ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସରେ ଛାତ୍ର ଅଶାନ୍ତି, ବିଭିନ୍ନ ଦାବି ନେଇ କ୍ୟାମ୍ପସରେ ତାଲା ପକାଇଲେ ଛାତ୍ରଛାତ୍ରୀ

ଚଣ୍ଡିଖୋଲ,୦୬/୧୧: ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସରେ ଛାତ୍ର ଅଶାନ୍ତି । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ବାବା ଭୈରବାନନ୍ଦ ମହାବିଦ୍ୟାଳୟ ପରିସରରେ ଥିବା ଉତ୍କଳ ବିଶ୍ୱବିଦ୍ୟାଳୟ ଗ୍ରାମୀଣ କ୍ୟାମ୍ପସରେ ଛାତ୍ରଛାତ୍ରୀମାନେ ତାଲା ପକାଇଛନ୍ତି ।ଏହାସହ ଧାରଣା ମଧ୍ୟ ଦେଇଛନ୍ତି ।

ପ୍ରଥମ ଓ ଦ୍ୱତୀୟ ବର୍ଷ ନର୍ସିଂ ଛାତ୍ର ଛାତ୍ରୀ ମାନେ କ୍ୟାମ୍ପସ ସମ୍ମୁଖରେ ବିଭିନ୍ନ ନାରାବାଜି କରିଛନ୍ତି. । ସୋମନେ ଅଭିଯୋଗ କରିଛନ୍ତି ଯେ, ଅସ୍ଥାୟୀ କ୍ୟାମ୍ପସରେ ଅଧ୍ୟାପକ ନଥିବା ବେଳେ ଲାଇବ୍ରେରୀରେ ବହି ନାହିଁ । ସେହିପରି ଛାତ୍ରଛାତ୍ରୀମାନଙ୍କୁ କ୍ଲିନିକାଲ ପଠା ଯାଉ ନାହିଁ । ଏପରିକି ବ୍ୟାପକ ଅବ୍ୟବସ୍ଥା ଭିତରେ କ୍ୟାମ୍ପସ ରହିଥିବା ଛାତ୍ରଛାତ୍ରୀ କହିଛନ୍ତି ।

ପୂର୍ବରୁ ମଧ୍ୟ ସମାନ ପ୍ରସଙ୍ଗରେ ଛାତ୍ରଛାତ୍ରୀମାନେ ଧାରଣା ଓ ପ୍ରତିବାଦ କରିଥିଲେ ।ମହାବିଦ୍ୟାଳୟର କର୍ତ୍ତୃପକ୍ଷ ସେମାନଙ୍କ ସହ ଆଲୋଚନା କରି ସମସ୍ୟା ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେବାରୁ ଶନିବାର ବାଧ୍ୟ ହୋଇ ଛାତ୍ର ଛାତ୍ରୀ ମାନେ କଲେଜରେ ତାଲା ପକାଇ ପ୍ରତିବାଦ କରିଛନ୍ତି।

ସୂଚନାଯୋଗ୍ୟ, କଲେଜରେ ୮୨ ଜଣ ଛାତ୍ର ଛାତ୍ରୀ ପାଠ ପଢୁଥିବା ବେଳେ ମାତ୍ର ୪ ଜଣ ଅଧ୍ୟାପକ ରହିଛନ୍ତି । ତେବେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ଦାବି ନେଇ କଲେଜ କର୍ତ୍ତୃପକ୍ଷ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି