ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଏକାଦଶ ଶ୍ରେଣୀ ପରୀକ୍ଷା: ଡିସେମ୍ବର ଦ୍ବିତୀୟ ସପ୍ତାହରେ ପ୍ରଥମ ତ୍ରୈମାସିକ

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜର ପ୍ରଥମ ବର୍ଷ(ଏକାଦଶ ଶ୍ରେଣୀ) ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଯିବ। ୨୦୨୨-୨୩ ଶିକ୍ଷାବର୍ଷ‌ରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ୩ଟି ତ୍ରୈମାସିକ ପରୀକ୍ଷା ଓ ଗୋଟିଏ ବର୍ଷ ଶେଷ ପରୀକ୍ଷା ଦେବାକୁ ପଡ଼ିବ। ପ୍ରତି ତ୍ରୈମାସିକ ପରୀକ୍ଷା ୩୦ ମାର୍କ ବିଶିଷ୍ଟ ରହିବ ଏବଂ ୪୫ ମିନିଟ୍‌ ଧରି ଚାଲିବ।

ପ୍ରଥମ ତ୍ରୈମାସିକ ପରୀକ୍ଷା ଡିସେମ୍ବର ଦ୍ବିତୀୟ ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଜାନୁଆରି ଦ୍ବିତୀୟ ସପ୍ତାହରେ ଦ୍ବିତୀୟ ଓ ଫେବ୍ରୁଆରି ଶେଷ ସପ୍ତାହରେ ‌ତୃତୀୟ ତ୍ରୈମାସିକ ପରୀକ୍ଷା କରାଯିବ। ଯେଉଁଥିରେ ଥିଓରି ୨୦ ମାର୍କ ଓ ପ୍ରାକ୍ଟିକାଲ ୧୦ ମାର୍କ ରଖାଯାଇଛି। ଏପ୍ରିଲ ଦ୍ବିତୀୟ ସପ୍ତାହରେ ସିଲାବସ୍‌ ଆଧାରରେ ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗତ ଅଗଷ୍ଟ ମାସରେ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଏହି ପରୀକ୍ଷା ଆୟୋଜନ କରିବାକୁ ପରିଷଦ ପକ୍ଷରୁ କୁହାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି