ଦେଶ ବିଦେଶ

ଉଜ୍‌ବେକିସ୍ତାନରେ ବିଷାକ୍ତ କଫ୍‌ ସିରପ୍‌ ମାମଲା: ଜଣେ ଭାରତୀୟଙ୍କ ସମେତ ୨୩ ଜଣଙ୍କୁ ଜେଲଦଣ୍ଡ

ତାସ୍‌କେଣ୍ଟ / ନୂଆଦିଲ୍ଲୀ: ଉଜ୍‌ବେକିସ୍ତାନରେ ଭାରତର ଏକ ଔଷଧ କମ୍ପାନି ଦ୍ବାରା ନିର୍ମିତ କଫ୍‌ ସିରପ ସେବନ କରି ୬୮ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ‌ଉଜ୍‌ବେକିସ୍ତାନର କୋର୍ଟ ଜଣେ ଭାରତୀୟଙ୍କ ସମେତ ୨୩ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୨୨ରୁ ୨୦୨୩ ମଧ୍ୟରେ ଭାରତର ମାରିଓନ୍‌ ବାୟୋଟେକ୍‌ କମ୍ପାନି ଦ୍ବାରା ନିର୍ମିତ କଫ୍‌ ସିରପ ‘ଡକ୍‌-୧ ମ୍ୟାକ୍ସ’ ଖାଇ ଉଜବେକିସ୍ତାନର ବିଭିନ୍ନ ସ୍ଥାନରେ ଶତାଧିକ ଶିଶୁ ଗୁରୁତର ହୋଇ ଚିକିତ୍ସାଳୟରେ ଭର୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୬୮ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଜାନୁଆରି ୨୦୨୩ରେ ନମୁନାଗୁଡ଼ିକର ପରୀକ୍ଷଣ କରାଯାଇଥିଲା। କଫ୍‌ ସିରପରେ କେତେକ ନିଷିଦ୍ଧ ରସାୟନ ପ୍ରୟୋଗ କରାଯାଇଥିବା ଜଣାଯାଇଥିଲା। ଏହି ମାମଲାରେ ଉଜ୍‌ବେକିସ୍ତାନ କୋର୍ଟରେ ମାମଲା ଚାଲିଥିଲା।

ଆଜି ଏହି ମାମଲାର ରାୟ ପ୍ରକାଶ କରି ସ୍ଥାନୀୟ କୋର୍ଟ ଭାରତୀୟ ତଥା ସଂପୃକ୍ତ ଔଷଧ କମ୍ପାନି ନିର୍ଦ୍ଦେଶକ ରାଘବେନ୍ଦ୍ର ପ୍ରତାପ ସିଂହଙ୍କ ସମେତ ୨୩ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନଙ୍କ ବିରୋଧରେ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ବିଷାକ୍ତ ସିରପ ସେବନ ଦ୍ବାରା ମୃତ୍ୟୁ ଘଟିଥିବା ଓ ଶାରୀରିକ ଅକ୍ଷମ ହୋଇଥିବା ଶିଶୁଙ୍କ ପରିବାରକୁ ୮୦ହଜାର ଡଲାର କ୍ଷତିପୂରଣ ଏବଂ ଗୁରୁତର ହୋଇ ହସ୍ପିଟାଲ୍‌ରେ ଦୀର୍ଘ ସମୟ ଚିକିତ୍ସିତ ହୋଇଥିବା ୬ ଶିଶୁଙ୍କୁ ୧୬ ହଜାରରୁ ୪୦ ହଜାର ଡଲାର କ୍ଷତିପୂରଣ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ଷତିପୂରଣ ଅର୍ଥ ଦୋଷୀ ସାବ୍ୟସ୍ତ ହୋଇଥିବା ୭ ଜଣ (ମୋଟ ୨୩ ଦୋଷୀଙ୍କ ମଧ୍ୟରୁ) ଦୋଷୀଙ୍କ ଠାରୁ ଆଦାୟ କରାଯିବ ବୋଲି କୋର୍ଟ ନିଜ ରାୟରେ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, ୨୦୨୨ରୁ ୨୦୨୩ ମଧ୍ୟରେ ଭାରତରୁ ବେଆଇନ ଚାଲାଣ ହୋଇଥିବା କଫ୍‌ ସିରପ ସେବନ କରି ଗାମ୍ବିଆରେ ୭୦ ଶିଶୁଙ୍କ ମୃତ୍ୟୁ ଘଟିଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ