ରାଜ୍ୟ ସ୍ପେଶାଲ ରିପୋର୍ଟ

ଉତ୍କଳମଣିଙ୍କ ଉତ୍ତରାଧିକାରୀ ବିବାଦ: କୋର୍ଟଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ .

ସାକ୍ଷୀଗୋପାଳ : ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଉତ୍ତରାଧିକାରୀଙ୍କୁ ଅପମାନ ଦିଆଯିବା ଘଟଣାରେ କୋର୍ଟ ହସ୍ତକ୍ଷେପ କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସତ୍ୟବାଦୀ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଆବେଦନକାରୀ ପୀତବାସ ମିଶ୍ର ପୁରୀ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟ କରିଥିବା ଆବେଦନରେ ଦର୍ଶାଇଥିଲେ ଯେ ଗତ ଫେବ୍ରୁଆରି ୨୩ ତାରିଖଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଆଣ୍ଡୋ ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ। ଏହିଅବସରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦାୟାଦମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ସୁଆଣ୍ଡୋ ପ୍ରକଳ୍ପ ଉଦ୍‌ଘାଟନ ଖବର ପାଇ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଗୋପବନ୍ଧୁଙ୍କ ପରିବାରର ସଦସ୍ୟଭାବେ ତାଙ୍କ ବଡ଼ଝିଅର ବଡ଼ବୋହୂ ଲୀଳାବତୀ ଦେବୀ(ନାତୁଣୀ ବୋହୂ) ‌ଯାଇଥିଲେ। ମାତ୍ର, ସେଠାରେ ଧୀରେନ୍‌ ଦାସ ଗୁଣ୍ଡାମାନଙ୍କ ଜରିଆରେ ଲୀଳାବତୀଙ୍କୁ ପ୍ରକଳ୍ପସ୍ଥଳକୁ ଯିବାକୁ ଦେଇନଥିଲେ। ଏପରିକି ତାଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେବାନେଇ ସତ୍ୟବାଦୀ ଥାନା ଇନିସପେକ୍ଟଙ୍କୁ ଅଭିଯୋଗ କରଥିଲେ ମଧ୍ୟ ସେ ‌ଏହାକୁ ଗୁରୁତ୍ବ ଦେଇନଥିଲେ।

ଗୋପବନ୍ଧୁଙ୍କ ନାତୁଣୀ ବୋହୂ ଲୀଳାବତୀ ଦେବୀଙ୍କ ଦିଅର ତଥା ଗୋପବନ୍ଧୁଙ୍କ ସାନଝିଅର ପୁଅ ପୀତବାସ ମିଶ୍ର, ଯିଏକି ଆବେଦନକାରୀ ଏନେଇ ଗତ ୫ ତାରିଖ ଦିନ ସତ୍ୟବାଦୀ ଥାନାରେ ଅଭିଯୋଗ କରିଥିଲେ। ମାତ୍ର, ପୁଲିସ କୌଣସି ମାମଲା ରୁଜୁ ନକରିବାରୁ ଶ୍ରୀ ମିଶ୍ର ଏନେଇ ୧୫ ତାରିଖରେ ପୁରୀ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ମାମଲା ରୁଜୁ କରି ଘଟଣା ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବାକୁ ନିବେଦନ କରିଥିଲେ।

ଏହି ମାମଲାର ଶୁଣାଣିକରି ପୁରୀ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ଦଫା ୧୫୬(୩)ରେ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ପାଇଁ ପେଣ୍ଠକଟା ସାମୁଦ୍ରିକ ଥାନା ଅଧିକାରୀଙ୍କୁ ତଦନ୍ତ ତଥା ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଭିତ୍ତିରେ ସତ୍ୟବାଦୀ ଥାନା ପୁଲିସ ଦଫା ୩୪୨/ ୨୯୪/ ୪୨୦/ ୪୬୮/ ୫୦୬/ ୩୪ ରେ ୧୦୩/ ୨୦୨୩ ନମ୍ବର ମାମଲା ରୁଜୁ କରିବା ସହ ନିଜେ ଥାନାଧିକାରୀ ତଦନ୍ତ ଦାୟିତ୍ବ ନେଇଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।