ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଉଜ୍‌ବେକିସ୍ତାନରେ ଏହି ୨ଟି ଭାରତୀୟ ‘କାଶ ସିରପ୍‌’ ବ୍ୟବହାର ନ କରିବାକୁ ‘ହୁ’ର ପରାମର୍ଶ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଜିନିଭା: ଭାରତର ନଏଡ଼ାସ୍ଥିତ ଔଷଧ କମ୍ପାନି ‘ମାରିଅନ୍‌ ବାୟୋଟେକ୍‌’ଦ୍ବାରା ନିର୍ମିତ ୨ଟି କାଶ ସିରପ୍‌ ଉଜ୍‌ବେକିସ୍ତାନ୍‌ ପିଲାମାନଙ୍କୁ ନ ଦେବା ଲାଗି ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ବୁଧବାର ଦିନ ପରାମର୍ଶ ଦେଇଛି।

ବୁଧବାର ଦିନ ଜାରି କରିଥିବା ‘ମେଡିକାଲ୍‌ ପ୍ରଡକ୍ଟ୍‌’ ସତର୍କ ସୂଚନାରେ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ କହିଛି ‘ମାରିଅନ୍‌ ବାୟୋଟେକ୍‌’ଦ୍ବାରା ପ୍ରସ୍ତୁତ ଉକ୍ତ ଔଷଧଗୁଡ଼ିକ ନିମ୍ନ ଧରଣର ଉତ୍ପାଦ। ଗୁଣବତ୍ତା ବା ଗାଇଡ୍‌ଲାଇନ୍‌କୁ ଆଧାର କରି ପ୍ରସ୍ତୁତ କରାଯାଇ ନ ଥିବାରୁ ଏହି ଔଷଧକୁ ଗାଇଡ୍‌ଲାଇନ୍‌ ବାହାରର ଉତ୍ପାଦ ଭାବେ ବିବେଚନା କରାଯାଉଛି।

‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ତା’ର ୱେବ୍‌ସାଇଟ୍‌ରେ ରିଲିଜ୍‌ କରିଥିବା ସତର୍କ ସୂଚନାରେ ଆହୁରି ମଧ୍ୟ ଲେଖିଛି, ଉଜ୍‌ବେକିସ୍ତାନରେ ଚିହ୍ନଟ କରାଯାଇ ୨୦୨୨ ଡିସେମ୍ବର ୨୨ ତାରିଖ ଦିନ ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’କୁ ରିପୋର୍ଟ କରାଯାଇଥିବା ଦୁଇଟି ନିମ୍ନ ମାନର (ପ୍ରଦୂଷିତ) ଔଷଧ ସଂକ୍ରାନ୍ତରେ ‘ହୁ ମେଡିକାଲ୍‌ ପ୍ରଡକ୍ଟ୍‌ ଆଲର୍ଟ’ ଏହି ସତର୍କ ସୂଚନା ଜାରି କରୁଛି।

ଏ ଦୁଇଟି ଔଷଧ ହେଉଛି ‘ଆମ୍ବ୍ରୋନଲ୍‌’ ଓ ‘ଡିଓକେ-୧’ ସିରପ୍। ଏ ଦୁଇଟି ଔଷଧର ନିର୍ମାତା ହେଉଛନ୍ତି ଭାରତର ଉତ୍ତର ପ୍ରଦେଶରେ ଥିବା ‘ମାରିଅନ୍‌ ବାୟୋଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’। ଏହି ଔଷଧର ନିରାପତ୍ତା ଓ ଗୁଣବତ୍ତା ସଂକ୍ରାନ୍ତରେ ଆଜି ପର୍ଯ୍ୟନ୍ତ ଉକ୍ତ କମ୍ପାନି ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’କୁ କ‌ୌଣସି ଗ୍ୟାରେଣ୍ଟି ଦେଇ ନାହିଁ ବୋଲି ସତର୍କ ସୂଚନାରେ ଉଲ୍ଲେଖ ଅଛି।

‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ଆହୁରି ମଧ୍ୟ କହିଛି ଯେ, ଉଜ୍‌ବେକିସ୍ତାନର ‘ନ୍ୟାସ୍‌ନାଲ୍‌ କ୍ବାଲିଟି କଣ୍ଟ୍ରୋଲ୍‌ ଲାବ୍ରଟରି’ କରିଥିବା ବିଶ୍ଳେଷଣ ଅନୁସାରେ, ଉଭୟ ଔଷଧରେ ଅଗ୍ରହଣୀୟ ମାତ୍ରା‌ରେ ‘ଡାଇଥିଲିନ୍‌ ଗ୍ଲାଇକୋ’ ବା ‘ଏଥିଲିନ୍‌ ଗ୍ଲାଇକୋ’ ନାମକ ରାସାୟକିନ ପଦାର୍ଥ ରହିଛି।

ଏହି କାଶ ସିରପ୍‌ ଦୁଇଟି ଖାଇବା ପରେ ୧୮ଜଣ ପିଲାଙ୍କର ମୃତ୍ୟୁ ଘଟିଥିବା କଥା ଡିସେମ୍ବର ୨୨ ତାରିଖ ଦିନ ଉଜ୍‌ବେକିସ୍ତାନ ଅଭିଯୋଗ କରିଥିଲା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ