ରାଜ୍ୟ ସ୍ପେଶାଲ ରିପୋର୍ଟ

ଏନ୍‌ଟିସିଏର ମଞ୍ଜୁରି: ଦେବ୍ରିଗଡ଼ରେ ହେବ ବ୍ୟାଘ୍ର ଅଭୟାରଣ୍ୟ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ସମ୍ବଲପୁର/ବରଗଡ଼ : ପ୍ରକୃତିପ୍ରେମୀଙ୍କ ପାଇଁ ଖୁସି ଖବର। ଓଡ଼ିଶାରେ ହେବାକୁ ଯାଉଛି ଆଉ ଏକ ବ୍ୟାଘ୍ର ଅଭୟାରଣ୍ୟ। ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ବ୍ୟାପିଥିବା ଡେବ୍ରିଗଡ଼ ଅଭୟାରଣ୍ୟ ସହ ସରାଇଦାମାକ ଓ ଦେଚୁଆଁ ସଂରକ୍ଷିତ ଜଙ୍ଗଲକୁ ମିଶାଇ ୮୦୪ ବର୍ଗ କିଲୋମିଟର୍ ବିଶିଷ୍ଟ ସଂରକ୍ଷିତ ଜଙ୍ଗଲ ସୃ‌ଷ୍ଟି କରାଯିବ। ଏଥି ପାଇଁ ୨୦୧୮ରୁ ଓଡ଼ିଶା ସରକାର କେନ୍ଦ୍ର ନିକଟରେ ଦାଖଲ କରିଥିବା ପ୍ରସ୍ତାବକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ସିଟିଏ) ମଞ୍ଜୁର କରିଛନ୍ତି।

ଡେବ୍ରିଗଡ଼ ଅଭୟାରଣ୍ୟରେ ବିଭିନ୍ନ ପ୍ରକାର ବନ୍ୟପ୍ରାଣୀଙ୍କ ସହ ବହୁସଂଖ୍ୟାରେ କଲରାପତରିଆ ବାଘ ଅଛନ୍ତି। କିନ୍ତୁ, ୨୦୧୭ରେ ଏହି ଅଭୟାରଣ୍ୟରେ ଥିବା ଏକମାତ୍ର ମହାବଳ ବାଘକୁ ଶିକାରୀମାନେ ହତ୍ୟା କରିଥିଲେ। ଏହା ପରଠାରୁ ଡେବ୍ରିଗଡ଼ ମହାବଳ ଶୂନ୍ୟ ରହିଥିଲା। କିନ୍ତୁ , ୨୦୨୨ରେ ‌ପୁଣି ଏକ ଯୁବ ଅଣ୍ଡିରା ମହାବଳ ବାଘ ଆସି ଏହି ଅଭୟାରଣ୍ୟରେ ପ୍ରବେଶ କରିଛି ଓ ଆସ୍ଥାନ ଜମାଇଛି। ଏହାର ପରେପରେ ଏନ୍‌ସିଟିଏ ଏହି ଅଭୟାରଣ୍ୟକୁ ବ୍ୟାଘ୍ର ପ୍ରକଳ୍ପଭାବେ ମଞ୍ଜୁରି ଦେଇଛି।

ଓଡ଼ିଶା ସରକାର ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ କରିବା ପରେ ଏହା ବିଧିବଦ୍ଧଭାବେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ମାନ୍ୟତା ପାଇବ। ବର୍ତ୍ତମାନ ଏଠାରେ ଗୋଟିଏ ବାଘ ଥିବାବେଳେ ସଂରକ୍ଷିତ ବ୍ୟାଘ୍ର ପ୍ରକଳ୍ପ ଘୋଷଣା ହେବାପରେ ଅଧିକ ସଂଖ୍ୟାରେ ବାଘ ଆଣି ଏହାକୁ ଏକ ସଂପୂର୍ଣ୍ଣ ବ୍ୟାଘ୍ର ଅଭୟାରଣ୍ୟରେ ପରିଣତ କରାଯିବ। ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ବିଫଳ ହେବା ପରେ ଡେବ୍ରିଗଡ଼ ପରିବେଶପ୍ରେମୀଙ୍କ ମନରେ ନୂଆ ଆଶା ସଂଚାର କରିଛି।

ଉଲ୍ଲେଖଯୋଗ୍ୟ ଯେ ଡେବ୍ରିଗଡ ଅଭୟାରଣ୍ୟର ପ୍ରତି ଏକ ବର୍ଗ କିଲେମିଟର୍‌ ଅଞ୍ଚଳରେ ୩୮ ରୁ ୪୦ ବନ୍ୟପ୍ରାଣୀ ରହିଛନ୍ତି। ବାଘର ଅତି ପ୍ରିୟ ଶିକାର ସମ୍ବର ଏଠାରେ ବହୁ ସଂଖ୍ୟାରେ ଅଛନ୍ତି। ଏହାଛଡ଼ା ଚିତ୍ରା ହରିଣ, ଜଙ୍ଗଲି ବାର୍‌ହା, ଜଙ୍ଗଲି ମଇଁଷି ଏଠାରେ ବହୁସଂଖ୍ୟାରେ ଦେଖାଯାଆନ୍ତି। ଡେବ୍ରିଗଡ଼ ଅଭୟାରଣ୍ୟ ଗୋଟିଏ ପାର୍ଶ୍ବରେ ଛତିଶଗଡ଼ର ଉଦନ୍ତୀ ସୀତାନଦୀ ଓ ଅପରପାର୍ଶ୍ବରେ ଅଚାନକମାର ବ୍ୟାଘ୍ର ଅଭୟାରଣ୍ୟ ସହ ସଂଯୁକ୍ତ। ସେହିପରି ଏହାର ତେଲେଙ୍ଗାନାର କୱଲ ବ୍ୟାଘ୍ର ପ୍ରକଳ୍ପ, ଓଡ଼ିଶାର ସୁନାବେଡ଼ା ଓ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ସହ ସଂପର୍କ ରହିଛି। ତେଣୁ ଏସବୁ ସ୍ଥାନରୁ ଏଠାକୁ ବାଘ ଆସିବାର ପଥ ଉନ୍ମୁକ୍ତ ରହିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।