ଅପରାଧ ରାଜ୍ୟ

ଋଣ ଭାର ସହି ନ ପାରି ଜୀବନ ହାରିଲେ ଟ୍ରକ ମାଲିକ

ତେଲକୋଇ: ଋଣ ଭାର ସହି ପାରିଲେ ନାହିଁ, ଶେଷରେ ଜୀବନ ହାରିଲେ ଟ୍ରକ ମାଲିକ। ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଛାମୁଣ୍ଡା ଗ୍ରାମରେ।

Video Player

00:00
00:09

ସୂଚନା ଅନୁଯାୟୀ, ଛାମୁଣ୍ଡା ଗ୍ରାମର ସ୍ବର୍ଗତ ଦୁଃଖୀଶ୍ୟାମ ମହାକୁଡ଼ଙ୍କ ପୁଅ ମୁକୁନ୍ଦ ମହାକୁଡ଼ ରୋଜଗାର ପାଇଁ ସେ ଏକ ୧୨ଚକିଆ ଟ୍ରକ କିଣି ଚଳାଉଥିଲେ। ସବୁ ଠିକଠାକ ଥିଲା, କିନ୍ତୁ କିଛି ମାସ ହେଲାଣି ମାଇନ୍ସ ଚାଲୁ ନ ଥିବାରୁ ଟ୍ରକ ଚାଲି ପାରୁନଥିଲା। ଏହାଫଳରେ ଟ୍ରକରୁ କୌଣସି ରୋଜଗାର ହୋଇପାରୁନଥିଲା। ଏହାଫଳରେ ମୁକୁନ୍ଦ ଚାପରେ ଥିଲେ। ଅନ୍ୟପଟେ ଯେଉଁ ସଂସ୍ଥାରୁ ଋଣ ଆଣି ଟ୍ରକ କିଣିଥିଲେ ସେହି ସଂସ୍ଥା ବାରମ୍ବାର କିସ୍ତି ପାଇଁ ତାଗିଦ କରୁଥିଲା, ଏପରିକି ତାଙ୍କର ଜାଗାବାଡ଼ି ବିକ୍ରି କରି କିଛି ଋଣ ଶୁଝିଥିଲେ। ଏବେ ବି ଋଣ ସଂସ୍ଥା ପୁଣି ତାଗିଦ କରୁଥିଲା। ଅନ୍ୟ ଉପାୟ ନପାଇ ନିଜ ଘରଆଗରେ ଥିବା ବିଦ୍ୟୁତ ଖୁଣ୍ଟ ତାରରେ ମୁକୁନ୍ଦ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଆଜି ସକାଳୁ ତାଙ୍କୁ ଝୁଲୁଥିବା ଅବସ୍ଥାରେ ଲୋକେ ଦେଖିଥିଲେ। ଏ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।