ରାଜ୍ୟ ସ୍ପେଶାଲ ରିପୋର୍ଟ

ଉପକୂଳ ରାଜପଥ ନକ୍ସା ପରିବର୍ତ୍ତନକୁ ବିରୋଧ: କୁନି ଛାତ୍ରଙ୍କ ଚିଠିକୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ

ମାଛଗାଁ : ଉପକୂଳ ରାଜପଥ ନକ୍ସାକୁ ବିରୋଧ କରି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଜଣେ କୁନିଛାତ୍ର। ଏହି କୁନିଛାତ୍ରଙ୍କ ଚିଠି ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଉଁ ଭିତ୍ତିରେ ଏହି ରାଜପଥ ସ୍ଥାନାନ୍ତର ହେଲା, ତାହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି ରିପୋର୍ଟ ଦେବାପାଇଁ ପୂର୍ତ୍ତ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ରିପୋର୍ଟ ଆସନ୍ତା ଏକ ସପ୍ତାହ ମଧ୍ୟରେ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଛାତ୍ର ହେଲେ, ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନନ୍ତପୁର ପଞ୍ଚାୟତ ଜଗନ୍ନାଥପୁର ଗ୍ରାମର ଦିବ୍ୟାଙ୍ଗ ନାରାୟଣ ସ୍ବାଇଁଙ୍କ ଛୋଟ ପୁଅ ଆଶୁତୋଷ ସ୍ୱାଇଁ ।

ସୂଚନା ଅନୁଯାୟୀ, ପାରାଦୀପରୁ ଏରସମା ଦେଇ  ବାଲିକୁଦା ବ୍ଲକର ମାଳ ମରିଚପୁର ଅଞ୍ଚଳର ଚାରି ପଞ୍ଚାୟତ କୁସୁପୁର, ଅନନ୍ତପୁର, ବରମୁଣ୍ଡଳୀ, ନହରଣା ଦେଇ ସାମୁଦ୍ରିକ ରାଜପଥ ଦେବୀ ନଦୀ ଉପର ଦେଇ ଅସ୍ତରଙ୍ଗକୁ ଛୁଇଁବା କଥା। ଏହାର ନକ୍ସା ପ୍ରସ୍ତୁତ କରାଯାଇ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦ୍ୱାରା ସ୍ଥାନ ଚିହ୍ନଟ କରାଯିବା ସହିତ ହଳଦି ରଙ୍ଗର ଖୁମ୍ବ ମଧ୍ୟ୍ୟ ଦିଆଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହି ରାସ୍ତା ସମୁଦ୍ର କୂଳରୁ  ପାଞ୍ଚ କିମି ଦୂର ପରିବର୍ତ୍ତେ ୨୫ କିମି ଦୂରରେ ଯାଉଛି। ଏହାକୁ ନାଉଗାଁ ବ୍ଲକର ୩ ପଞ୍ଚାୟତ ବାସିନ୍ଦା ଦୃଢ଼ ବିରୋଧ କରୁଛନ୍ତି। ମାଳମରିଚପୁର ଅଞ୍ଚଳର ବୁଦ୍ଧିଜୀବୀ, ରାଜନେତା, ଛାତ୍ରଛାତ୍ରୀ ଏହାର ବିରୋଧ କରିଆସୁଛନ୍ତି। ବିଦ୍ୟାଳୟର ଛାତ୍ରଛାତ୍ରୀ ପୋଷ୍ଟ କାର୍ଡରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏହି ରାସ୍ତା ପୂର୍ବ ନିର୍ଦ୍ଧାରିତ ସ୍ଥାନରେ କରିବା ପାଇଁ ଅନୁରୋଧ କରିଛନ୍ତି। ଏହି ଦାବିରେ ୯ ପଞ୍ଚାୟତକୁ ନେଇ ଦଳମତ ନିର୍ବିଶେଷରେ ଏକ କ୍ରିୟାନୁଷ୍ଠାନ କମିଟି ମଧ୍ୟ ଗଠନ କରାଯାଇଛି।

ଏପଟେ ଆଶୁତୋଷଙ୍କ ଚିଠି ଉପରେ ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ଏକପ୍ରକାର ନୂଆ ସମ୍ଭାବନା ସୃଷ୍ଟି କରିଥିବାରୁ ତାଙ୍କୁ କମିଟି ପକ୍ଷରୁ ଆର୍ଥିକ ପୁରସ୍କାର ଓ ପାଠ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।