ରାଜ୍ୟ

ଏତେ ଅର୍ଜିଛନ୍ତି ଅବକାରୀ ଯୁଗ୍ମ କମିସନର୍‌: ୬ କୋଠା, ୫୨ ପ୍ଲଟ୍‌, ଫାର୍ମ ହାଉସ୍‌ ଠାବ

ଭୁବନେଶ୍ବର/ସମ୍ବଲପୁର: ରାଜଧାନୀରୁ ଆରମ୍ଭ କରି ବଲାଙ୍ଗୀର, ସମ୍ବଲପୁର, ସୁବର୍ଣ୍ଣପୁର ଯେଉଁଆଡ଼େ ଗଲେ ବାବୁଙ୍କର କୋଠା ଆଉ ଫ୍ଲାଟ। ସମ୍ବଲପୁର, ବଲାଙ୍ଗୀର, ସୁବର୍ଣ୍ଣପୁରରେ ପ୍ଲଟ। ଖାଲି ଏତିକି ନୁହେଁ; ବାବୁଙ୍କର ଫାର୍ମ ହାଉସ, ରାଇସ୍‌ ମିଲ୍‌ ବି ରହିଛି। ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ପୁଳାପୁଳା ଟଙ୍କା, ବିପୁଳ ସୁନାଗହଣା। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ଉ ‌ବେଳେ ଭୁବନେଶ୍ବର ଅବକାରୀ ଯୁଗ୍ମ କମିସନର ରାମଚନ୍ଦ୍ର ମିଶ୍ରଙ୍କ ଏଭଳି ଅଚଳାଚଳ ସମ୍ପତ୍ତି ଠାବ ହୋଇଛି। ଭିଜିଲାନ୍ସର ୧୦ଟି ଟିମ୍‌ ଆଜି ଶ୍ରୀ ମିଶ୍ରଙ୍କ ଭୁବନେଶ୍ବର ରୂପାଲି ଇପିକଲ୍‌ ହାଉସ୍‌ରେ ଥିବା କାର୍ଯ୍ୟାଳୟ, ଖାରବେଳନଗର ସ୍ଥିତ ଫ୍ଲାଟ, ଖଣ୍ଡଗିରି ଧର୍ମବିହାର ଭଡ଼ାଘର, ସୁବର୍ଣ୍ଣପୁର ସ୍ଥିତ ପୈତୃକ ଘର ଆଦି ୧୦ଟି ସ୍ଥାନରେ ଚଢ଼ଉ କରି ୧୦କୋଟିରୁ ଊର୍ଧ୍ବ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଥିବା ଜାଣିବାକୁ ପାଇଛି।

ଚଢ଼ଉ ବେଳେ କେବଳ ଭୁବନେଶ୍ବର ଆଇଗିଣିଆ ସତ୍ୟସାଇ ଏନ୍‌କ୍ଲେଭରେ ଏକ ଡୁପ୍ଲେକ୍ସ ଓ ଖାରବେଳନଗର ଚନ୍ଦ୍ରମା ଅପାର୍ଟମେଣ୍ଟରେ ୨ବିଏଚ୍‌କେ ଫ୍ଲାଟ ଠାବ କରାଯାଇଛି। ଫ୍ଲଟ ଓ ଡୁପ୍ଲେକ୍ସର ମୂଲ୍ୟ ୨କୋଟିରୁ ଊର୍ଧ୍ବ ହେବ। ବରଗଡ଼ରେ ଗୋଟିଏ ୨ ବିଏଚ୍‌କେ ଫ୍ଲାଟ ଓ ବଲାଙ୍ଗୀରରେ ୨ଟି ତିନିମହଲା କୋଠା, ଗୋଟିଏ ଏକ ମହଲା କୋଠା ରହିଛି। ବଲାଙ୍ଗୀର ସମ୍ପତ୍ତିର ମୂଲ୍ୟ ୨କୋଟି ଟଙ୍କା ହେବ। ସେହିପରି ସୁବର୍ଣ୍ଣପୁରରେ ଦୁଇ ମହଲା କୋଠା, ଗୋଟିଏ ଫାର୍ମ ହାଉସ, ତରଭା ନିକଟରେ ଏକ ରାଇସ୍‌ ମିଲ୍‌ ଠାବ କରାଯାଇଛି। ଯାହାର ମୂଲ୍ୟ ଦେଢ଼ କୋଟିରୁ ଅଧିକ ହେବ। ଏହାଛଡ଼ା ସୁବର୍ଣ୍ଣପୁରରେ ୪୭ଟି, ବଲାଙ୍ଗୀରରେ ୩ଟି ଓ ସମ୍ବଲପୁରରେ ୨ଟି ଏହିପରି ମୋଟ ୫୨ଟି ପ୍ଲଟ ଠାବ କରାଯାଇଛି। ଉକ୍ତ ପ୍ଲଟର ମୂଲ୍ୟ ୪କୋଟିରୁ ଅଧିକ ହେବ। ଘରୁ ନଗଦ ଟଙ୍କା, ୨୩୦ ଗ୍ରାମ୍‌ର ସୁନା ଗହଣା, ୩୧୭ ଗ୍ରାମର ରୁପା, ୧୧.୨୫ ଲକ୍ଷ ଟଙ୍କାର ଆସବାବପତ୍ର ମଧ୍ୟ ଜବତ କରାଯାଇଛି। ୩ଟି ବାଇକ୍‌ ଠାବ କରାଯଇଛି। ଏହାଛଡ଼ା ବ୍ୟାଙ୍କରେ ଓ ବିଭିନ୍ନ ବଣ୍ଡ୍‌, ଇନ୍ସ୍ୟୁରାନ୍ସରେ ମଧ୍ୟ ଟଙ୍କା ରହିଛି। କେବଳ ବ୍ୟାଙ୍କରେ ୨୨ଲକ୍ଷ ଟଙ୍କା ଥିବା ଜଣାପଡ଼ିଥିବା ବେଳେ ବଣ୍ଡ୍‌ ଓ ଇନ୍ସ୍ୟୁରାନ୍ସ ହିସାବ କରାଯାଇପାରି ନାହିଁ। ଠାବ ହୋଇଥିବା ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୦କୋଟିରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଚଢ଼ଉ ଜାରି ରହିଥିବା ବେଳେ ଆଗକୁ ଢେର୍‌ ଅଧିକ ସମ୍ପତ୍ତି ଠାବ ହେବ ବୋଲି ଅନୁମାନ କରାଯାଉଛି। ଏନେଇ ଭିଜିଲାନ୍ସ ଟିମ୍‌ ଅଧିକ ଖୋଳତାଡ଼ କରୁଛି। ୧୦ ଜଣ ଡିଏସ୍‌ପିଙ୍କ ସମେତ ୧୫ଜଣ ଆଇଆଇସି ଓ ଅନ୍ୟ କର୍ମଚ‌ାରୀମାନେ ଚଢ଼ଉରେ ସାମିଲ ହୋଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।