ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ

ଏପାଖେ ମୁକ୍ତିଲାଭ, ସେପାଖେ ମହୁରତ

କୋଭିଡ୍ କଟକଣା କୋହଳ ହେବା ପରେ ଓଡ଼ିଆ ଚଳଚ୍ଚିତ୍ର ଜଗତ ଧୀରେଧୀରେ ସକ୍ରିୟ ହେଉଛି। ସରକାର ଅନୁମତି ଦେବା ପରେ ସ୍ବାଧୀନତା ଦିବସ ଅବସରରେ ଓଡ଼ିଆ ଚଳଚ୍ଚିତ୍ର ‘ସହିଦ ରଘୁ ସର୍ଦ୍ଦାର’ ମୁକ୍ତିଲାଭ କରିଛି। ଦୁଇବର୍ଷ ହେବ ଚଳଚ୍ଚିତ୍ରର ସୁଟିଂ ମଧ୍ୟ ବନ୍ଦ ରହିଥିଲା। ସୁଟିଂ ପାଇଁ ଅନୁମତି ମିଳିବା ପରେ ନିକଟରେ କଟକର ଏକ ମନ୍ଦିର ପରିସରରେ ଏକ ନୂଆ ଓଡ଼ିଆ ଚଳଚ୍ଚିତ୍ରର ଶୁଭ ମହୁରତ ଅନୁଷ୍ଠିତ ହେଇଛି। ଏହାର ଶୀର୍ଷକ ରହିଛି ‘ନାରୀ ନୁହେଁ ତୁ ଅର୍ଦ୍ଧନାରୀ’।

କିନ୍ନରୀ ସଂଘର ସମ୍ପାଦିକା ମୀରା ପରିଡ଼ା ଓ ହାସ୍ୟାଭିନେତା ହରିହର ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଉତ୍ସବରେ ପ୍ରଯୋଜକ ସମ୍ବିତ କୁମାର ସାହୁ ଓ ସହ ପ୍ରଯୋଜକ ସଞ୍ଜୟ କୁମାର ସାହୁ, ନିର୍ଦ୍ଦେଶକ ମାନସଙ୍କ ସମେତ ଚଳଚ୍ଚିତ୍ର ପାଇଁ ମନେନୀତ କରାଯାଇଥିବା କଳାକାରମାନେ ମଧ୍ୟ ଯୋଗ ଦେଇଥିଲେ। ଖୁବ୍‌ଶୀଘ୍ର ଏହାର ସୁଟିଂ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଉକ୍ତ ଚଳଚ୍ଚିତ୍ରର ପ୍ରଚାର-ପ୍ରସାର ଦାୟିତ୍ବ ନିର୍ବାହ କରୁଥିବା ଅମରେଶ। ଚନ୍ଦ୍ରାବତୀ ଭିଜନ୍‌ ବ୍ୟାନର୍ ନିବେଦିତ ଏଇ ଚଳଚ୍ଚିତ୍ରରେ ଅର୍ଦ୍ଧନାରୀ ଭୂମିକାରେ ଅବତୀର୍ଣ୍ଣ ହେବେ ସମ୍ବିତ କୁମାର। ଏହାବ୍ୟତୀତ ଅସିତ ପତି, ଯାତ୍ରା ସୁପର୍‌ଷ୍ଟାର୍ ସୁରେଶ ପଣ୍ଡା, ମିତା ଚକ୍ରବର୍ତ୍ତୀ, ଲକ୍ଷ୍ମୀପ୍ରିୟା, ରୋଶନ, ପାୟଲ, ହରି ମହାପାତ୍ର, ପିଣ୍ଟୁ, ସିପୁ ପ୍ରମୁଖ ବିଭିନ୍ନ ଭୂମିକାରେ ଅଭିନୟ କରିବେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ