ଖେଳ ଦେଶ ବିଦେଶ ରାଜ୍ୟ

ଏଏଫସି ମହିଳା ଏସିଆ କପ୍ ୨୦୨୨ ପାଇଁ ଟିମ୍ ଘୋଷିତ: ସିନିଅର ଭାରତୀୟ ମହିଳା ଫୁଟବଲ ଦଳରେ ଦୁଇ ଓଡ଼ିଆ

ଭୁବନେଶ୍ବର: ଆଗାମୀ ଏଏଫସି ମହିଳା ଏସିଆ କପ୍ ୨୦୨୨ ପାଇଁ ଘୋଷଣା ହୋଇଥିବା ସିନିଅର ଭାରତୀୟ ମହିଳା ଫୁଟବଲ ଦଳରେ ଦୁଇ ଓଡ଼ିଆ ସ୍ଥାନ ପାଇଛନ୍ତି। ଦଳରେ ସ୍ଥାନ ପାଇଥିବା ଦୁଇ ଓଡ଼ିଆ ହେଲେ ପ୍ୟାରୀ ଜାଜା ଏବଂ ମନୀଷା ପାନା। ଆଗାମୀ ବର୍ଷ ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଅଭ୍ୟାସ ମ୍ୟାଚ ଖେଳିବାକୁ ଭାରତୀୟ ସିନିଅର ମହିଳା ଫୁଟବଲ ଦଳ ୟୁଏଇ ଏବଂ ବାହାରିନ ଯାତ୍ରା କରିବ।

ଏହି ଅଭ୍ୟାସ ମ୍ୟାଚଗୁଡ଼ିକ ଚଳିତ ସେପ୍ଟେମ୍ବର ୨୯ ରୁ ଅକ୍ଟୋବର ୧୪ ତାରିଖ ଯାଏ ଅନୁଷ୍ଠିତ ହେବ। ଦଳରେ ସ୍ଥାନ ପାଇଥିବା ଦୁଇ ଖେଳାଳିଙ୍କୁ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ