ଅପରାଧ ରାଜ୍ୟ

ଏଟିଏମ୍‌ ଲୁଟ୍ ଉଦ୍ୟମ ପଣ୍ଡ, ପୋଲିସ ପହଞ୍ଚିବା ବେଳକୁ ଲୁଟେରା ଫେରାର

ବାଲିପାଟଣା ୧୬।୦୬ : ଏଟିଏମ୍‌ ଲୁଟ୍ ଉଦ୍ୟମ ପଣ୍ଡ । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ନରଦା ବଜାରରେ ଥିବା ଷ୍ଟେଟ୍‌ ବ୍ୟାଙ୍କ ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ପଣ୍ଡ ହୋଇଛି । ବାଲିପାଟଣା ପୋଲିସ ଘଟଣାସ୍ଥଳରେ ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତି ଜଣେ ଲୁଟେରା ମୁହଁରେ ଗାମୁଛା ଗୁଡ଼ାଇ ଏଟିଏମ୍‌ ମଧ୍ୟରେ ପ୍ରବେଶ କରିବା ସହ ଏଟିଏମ୍‌ ମେସିନ୍‌କୁ ଭାଙ୍ଗିବାକୁ ପ୍ରୟାସ କରିଥିଲେ । ଘଟଣା ସମୟରେ ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏଟିଏମ୍‌ର ସମ୍ମୁଖ ଭାଗର ଏକ ଅଂଶ ମଧ୍ୟ ଭାଙ୍ଗିଯାଇଥିଲା । ଏହି ସମୟରେ ସେନ୍‌ସର ଯୋଗୁଁ ବ୍ୟାଙ୍କ ମୁଖ୍ୟ ଅଫିସକୁ ଲୁଟ୍‌ ଉଦ୍ୟମ ହେଉଥିବା ନେଇ ସୂଚନା ମିଳିଥିଲା । ଏହାପରେ ବାଲିପାଟଣା ଥାନାକୁ ଖବର ଦିଆଯାଇଥିଲା । ବାଲିପାଟଣା ଥାନା ପୋଲିସ ତୁରନ୍ତ ନରଦା ବଜାରରେ ପହଞ୍ଚିଥିଲେ । ସେତେବେଳକୁ ଲୁଟେରା ଜଣକ ଫେରାର ହୋଇଯାଇଥିଲା । ଏଟିଏମ୍‌ର କେବଳ ସାମ୍ନା ଅଂଶଟି ଭାଙ୍ଗିଯାଇଥିଲା । ଆଇରନ୍‌ ଚେଷ୍ଟର କୌଣସି କ୍ଷତି ହୋଇନଥିଲା । ଏପିରିକି ଏଟିଏମ୍‌ରେ ଥିବା ସମସ୍ତ ଟଙ୍କା ସୁରକ୍ଷିତ ରହିଛି । ସେପଟେ ଏନେଇ ବାଲିପାଟଣା ଥାନାରେ ଏକ ମାମଲା ରୁଜୁ ହୋଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।