ରାଜ୍ୟ

ଉପକୂଳରେ ଜମିଲା ପହିଲି ରଜ, ତାତିରେ ଭାଜି ହେଲା ପଶ୍ଚିମ ଓଡ଼ିଶା

ଭୁବନେଶ୍ବର : ପହିଲି ରଜରେ ଉପକୂଳ ଓଡ଼ିଶାବାସୀଙ୍କୁ ତାତିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି। ସବୁଠି ତାପମାତ୍ରା ୨ରୁ ୫ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଛି। ସାମାନ୍ୟ ଗୁଳୁଗୁଳିର ପ୍ରଭାବ ରହିଥିଲେ ମଧ୍ୟ ରଜ ବୁଲାବୁଲି ପାଇଁ ପାଗ ଅନୁକୂଳ ରହିଥିଲା। ସେପଟେ ଆଜି ବି ତତଲା ପାଲଟିଛି ପଶ୍ଚିମ ଓଡ଼ିଶାର ସମସ୍ତ ସହର। ସମ୍ବଲପୁର, ହୀରାକୁଦ, ଝାରସୁଗୁଡ଼ା, ଭବାନୀପାଟଣା, ବଲାଙ୍ଗୀର ସହରର ତାପମାତ୍ରା ସ୍ବାଭାବିକଠାରୁ ୫ ଡିଗ୍ରି ଉପରେ ରହିଥିଲା। ପହିଲି ରଜ ବୁଲାବୁଲି ମାଡ଼ ଖାଇବା ସହ ତାତିରେ ଭାଜି ହୋଇଛନ୍ତି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୭ ସହରବାସୀ। ସୋନପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୪.୧ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର ଓ ହୀରାକୁଦରେ ୪୩.୭, ଝାରସୁଗୁଡ଼ାରେ ୪୩.୬, ଭବାନୀପାଟଣାରେ ୪୩, ବୌଦ୍ଧରେ ୪୨.୮, ବଲାଙ୍ଗୀର ଓ ଟିଟିଲାଗଡ଼ରେ ୪୨.୫, ବରଗଡ଼ରେ ୪୨.୨ ଡିଗ୍ରି ରହିଥିଲା। ଆସନ୍ତା ୫ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

OdishaTV

ଏମିତିକି ଏବେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାକୁ ପ୍ରବେଶ ହେବା ନେଇ କୌଣସି ପ୍ରକାର ସୂଚନା ମିଳି ପାରୁନାହିଁ। ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ, ଆରବ ସାଗରରେ ସୃଷ୍ଟ ବାତ୍ୟା ‘ବିପର୍ଯ୍ୟୟ’ ପ୍ରଭାବରେ ମୌସୁମୀ ବାୟୁ ଆଗକୁ ବଢ଼ିବାକୁ ଅନୁକୂଳ ହେଉନାହିଁ। ତାହା ସ୍ଥଳଭାଗ ଛୁଇଁବା ପରେ ପୁଣିଥରେ ମୌସୁମୀ ବାୟୁ ସକ୍ରିୟ ହେବା ନେଇ ଅନୁମାନ କରାଯାଉଛି। ତେବେ ଓଡ଼ିଶାରେ ୧୮ରୁ ୨୧ତାରିଖ ମଧ୍ୟରେ ବର୍ଷା ପରିମାଣ ବଢ଼ିବାର ସମ୍ଭାବନା ରହିଛି। ସେ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ତାତି ଲାଗି ରହିବ। ଉପକୂଳ ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ହେତୁ ତାପମାତ୍ରା ସାମାନ୍ୟ କମ୍‌ ରହିପାରେ।

Climate Central

ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନର ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ୪ରୁ ୬ ଡିଗ୍ରି ଅଧିକ ରହିବ। ଗୁରୁବାର ଓ ଶୁକ୍ରବାର ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୂଆପଡ଼ା, ସୁନ୍ଦରଗଡ଼, କନ୍ଧମାଳ ଜିଲ୍ଲା ପାଇଁ ହିଟ୍‌ୱେଭ୍‌ ସହ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଜୁନ୍‌ ୧୭ ପାଇଁ ପଶ୍ଚିମ ଓଡ଼ିଶାର ୧୨ ଜିଲ୍ଲା ଓ ୧୮ ତାରିଖ ପାଇଁ ୮ଟି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ସହ ସତର୍କ ସୂଚନା ଜାରି କରାଯାଇଛି। ଏହି ୫ଦିନ ମଧ୍ୟରେ ଉତ୍ତର ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ହିଟ୍‌ୱେଭ୍‌କୁ ଦୃଷ୍ଟିରେ ରଖି ବୟସ୍କ, ଅସୁସ୍ଥ ବ୍ୟକ୍ତି ଓ ଛୋଟ ପିଲାମାନେ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ହେବାର ଆବଶ୍ୟକ ରହିଛି। ଗରମରୁ ରକ୍ଷା ପାଇବାକୁ ଲୋକେ ଯେତେଦୂର ସମ୍ଭବ ଥଣ୍ଡା ସ୍ଥାନରେ ରୁହନ୍ତୁ। ଏହି ସମୟରେ ଡିହାଇଡ୍ରେସନ ହେବାର ଆଶଙ୍କା ମଧ୍ୟ ରହିଛି। ତେଣୁ ପର୍ଯ୍ୟାପ୍ତ ପାଣି ଯଥା ଓଆରଏସ୍‌, ଘରେ ତିଆରି ଲସି, ତୋରାଣି, ଲେମ୍ବୁପାଣି ଆଦି ପିଇବା ଦରକାର। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗୃହପାଳିତ ପଶୁପକ୍ଷୀମାନଙ୍କୁ ଉପଯୁକ୍ତ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଛି। ୧୫ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ୧୬ରେ ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ କନ୍ଧମାଳ ଜିଲ୍ଲାରେ କାଳବୈଶାଖୀ ହୋଇପାରେ। ୧୯ ତାରିଖଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ସହ ବର୍ଷା ପରିମାଣ ବୃଦ୍ଧି ପାଇବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।