ରାଜ୍ୟ

ଏଥର ବୁଣା କମିବ, ରୁଆ ବଢ଼ିବ: ୧୫% ଜମିରେ ସୀମିତ ଧାନ ଚାଷ

ରାଉରକେଲା: କେବେଠୁ ଆରମ୍ଭ ହେବ ଧାନ ବୁଣା? କେବେ ପକା ହେବ ତଳି? ବର୍ଷା ହେବ ନା ନାହିଁ? ଏଭଳି ଅନେକ ଚିନ୍ତା ଏବେ ଚାଷୀକୁ ଘାରିଛି। କେବଳ ନିର୍ଦ୍ଦିଷ୍ଟ ଗୋଟିଏ କି ଦୁଇଟି ବ୍ଲକ ନୁହେଁ, ପୂରା ଜିଲ୍ଲାରେ ଏଭଳି ସ୍ଥିତି। ସ୍ବଳ୍ପ ବୃଷ୍ଟି ଯୋଗୁଁ ସ୍ଥିତି ସଙ୍ଗିନ ହେବାରେ ଲାଗିଛି। ଜୁଲାଇ ଅଧା ସରିବା ଉପରେ, କିନ୍ତୁ ଏଯାଏଁ ୧୫ ପ୍ରତିଶତରୁ କମ୍‌ ଜମିରେ ଚାଷ କାମ ଆରମ୍ଭ ହୋଇଛି। ନା ଧାନ ବୁଣା ବେଗ ଧରି ପାରୁଛି ନା ତଳିପକା। ତେବେ ବୁଧବାର ସନ୍ଧ୍ୟାରେ ଜିଲ୍ଲାର କେତେକ ଅଞ୍ଚଳରେ କିଛିକିଛି ବର୍ଷା ହୋଇ ଥିବାରୁ ଏହା ଚାଷ କାମ ଆଗକୁ ବଢ଼ାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

ଜିଲ୍ଲାରେ ମୋଟ୍‌ ୩ ଲକ୍ଷ ୧୩ ହଜାର ହେକ୍ଟର ଚାଷ ଜମି ରହିଛି। ଏଥି ମଧ୍ୟରୁ ୨ ଲକ୍ଷ ୧୨ ହଜାର ହେକ୍ଟର ଜମିରେ ଧାନ ଚାଷ ହୁଏ। ମୋଟ ଧାନ ଚାଷ ଜମିର ୩୫% ଜମିରେ ଧାନ ବୁଣା ଯାଇଥାଏ ଓ ବାକି ୬୫% ଜମିରେ ତଳି ପକାଇ ଚାଷ କରାଯାଏ। ହେଲେ ଏଥର କିନ୍ତୁ ଧାନ ବୁଣା ହ୍ରାସ ପାଇବ। ଆଉ ଏହାର ମୁଖ୍ୟ କାରଣ ପାଲଟିଛି ବର୍ଷାର ଅଭାବ। ଚଳିତ ଖରିଫ ଋତୁରେ ପାଖାପାଖି ୨୫% ଜମିରେ ବୁଣା ଓ ୭୫% ଜମିରେ ଧାନ ରୁଆଯିବ ବୋଲି କୃଷି ବିଶେଷଜ୍ଞମାନେ କହିଛନ୍ତି। ସ୍ବାଭାବିକ ବର୍ଷା ହେଉଥିବା ବର୍ଷରେ ଏହି ସମୟ ମଧ୍ୟରେ ଜିଲ୍ଲାରେ ଧାନ ଚାଷ ବେଶ ଆଗେଇ ସାରିଥାଏ। ଜୁଲାଇ ଦ୍ବିତୀୟ ସପ୍ତାହ ସୁଦ୍ଧା ପାଖାପାଖି ୫୦% ଜମିରେ ଧାନ ରୁଆ, ବୁଣା ସରିଥାଏ। ଏଥର କିନ୍ତୁ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜୁଲାଇ ୧୦ ତାରିଖ ସୁଦ୍ଧା ଜିଲ୍ଲାରେ ମାତ୍ର ୨୫,୮୭୭ ହେକ୍ଟର ଜମିରେ ଧାନ ବୁଣା ସରିଥିବାବେଳେ କେବଳ ୫,୬୪୦ ହେକ୍ଟର ଜମିରେ ଧାନ ରୁଆ ହୋଇଛି। ଅର୍ଥାତ୍‌, ମୋଟ ୨.୧୨ ଲକ୍ଷ ହେକ୍ଟର ଧାନ ଚାଷ ଜମିରୁ କେବଳ ୩୧ ହଜାର ୫୧୭ ହେକ୍ଟର ଜମି (୧୪.୮୬%)ରେ ଏଯାବତ୍‌ ଧାନ ଚାଷ ଆରମ୍ଭ ହୋଇ ପାରିଛି। କିନ୍ତୁ ଅବଶିଷ୍ଟ ୧ ଲକ୍ଷ ୮୦ ହଜାର ୪୮୩ ହେକ୍ଟର ଜମି (୮୫.୧୩%)ରେ ଚାଷ ଆରମ୍ଭ ହୋଇ ନାହିଁ।

ଧାନ ଭଳି ପନିପରିବା ଚାଷ ମଧ୍ୟ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛି। ବର୍ଷାଭାବରୁ ଋତୁକାଳୀନ ପରିବା ଚାଷୀ ମୁଣ୍ଡରେ ହାତ ଦେଇଛି। ପ୍ରକାଶଥାଉକି, ଏ ବର୍ଷ ୧ ଲକ୍ଷ ୧ ହଜାର ହେକ୍ଟର ଜମିରେ ମାଣ୍ଡିଆ, ପନିପରିବା, ଗହମ, ତୈଳବୀଜ, ଡାଲି ଜାତୀୟ ଚାଷ କରାଯିବ। ବିଶେଷ କରି ଏବର୍ଷ ୧୩,୨୫୦ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରିବାକୁ ଜିଲ୍ଲା କୃଷି ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଛି। ସେହିଭଳି ୧୭,୫୩୦ ହେକ୍ଟର ଜମିରେ ପନିପରିବା, ୧୦,୨୬୦ ହେକ୍ଟର ଜମିରେ ମକା, ୪୫,୧୦୦ ହେକ୍ଟରରେ ଡାଲିଜାତୀୟ, ୧୩,୫୩୦ ହେକ୍ଟର ଜମିରେ ଚଣା ଜାତୀୟ ସମେତ ଆଳୁ, ଟମାଟୋ, ଆଖୁ ଆଦି ବିଭିନ୍ନ ଚାଷ ହେବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।