ରାଜ୍ୟ ସ୍ପେଶାଲ ରିପୋର୍ଟ

ଉତ୍ତରପ୍ରଦେଶରେ ‘ଭାରତ ଯୋଡ଼ୋ ଯାତ୍ରା’: ସ୍ବାଗତ କଲେ ପ୍ରିୟଙ୍କା

ଲକ୍ଷ୍ନୌ: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଉତ୍ତରପ୍ରଦେଶରେ ‘ଭାରତ ଯୋଡ଼ୋ ଯାତ୍ରା’କୁ ସ୍ବାଗତ କରିଛନ୍ତି। ୯ ଦିନର ଖ୍ରିଷ୍ଟମାସ ଏବଂ ନୂଆବର୍ଷ ବିରତି ପରେ ଆଜି ପୂର୍ବାହ୍ନ ୧୦ଟା ସମୟରେ କାଶ୍ମୀର ଗେଟ୍‌ ନିକଟସ୍ଥ ଦିଲ୍ଲୀର ମରଘଟ ହନୁମାନ ମନ୍ଦିର ନିକଟରୁ ଯାତ୍ରା ଆରମ୍ଭ ହୋଇଥିଲା। ଗାଜିଆବାଦର ଲୋନି ସୀମା ଦେଇ ଯାତ୍ରା ଉତ୍ତରପ୍ରଦେଶରେ ପ୍ରବେଶ କରିଛି। ତେବେ ଉତ୍ତରପ୍ରଦେଶରେ ଯାତ୍ରା ଆଜି ପ୍ରବେଶ କରିବା ସମୟରେ ଗାଜିଆବାଦ ରୋଡ୍‌ରେ ପ୍ରବଳ ଟ୍ରାଫିକ ଜାମ ଦେଖାଦେଇଥିଲା। ଉତ୍ତରପ୍ରଦେଶରେ ଯାତ୍ରାକୁ ସ୍ବାଗତ କରି ପ୍ରିୟଙ୍କା କହିଛନ୍ତି, ‘ମୋର ଭାଇ ପାଇଁ ମୁଁ ଖୁବ୍‌ ଗର୍ବିତ। ମୋ ଭାଇଙ୍କୁ ବଦନାମ କରିବାପାଇଁ ସରକାର ହଜାର ହଜାର କୋଟି ଖର୍ଚ୍ଚ କରୁଛନ୍ତି। ତାଙ୍କ ପଛରେ ବିଭିନ୍ନ ତଦନ୍ତକାରୀ ସଂସ୍ଥା ଲାଗିଛି। ମୋ ଭାଇ ଅଟକିନାହାନ୍ତି କି ତାଙ୍କୁ ଅଦାନି-ଅମ୍ବାନି କିଣିପାରିନାହାନ୍ତି’। ଯାତ୍ରାରେ ଯୋଗ ଦେଇଥିବା ପ୍ରତି ଭାରତୀୟଙ୍କ ପାଇଁ ସେ ଗର୍ବିତ ବୋଲି ପ୍ରିୟଙ୍କା କହିଛନ୍ତି। ଉତ୍ତରପ୍ରଦେଶରେ କଂଗ୍ରେସ କର୍ମୀଙ୍କୁ ବାର୍ତ୍ତା ଦେଇ ପ୍ରିୟଙ୍କା କହ‌ିଛନ୍ତି, ଯାତ୍ରାରେ ସାମିଲ ହୋଇ ଭଲପାଇବା ବାଣ୍ଟିବାକୁ ହେବ। ଉତ୍ତରପ୍ରଦେଶରେ ଭାରତ ଯୋଡ଼ୋ ଯାତ୍ରାରେ ପ୍ରିୟଙ୍କା ରାହୁଲଙ୍କ ସହ ଯୋଗ ଦେବା ବେଶ୍‌ ଉତ୍ସାହ ସୃଷ୍ଟି କରିଛି। ଉତ୍ତରପ୍ରଦେଶରେ ଯାତ୍ରା‌ ୩ରୁ ୫ ପର୍ଯ୍ୟନ୍ତ ଚାଲିବ। ଜାନୁଆରି ୬ରେ ଯାତ୍ରା ହରିୟାଣା ପହଞ୍ଚିବ ଏବଂ ୧୦ରେ ହରିୟାଣା ଛାଡ଼ି ୧୧ରେ ଯାତ୍ରା ପଂଜାବ ପ୍ରବେଶ କରିବ।

ସ୍ବାଗତ କଲେ ପ୍ରିୟଙ୍କା
ଯାତ୍ରା ପାଇଁ ଗାଜିଆବାଦରେ ଟ୍ରାଫିକ୍‌ ଜାମ
ସଫଳତା କାମନା କଲେ ଅଯୋଧ୍ୟା ମୁଖ୍ୟ ପୁରୋହିତ
ଯାତ୍ରାରେ ଯୋଗଦେଲେ ପୂର୍ବତନ ‘ର’ ମୁଖ୍ୟ
ରାହୁଲ ହତାଶାରେ ବୁଲୁଛନ୍ତି: ବିଏସ୍‌ପି

ଉତ୍ତରପ୍ରଦେଶରେ ଭାରତ ଯୋଡ଼ୋ ଯାତ୍ରା ପ୍ରବେଶ ପୂର୍ବରୁ ଅଯୋଧ୍ୟା ରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଯାତ୍ରାର ସଫଳତା କାମନା କରିଛନ୍ତି। ଆଚାର୍ଯ୍ୟ କହିଛନ୍ତି, କଂଗ୍ରେସ ନେତାଙ୍କ ଉପରେ ପ୍ରଭୁ ଶ୍ରୀରାମଙ୍କ ଆର୍ଶୀବାଦ ସବୁ ସମୟରେ ରହିବ। ରାହୁଲଙ୍କ ପାଖକୁ ଚିଠି ଲେଖି ଅଯୋଧ୍ୟା ମୁଖ୍ୟ ପୁରୋହିତ ତାଙ୍କର ସମର୍ଥନ ପ୍ରଦାନ କରିଛନ୍ତି। ଇତିମଧ୍ୟରେ ପୂର୍ବତନ ‘ର’ ମୁଖ୍ୟ ଏଏସ୍‌ ଦୁଲତ ରାହୁଲ ଗାନ୍ଧିଙ୍କ ସହ ଆଜି ଭାରତ ଯୋଡ଼ୋ ଯାତ୍ରାରେ ଯୋଗ ଦେଇଛନ୍ତି। ଦୁଲତ ଦିଲ୍ଲୀରେ ରାହୁଲଙ୍କ ସହ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହୋଇଥିଲେ। ଅନ୍ୟପକ୍ଷରେ ଯାତ୍ରାରେ ସାମିଲ ହୋଇନଥିବା ବିଏସ୍‌ପି କହିଛି ଯେ ରାହୁଲ ହତାଶାରେ ବୁଲୁଛନ୍ତି ଏବଂ ୟୁପିରେ କଂଗ୍ରେସର ଏହି ଯାତ୍ରା କେବଳ ଏକ ବାହାନା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।