ଦେଶ ବିଦେଶ ମନୋରଞ୍ଜନ

ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ

ମୁମ୍ବାଇ୨୯।୦୯ : ଟିଭି କ୍ଵିନ୍‌ ତଥା ଫିଲ୍ମ ନିର୍ମାତା ଏକତା କପୁରଙ୍କ ସମସ୍ୟା ବଢିବାର ଲାଗିଛି। ବିହାର କୋର୍ଟ ଉଭୟ ଏକତା ଏବଂ ତାଙ୍କ ମାଆ ଶୋଭାଙ୍କ ବିରୋଧରେ ଗିରଫ ମାମଲା ଜାରି କରିଛି। ୱେବ୍‌ ସିରିଜ୍ ‘ଟ୍ରିପଲ୍ ଏକ୍ସ’ ସଂପର୍କରେ କୋର୍ଟ ଏହି ଗିରଫ ୱାରେଣ୍ଟ ଜାରି କରିଛନ୍ତି । ଯେଉଁଥିରେ ଦେଶର ସୈନିକଙ୍କ ପତ୍ନୀ ଆପତ୍ତିଜନକ ଫଟୋ ଦେଖାଯାଇଛି । ଏହି ୱେବ୍‌ ସିରିଜକୁ ସେନା ପ୍ରତି ଅପମାନ ବୋଲି ବିଚାର କରି ଗତ ବର୍ଷ ବେଗୁସରାଇ କୋର୍ଟରେ ଏକ ମାମଲା ୨୦୨୧ ମସିହାରେ ଦାୟର କରାଯାଇଥିଲା। ଏହି ମାମଲାରେ କୋର୍ଟ ଏକତା କପୁର ଏବଂ ଶୋଭା କପୁରଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ ଟ୍ରିପଲ ଏକ୍ସ ସିଜିନ୍‌-୨ରେ ସୈନିକଙ୍କ ପତ୍ନୀଙ୍କୁ ନେଇ ଆପତ୍ତିଜନକ ସିନ୍‌ ଦେଖାଯାଇଛି । ଯେଉଁଥିରେ ସୈନିକମାନେ ଡ୍ୟୁଟିରେ ରହୁଥିବାବେଳେ ତାଙ୍କ ପତନୀ ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖିଥାଆନ୍ତି। ଏନେଇ ଆଡଭୋକେଟ୍ ପାଠକ କହିଛନ୍ତି ଯେ ବିଭିନ୍ନ ଜିଲ୍ଲାରେ ଏହି ୱେବ୍ ସିରିଜ୍ ନିର୍ମାତାଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଛି। ଓକିଲ କହିଛନ୍ତି ଯେ ଏହି ମାମଲା ବିକାଶ କୁମାରଙ୍କ କୋର୍ଟକୁ ରାଜୀବ କୁମାରଙ୍କ କୋର୍ଟକୁ ହସ୍ତାନ୍ତର କରାଯାଇଛି ଏବଂ ସେଠାରୁ ଏହି ଗିରଫ ପରୱାନା ଜାରି କରାଯାଇଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ