଉପଲବ୍ଧ ହେବ। ସାଧାରଣ ବର୍ଗ ପ୍ରାର୍ଥୀଙ୍କ ପାଇଁ କମନ୍‌ ଆପ୍ଲିକେସନ ଫର୍ମ(ସିଏଏଫ୍‌) ଫି’ ୫୦୦ ଟଙ୍କା ରଖାଯାଇଥିବା ବେଳେ ଏସ୍‌ସି/ଏସ୍‌ଟି ବର୍ଗଙ୍କ ପାଇଁ ୩୦୦ ଟଙ୍କା ରହିଛି। ଦିବ୍ୟାଙ୍ଗ, କିନ୍ନର, ଅନାଥ, ଚାଇଲ୍ଡ କେୟାର ଇନ୍‌ଷ୍ଟିଚ୍ୟୁଟ୍‌ ଓ ଗ୍ରିନ୍‌ ପାସେଜ୍‌ ସ୍ମିମ୍‌ରେ ଆବେଦନ କରୁଥିବା ପ୍ରାର୍ଥୀଙ୍କୁ କୌଣସି ଫି’ ଦେବାକୁ ପଡ଼ିବ ନାହିଁ। ବିଶ୍ବବିଦ୍ୟାଳୟ ସ୍ତରରେ ନାମଲେଖା ଫି’ ଆଦାୟ କରାଯିବ। ଆବେଦନକାରୀ ଯୁକ୍ତ୩ ତଥା ସ୍ନାତକ ସ୍ତରରେ ଓଡ଼ିଆ ଅନର୍ସ ରଖି ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ।

୨୦୧୮ ସେପ୍ଟେମ୍ବରରେ ରାଜ୍ୟ କ୍ୟା‌ବିନେଟ୍‌ରେ ଓଡ଼ିଆ ବିଶ୍ବବିଦ୍ୟାଳୟକୁ ମଞ୍ଜୁରି ମିଳିଥିଲା। ପ୍ରାୟ ୨୫ ଏକର ଜାଗାରେ ୧୦ କୋଟି ଟଙ୍କା ବ୍ୟୟରେ ଓଡ଼ିଆ ବିଶ୍ବବିଦ୍ୟାଳୟ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେତେବେଳେ ଘୋଷଣା କରିଥିଲେ। ବିଶ୍ବବିଦ୍ୟାଳୟରେ ଓଡ଼ିଆ ଭାଷାରେ ସ୍ନାତକୋତ୍ତର ପାଠ୍ୟକ୍ରମ ସହ ଇତିହାସ ଓ ଅନ୍ୟାନ୍ୟ ବିଷୟ ଉପରେ ଗବେଷଣାର ଶ୍ରେଷ୍ଠ ସ୍ଥାନ ପାଲଟିବ ବୋଲି ସ୍ବପ୍ନ ଦେଖାଯାଇଥିଲା। ସେହି ଅନୁଯାୟୀ ସେହିବର୍ଷ ଅକ୍ଟୋବର ୯ରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମଦିନରେ ବକୁଳବନଠାରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୨୦୨୧ ସୁଦ୍ଧା ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଇଥିଲେ ମଧ୍ୟ ବିଭିନ୍ନ କାରଣ ପାଇଁ ଦିନ ଗଡ଼ିବା ସହ ବଜେଟ୍‌ ବି ବଢ଼ିଚାଲିଥିଲା। ୨୦୨୧ ଡିସେମ୍ବର ୮ରୁ ଆରମ୍ଭ ହୋଇଥିବା ନିର୍ମାଣ କାମ ୧୮ ମାସ ଭିତରେ ଅର୍ଥାତ୍‌ ୨୦୨୩ ଜୁନ୍‌ ୭ ତାରିଖ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲେ ମଧ୍ୟ ତାହା ହୋଇପାରି ନାହିଁ। ଏବେ ବି ଆହୁରି ୨୦% କାମ ବାକି ରହିଥିବାରୁ ଅସ୍ଥାୟୀ ଭାବେ ନିକଟରେ ଥିବା ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ କ୍ୟାମ୍ପସରେ ଚଳିତବର୍ଷଠାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ। ଡିସେମ୍ବର ସୁଦ୍ଧା ନିଜସ୍ବ କୋଠା ନିର୍ମାଣ ଶେଷ ବୋଲି ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି