ଅପରାଧ ଦେଶ ବିଦେଶ

ଏକାସାଙ୍ଗେ ଆତ୍ମହତ୍ୟା କଲେ ତିନି ଝିଅ, ଘର ସମ୍ମୁଖ ନିମ ଗଛରୁ ମିଳିଲା ଝୁଲନ୍ତା ମୃତଦେହ

ଭୋପାଳ ୨୭।୦୭ : ମଧ୍ୟପ୍ରଦେଶର ଖଣ୍ଡଓ୍ୱା ଅଞ୍ଚଳରୁ ଆସିଛି ଏକ ହୃଦୟ ବିଦାରକ ଘଟଣା । ଏକ ନିମ ଗଛରେ ଝୁଲୁଛି ତିନି ଭଉଣୀଙ୍କ ମୃତଦେହ । ସମସ୍ତେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକଙ୍କ ନାମ ସୌନୁ, ସାବତ୍ରୀ ଓ ଲଳିତ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଛାନ୍‌ଭିନ୍‌ ଜାରି ରଖିଛି ।

ମିଳିଥିବା ଖବର ଅନୁଯାୟୀ, ଖଣ୍ଡଓ୍ୱା ଜିଲ୍ଲାର ଏକ ଗାଁରେ ଜାମ୍‌ ସିଂହଙ୍କ ପରିବାର ରୁହନ୍ତି । କିଛି ଦିନ ତଳେ ଜାମ୍‌ ସିଂହଙ୍କ ମୃତ୍ୟୁ ହୋଇଯାଇଥିଲା । ଏବେ ତାଙ୍କ ଘରେ ପତ୍ନୀ ଓ ତିନି ଝିଅ ରୁହନ୍ତି । କିନ୍ତୁ ଗତ ରାତିରେ ମା ଅନ୍ୟ ଏକ ଘରେ ଶୋଇଥିବା ବେଳେ ତିନି ଝିଅ ଅଲଗା ରୁମ୍‌ରେ ଶୋଇଥିଲେ । ବିଳମ୍ବିତ ରାତେରେ ହଠାତ୍‌ ମାଆଙ୍କର ନିଦ ଭାଙ୍ଗିଯାଇଥିଲା । ସେ ଦେଖିଲା ବେଳକୁ ଝିଅମାନେ ଶୋଇଥିବା ରୁମ୍‌ ଖାଲି ପଡିଛି । ସେ ତୁରନ୍ତ ଘରର ମୁଖ୍ୟ ଦ୍ୱାର ଖୋଲିବାକୁ ଉଦ୍ୟମ କରିଥିଲେ । ହେଲେ ତାହା ବାହାର ପଟୁ ବନ୍ଦ ଥିବାରୁ ଖୋଲିନଥିଲା । ଯାହାକୁ ନେଇ ମାଆ ବହୁ ଜୋରରେ ପାଟି କରିବାକୁ ଲାଗିଥିଲେ । ତାଙ୍କ ଚିତ୍କାର ଶୁଣି ପଡୋଶୀ ଲୋକେ ଆସି ଘରର କବାଟ ଖୋଲିଥିଲେ ।

ତେବେ ମାଆ ଘରୁ ଦେଖନ୍ତି ତ , ତାଙ୍କ ତିନି ଝିଅଙ୍କ ଝୁଲନ୍ତା ମୃତଦେହ । ଘର ଆଗରେ ଥିବା ନିମ ଗଛରେ ଝୁଲନ୍ତା ଅବସ୍ଥାରେ ନିଜର ତିନି ଝିଅଙ୍କୁ ଦେଖିଥିଲେ । ଏହାଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସେପଟେ ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ତିନି ଜଣ ଯୁବତୀ ଆତ୍ମହତ୍ୟା କରିଛନ୍ତି । ହେଲେ ଆତ୍ମହତ୍ୟାର କାରଣ , ଏବେ ଯାଏଁ ଅସ୍ପଷ୍ଟ ରହିଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ