ଦେଶ ବିଦେଶ

ଉତ୍ତରକାଶୀ ସୁଡ଼ଙ୍ଗରେ ପୁଣି ନିର୍ମାଣ କାମ ଆରମ୍ଭ

ଡେରାଡୁନ୍‌: ଉତ୍ତରକାଶୀର ସିଲ୍‌କ୍ୟାରା-ବାରକୋଟ ସୁଡ଼ଙ୍ଗ ନିର୍ମାଣ କାର୍ଯ୍ୟ ପୁଣିଥରେ ଆରମ୍ଭ ହୋଇଛି। ଜାତୀୟ ରାଜପଥ ଭିତ୍ତିଭୂମି ଉନ୍ନୟନ ନିଗମ ଲିଃ (ଏନ୍ଏଚ୍‌ଡିସିଏଲ୍‌)ର ଜଣେ ପଦସ୍ଥ ଅଧିକାରୀ ଏନେଇ ସୂଚନା ଦେଇ କହିଛନ୍ତି, ୪.୫ କିଲୋମିଟର ଦୀର୍ଘ ଏହି ସୁଡ଼ଙ୍ଗ ସିଲ୍‌କ୍ୟାରା ପଟରୁ ଭୁଶୁଡ଼ି ପଡ଼ିଥିଲା। ବର୍ତମାନ ଏହାର ବିପରୀତ ବାରକୋଟ ପଟରୁ କାମ ଆରମ୍ଭ ହୋଇଛି। ତେବେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବା ପରେ ସିଲ୍‌କ୍ୟାରା ପଟରୁ କାମ ଆରମ୍ଭ ହେବ। ହିମାଳୟ ଅଞ୍ଚଳରେ କାର୍ଯ୍ୟକରିଥିବା ଭୂତତ୍ତ୍ବବିତ୍ ନବୀନ ଯୁୟାଲ୍‌ କହିଛନ୍ତି ଯେ ସିଲ୍‌କ୍ୟାରା ପଟରୁ ଭୁଶୁଡ଼ି ଥିବା ସୁଡ଼ଙ୍ଗର ଭଗ୍ନାଂଶ, ପଥର, ମାଟି ଆଦି ବାହାର କରିବା ବଡ଼ ସମସ୍ୟା ହୋଇପାରେ। ଆବଶ୍ୟକ ବିକଳ୍ପ ବ୍ୟବସ୍ଥା ନଥାଇ ସୁଡ଼ଙ୍ଗ ଖୋଳିଲେ ପୁଣିଥରେ ଭୁଶୁଡ଼ିବା ସମ୍ଭବନା ରହିଛି।

ସୂଚନାଯୋଗ୍ୟ ଚାରିଧାମ ପ୍ରକଳ୍ପ ଅନ୍ତର୍ଗତ ଏହି ସୁଡ଼ଙ୍ଗର ନିର୍ମାଣ ବେଳେ ଏକ ଅଂଶ ନଭେମ୍ବର ୧୨ ତାରିଖରେ ତାରିଖରେ ଭୁଶୁଡ଼ି ପଡ଼ିଥିଲା। ଅନେକ ଘାତପ୍ରତିଘାତ ଦେି ଶେଷରେ ନଭେମ୍ବର ୨୮ ତାରିଖରେ ଏହା ଭିତରେ ଫସିରହିଥିବା ୪୧ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ଏହି ଦୁର୍ଘଟଣାର ଯାଞ୍ଚ ପାଇଁ ଉତ୍ତରାଖଣ୍ଡ ସରକାରଙ୍କ ଦ୍ବାରା ଗଠିତ ୬ଜଣିଆ କମିଟି ବର୍ତମାନ ସୁଦ୍ଧା ରିପୋର୍ଟ ଦାଖଲ କରିନାହାନ୍ତି। ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷ ଶାନ୍ତନୁ ସରକାର କହିଛନ୍ତି ଯେ ଯାଞ୍ଚ ଶେଷ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ