ଦେଶ ବିଦେଶ ମନୋରଞ୍ଜନ

ଉର୍ବଶୀ ପିଉଥିବା ପାଣି ଲିଟରକୁ ୪ହଜାର ଟଙ୍କା

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ପିଉଥିବା ପାଣି ବୋତଲର ଦାମ୍‌ ଭାରତୀୟ ମୁଦ୍ରାରେ ୬ଶହ ଟଙ୍କା ବୋଲି ବହୁବାର ଚର୍ଚ୍ଚାକୁ ଆସିଛି। ଫ୍ରାନ୍ସରୁ ଆମଦାନୀ ହେଉଥିବା ଏହି ପାଣି ବିରାଟଙ୍କ ଫିଟ୍‌ନେସ୍‌ର ଆଉ ଏକ କାରଣ ବୋଲି ଚର୍ଚ୍ଚା ହୁଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବଲିଉଡ୍‌ ସୁନ୍ଦରୀ ଉର୍ବଶୀ ରୌତେଲା ଏହି କ୍ଷେତ୍ରରେ ବିରାଟଙ୍କୁ ପଛରେ ପକାଇ ଦେଇଛନ୍ତି। ସୂଚନା ମୁତାବକ, ଉର୍ବଶ୍ରୀ ଏବେ ଯେଉଁ ପାଣି ପିଉଛନ୍ତି, ତାହାର ଲିଟର ଭାରତୀୟ ମୁଦ୍ରାରେ ପ୍ରାୟ ୪ହଜାର ଟଙ୍କା ହେବ। ସାଧାରଣତଃ ପାଣିର କୌଣସି ରଙ୍ଗ ନଥିବା ବେଳେ ଉର୍ବଶୀ ପିଉଥିବା ପାଣିର ରଙ୍ଗ କଳା। ଏହି ପାଣି ପିଇଲେ ଶରୀରର ପି.ଏଚ୍ ସନ୍ତୁଳନ ନିୟନ୍ତ୍ରଣରେ ରୁହେ। ତେବେ ପୂର୍ବରୁ ସେ ଏଭଳି ଦାମୀ ପାଣି ପିଉନଥିଲେ। ଏବେ ମହାମାରୀ କରୋନା ପରିପ୍ରେକ୍ଷୀରେ ଶରୀରର ପ୍ରତିରୋଧକ ଶକ୍ତି ବଢ଼ାଇବା ପାଇଁ ସେ ଏହାକୁ ବ୍ୟବହାର କରୁଥିବା କୁହାଯାଉଛି। ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ଲକ୍ଷାଧିକ ଟଙ୍କାର ପୋଷାକ ପିନ୍ଧି ସାମାଜିକ ଗଣମାଧ୍ୟମରେ ଲୋକଙ୍କ ଚକ୍ଷୁଶୀଳ ପାଲଟିଥିଲେ ଉର୍ବଶୀ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ