ରାଜ୍ୟ ସ୍ପେଶାଲ ରିପୋର୍ଟ

ଏକ୍ସପ୍ରେସ୍‌ ଟ୍ରେନ୍‌ ରହଣି ଦାବିରେ ବାମରା ଷ୍ଟେସନ୍‌ରେ ରେଳ ରୋକ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବାମରା: ସମ୍ବଲପୁର ଜିଲ୍ଲା ବାମରା ଅଞ୍ଚଳର ରେଳ ସମସ୍ୟା ନେଇ ଦୀର୍ଘ ଦିନ ହେଲା ଦାବି ହୋଇଆସୁଛି। ଏହି କ୍ରମରେ ଆଜି ସକାଳୁ ବାମରା ଷ୍ଟେସନରେ ରେଳ ରୋକ କରାଯାଇଛି। ଏହି ଷ୍ଟେସନରେ ଏକ୍ସପ୍ରେସ୍‌ ଟ୍ରେନ୍‌ ରହଣି ଦାବି କରି ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ଆନ୍ଦୋଳନରେ ଶତାଧିକ ମହିଳା ଓ ପୁରୁଷ ସାମିଲ ରହିଛନ୍ତି। ବାମରା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ଟାରୁ ଆରମ୍ଭ ହୋଇଥିବା ରେଳରୋକ ଆନ୍ଦୋଳନରେ ଦାବି କରାଯାଇଛି ଯେ, ପୂର୍ବରୁ ରହୁଥିବା ଏକ୍ସପ୍ରେସ୍‌ ଟ୍ରେନ୍‌ପୁନର୍ବାର ରହିଣି ହେଉ।

ଗତ ରବିବାର ଜିଲ୍ଲା ପ୍ରଶାସନର ପ୍ରୟାସ କ୍ରମେ ଏକ ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ବାମରା ବ୍ଲକ୍‌ ଅଫିସ୍‌ ସଭାଗୃହରେ କୁଚିଣ୍ଡା ଉପଜିଲ୍ଲାପାଳ ବିଭୁତି ଭୂଷଣ ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଏସ୍‌ଡିପିଓ ରାଜ କିଶୋର ମିଶ୍ର, ତହସିଲଦାର ଅନିଲ କୁଲୁ, ବିଡିଓ ପୁଷ୍ପକ ପ୍ରଧାନ, ଗୋବିନ୍ଦପୁର ଥାନା ଅଧିକାରୀ ବିଧୁ ଭୂଷଣ ମିଶ୍ର, ରେଲୱେ ପକ୍ଷରୁ ଝାରସୁଗୁଡ଼ା ସିନିୟର ସେକ୍ସନ ଇଞ୍ଜିନିୟର ପ୍ରେମ ସାଗର ହାତୀ ଓ ଜେଇ ନବୀନ କୁମାର ସମେତ ରେଳ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତା ଓ ଗ୍ରାମବାସୀମାନେ ଉପସ୍ଥିତ ରହିଥିଲେ।

ରେଳ ପ୍ରତିନିଧି ପକ୍ଷରୁ ଉଚ୍ଛେଦ କରାଯାଇଥିବା ସମସ୍ତ ଟ୍ରେନ ପରିବର୍ତ୍ତେ ରେଲୱେ କେବଳ ୪ଟି ଟ୍ରେନ ଯଥା ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟି, ହାଓଡ଼ା–ଅହମଦାବାଦ, ପୁରୀ-ଋଷିକେଶ ୟୋଗ ନଗରୀ ଉତ୍କଳ ଏକ୍ସପ୍ରେସ ଏବଂ ଦୁର୍ଗ–ଦାନାପୁର ସାଉଥ ବିହାର ଏକ୍ସପ୍ରେସ ଟ୍ରେନ ଗୁଡିକ ପୁନଃ ରହଣି କରାଯାଇଛି ବୋଲି ସୂଚନା ଦେବା କ୍ଷଣି ଉପସ୍ଥିତ ଗ୍ରାମବାସୀ ଓ କମିଟିର ସଦସ୍ୟମାନେ ପାଟିତୁଣ୍ଡ କରି ଉଦ୍‌ବେଗ ପ୍ରକାଶ କରିଥିଲେ। ଆଲୋଚନା ସମୟରେ ଗ୍ରାମବାସୀମାନେ ବିଭିନ୍ନ ପ୍ରସଙ୍ଗ, ଅଭାବ ଅସୁବିଧାକୁ ନେଇ ପ୍ରଶ୍ନ ପଚାରିଥିଲେ ହେଁ ରେଳବାଇ ପକ୍ଷରୁ କୌଣସି ସନ୍ତୋଷଜନକ ଉତ୍ତର ମିଳି ନ ଥିଲା। ସଭାରେ ପାର୍ସଲ ବୁକିଙ୍ଗ, ଟ୍ରେନ ରହଣି, ଅଣ୍ଡରପାସ ବ୍ୟବସ୍ଥା, ଚିଲି ଟ୍ରେଡିଂ, ଆନ୍ଦୋଳନ ସମୟରେ ଆର୍‌ପିଏଫର ଅମାନବୀୟ କାର୍ଯ୍ୟକଳାପ ସମେତ ଚକ୍ରଧରପୁର ଡିଭିଜନର ଅପାରଗ ମନୋବୃତ୍ତି ବିଷୟରେ ଆଲୋଚନା କରି କଟୁ ସମାଲୋଚନା କରାଯାଇଥିଲା।

Video Player

00:00
00:48

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।