ମନୋରଞ୍ଜନ

ଉପସ୍ଥାପିକା ମାନସୀ

ଶ୍ରୀମତୀ କମ୍ ନୁହନ୍ତି, ବୋହୂ ଆମର ସୁପରଷ୍ଟାର୍‌, ଝୁମ୍ ଓଡ଼ିଶା ଝୁମ୍, ଆପଣଙ୍କ ପସନ୍ଦ, ଭଳି ଓଡ଼ିଆ ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ରିୟାଲିଟି ସୋ’ରେ ସେ ଉପସ୍ଥାପନା କରିଛନ୍ତି। ପୁଣି ଷ୍ଟାର ସ୍ପାର୍ଟସ୍ ଚ୍ୟାନେଲରେ ପ୍ରସାରିତ ‘ଖେଲୋ ଇଣ୍ଡିଆ ଖେଲୋ’, ହକି ୱାର୍ଲଡ କପ୍’, ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ମ୍ୟାଚ ଆଦିରେ ସେ କମେଣ୍ଟାରି କରିଛନ୍ତି। ଏଥିରେ ତାଙ୍କ ନିପୁଣତା ଥାଇଲାଣ୍ଡ ଓ ମାଲେସିଆ ଆଦି ଦେଶରେ ଅନୁଷ୍ଠିତ ଆଖିଦୃଶିଆ ଇଭେଣ୍ଟରେ ମଧ୍ୟ ଦେଖିବାକୁ ମିଳିଛି।

ଏଥର ସେହି ଉପସ୍ଥାପିକା ମାନସୀ ମିଶ୍ରଙ୍କୁ ‘ଆସ ଭାଉଜ ଖେଳିବା ରଜ’ କାର୍ଯ୍ୟକ୍ରମରେ ବିଚାରିକା ଆସନରେ ଦେଖିବାକୁ ମିଳିଲା। ସବୁବେଳେ ଅବିବାହିତ ଝିଅଙ୍କୁ ନେଇ ଆମ ଟିଭି ରଜର ରାଜକୁମାରୀ କାର୍ଯ୍ୟକ୍ରମ ଆୟୋଜନ କରିଥାଏ। ଏଥର ବି ସେଇ ରଜ, ସେଇ ସଜବାଜ, ସେଇ ପିଠାପଣାର ଆସର, ଏବଂ ସେଇ ଦୋଳିଖେଳ। ହେଲେ ଏଥର ରଜରେ କୁଆଁରୀ ଝିଅ ନୁହେଁ, ରଜରେ ଖେଳିଲେ ଭାଉଜ, ବଖାଣିଲେ ତାଙ୍କ ଝିଅ ବେଳର ରଜ ସ୍ମୃତି। ଏହି କାର୍ଯ୍ୟକ୍ରମରେ ବିଚାରକ ଆସନରେ ଏଥର ବସିଥିଲେ ଅଭିନେତ୍ରୀ ସୁଇଟି ପଟ୍ଟନାୟକ ଏବଂ ଗତବର୍ଷର ‘ରଜ ରାଜକୁମାରୀ’ ବିଜୟିନୀ ଦୀପ୍ତିଜ୍ୟୋତି ପଟ୍ଟନାୟକ। ସବୁଠୁ ବଡ଼କଥା ଥିଲା ଉପସ୍ଥାପିକା ମାନସୀ ମିଶ୍ରଙ୍କ ଉପସ୍ଥିତି। ଓଡ଼ିଶା ବାହାରେ ରହୁଥିବା ମାନସୀ ଅତୀତରେ କିଛି ବିଜ୍ଞାପନରେ ଅଭିନୟ କରିବା ସହ ସେ ମଡେଲିଂରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ