ଅପରାଧ ରାଜ୍ୟ

ଏନ୍‌ଏଚ୍‌ଆର୍‌ସିକୁ ଗଲା ହାଜତ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ପାଇଁ ପିଟିସନ୍

ବ୍ରହ୍ମପୁର : ଗଞ୍ଜାମ ପୁଲିସ ଜିଲ୍ଲା ଅନ୍ତର୍ଗତ ଚମାଖଣ୍ଡି ଥାନାରେ ଗତକାଲି ଘଟିଥିବା ହାଜତ ମୃତ୍ୟୁ ଘଟଣାକୁ ନେଇ ଜାତୀୟ ମାନବାଧିକାର କମିସନ୍‌(ଏନ୍‌ଏଚ୍‌ଆର୍‌ସି)ର ଦୃଷ୍ଟି ଆକର୍ଷଣ କରାଯାଇଛି।

ଗଞ୍ଜାମ ଜିଲ୍ଲାରେ ପୁଲିସ ହେପାଜତରେ ବାରମ୍ବାର ଏଭଳି ଘଟଣା ଘଟୁଛି। ଚମାଖଣ୍ଡି ଥାନାରେ ଅଟକ ଥିବା ଯୁବକ ସିଏଚ୍‌. ତ୍ରିଲୋଚନ ରେଡ୍ଡୀ ଗତକାଲି ଆତ୍ମହତ୍ୟା କରିଥିଲେ। ଏସମ୍ପର୍କରେ ବ୍ରହ୍ମପୁର ସହରର ଯୁବ ସାମାଜିକକର୍ମୀ ରବୀନ୍ଦ୍ର କୁମାର ମିଶ୍ର ଏନ୍‌ଏଚ୍‌ଆର୍‌ସିର ଦୃଷ୍ଟି ଆକର୍ଷଣ କରି ମାନବ ଅଧିକାର ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ଏହାସହ ହାଜତ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଜାରି କରିବାକୁ ସେ ତାଙ୍କ ପିଟିସନ୍‌ରେ ଅନୁରୋଧ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଗତ ୩୦ ତାରିଖ ଦିନ ଏକ ଗଣ୍ଡଗୋଳ ମାମଲାରେ ପୁଲିସ୍‌ ତ୍ରିଲୋଚନଙ୍କୁ ଥାନାରେ ଅଟକ ରଖିଥିଲା। ଗତକାଲି ସକାଳେ ତ୍ରିଲୋଚନ ପାଇଖାନାକୁ ଯାଇଥିଲେ। ଭିତରପଟୁ କବାଟ ବନ୍ଦ ଥିବାବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ବାହାରି ନଥିଲେ। ସେଣ୍ଟ୍ରିଙ୍କୁ ସନ୍ଦେହ ହେବାରୁ ସେ କବାଟ ଠେଲି ଦେଖିବା ବେଳେ ତ୍ରିଲୋଚନଙ୍କ ବେକରେ ଲୁଙ୍ଗି ବନ୍ଧା ହୋଇଥିଲା। ତ୍ରିଲୋଚନ ଆତ୍ମହତ୍ୟା ଉଦ୍ୟମ କରୁଥିବା ସନ୍ଦେହ କରି ତୁରନ୍ତ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସର ଦାୟିତ୍ବହୀନତା ଓ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା ସାଧାରଣରେ ଅଭିଯୋଗ ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।