ରାଜ୍ୟ

ଉଦଘାଟନ ହେବ ଆବାସ ଘର, ଗାଡ଼କଣ ଶବର ସାହିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରାଇବେ ଗୃହ ପ୍ରବେଶ

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ଵାଗତ ପାଇଁ ଚଳଚଂଚଳ ଭୁବନେଶ୍ଵରର ଗାଡ଼କଣ ଶବର ସାହି।ହିତାଧିକାରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ।। ପ୍ରଧାନମନ୍ତ୍ରୀ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ପହଞ୍ଚିବେ ଭୁବନେଶ୍ଵର ଗାଡ଼କଣ ଶବର ସାହିରେ। ପିଏମ ଆବାସ ହିତାଧିକାରୀ ଆନ୍ତର୍ଯ୍ୟାମୀ ନାୟକଙ୍କ ଆବାସ ଗୃହ ଉଦଘାଟନ କରିବା ସହ ପାଖାପାଖି ୩୦ ମିନିଟ ଧରି ୨୦ ଜଣ ପିଏମ ଆବାସ ପାଇଥିବା ହିତାଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଏଥିସହ ଗାଡ଼କଣ ଶବର ସାହିର ୧୨୦ ଜଣ ପରିବାର ମଧ୍ୟରୁ ପିଏମ ଆବାସ ହିତାଧିକାରୀ ଭାବରେ ୩୬ ଜଣଙ୍କୁ ଯୋଗ୍ୟ ବିବେଚିତ କରାଯାଇଛି। ପ୍ରଧାନମନ୍ତ୍ରୀ ଓଡ଼ିଶାରେ ୧୦ ଲକ୍ଷ ଆବାସ ଘର ବଣ୍ଟନ କରିବେ। 
ଏଣେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ନେଇ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଥିବା ବେଳେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗାଡକଣ ଶବର ସାହିରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ଏବଂ ଶେଷ ହୋଇଛି କ୍ୟାରେକଡ ରିହରସାଲ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।