ଅପରାଧ ରାଜ୍ୟ

ଇ-ଚାଲାଣକୁ ଖାତିର ନାହିଁ, ଭୁବନେଶ୍ବର-କଟକରେ ଚିନ୍ତାଜନକ ସ୍ଥିତି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ୱର, (ସରିତଦୀପ ଶତପଥୀ): ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କଲେ ପୁଲିସ୍‌ ଆଉ ଗାଡ଼ି ଚାଳକଙ୍କୁ ଅଟକାଉନି କି ଅଯଥାରେ ଯୁକ୍ତିତର୍କ କରୁନି। ଗାଡ଼ିର ଫଟୋ ଉଠାଇ ସିଧା କଣ୍ଟ୍ରୋଲ ରୁମ୍‌କୁ ଛାଡ଼ି ଦେଉଛି। କିଛି ସମୟ ମଧ୍ୟରେ ଗାଡ଼ି ଚାଳକଙ୍କ ପାଖକୁ ଇ-ଚାଲାଣ ଚାଲି ଆସୁଛି। ବିଏସ୍‌ସିଏଲ୍‌ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ସିସିଟିଭିକୁ ମଧ୍ୟ ଏ କ୍ଷେତ୍ରରେ ଉପଯୋଗ କରାଯାଉଛି। ରଙ୍ଗରୁଟ୍‌ରେ ଗାଡ଼ି ଚଲାଇବା, ବିନା ହେଲମେଟ୍‌ରେ ଗାଡ଼ି ଚାଳନା, ଟ୍ରାଫିକ୍‌ ଛକରେ ଜେବ୍ରା କ୍ରସିଂ ଅତିକ୍ରମ କରିବା, ନାଲି ସିଗନାଲକୁ ଖାତିର୍‌ ନ କରି ରାସ୍ତା ପାର୍‌ ହେବା ଆଦି ନିୟମ ଉଲ୍ଲଙ୍ଘନକାରୀଙ୍କୁ ସାବାଡ୍‌ କରିବା ଉଦ୍ଦେଶ୍ୟରେ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଉଛି। କିନ୍ତୁ ଚାଲାଣ କାଟିବା ଭଳି ଜରିମାନା ଆଦାୟ କ୍ଷେତ୍ରକୁ ଗୁରୁତ୍ବର ସହ ନିଆଯାଉ ନଥିବାରୁ ଏହି ଇ-ଚାଲାଣ ବ୍ୟବସ୍ଥା ଏକପ୍ରକାର ପ୍ରହସନରେ ପରିଣତ ହୋଇଛି। ଫଳରେ ଅମାନିଆମାନେ ବାରମ୍ବାର ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଚାଲିଛନ୍ତି। ଏକ ତଥ୍ୟରୁ ଜଣାଯାଇଛି ଯେ କମିସନରେଟ୍‌ ପୁଲିସ୍ ଯେତିକି ଚାଲାଣ କାଟୁଛି, ତାହାର ମାତ୍ର ୨୦% ଚାଲାଣରୁ ଜରିମାାନା ଆଦାୟ ହୋଇଛି। ଉଲ୍ଲଂଘନକାରୀଙ୍କୁ କୋର୍ଟ ବାରମ୍ବାର ସମନ୍ ପଠାଉଥିଲେ ମଧ୍ୟ ସେମାନେ ସମନ୍‌କୁ ବି ଖାତିର କରୁନାହାନ୍ତି। ଫଳରେ ମାମଲା ବୋଝରେ କୋର୍ଟ ଚାପଗ୍ରସ୍ତ ହେବା ସହ ଟ୍ରାଫିକ୍ ପୁଲିସ୍‌ ପାଇଁ ଏହା ମୁଣ୍ଡବିନ୍ଧାର କାରଣ ହୋଇଛି।

ସବୁଠାରୁ ଚିନ୍ତାର ବିଷୟ ହେଲା, କିଛି ଅମାନିଆ ଅଭ୍ୟାସଗତ ଭାବେ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରୁଛନ୍ତି। ଥରେ ଇ-ଚାଲାଣ ହେଲା ପରେ ବି ସେମାନେ ଚେତୁ ନାହାନ୍ତି। ବରଂ ପୁଲିସ୍‌କୁ ଚ୍ୟାଲେଞ୍ଜ ଦେଲା ପରି ବାରମ୍ବାର ନିୟମ ଭାଙ୍ଗୁଛନ୍ତି ଓ ସେମାନଙ୍କ ପାଖକୁ ବାରମ୍ବାର ଇ-ଚାଲାଣ ଯାଉଛି। ଏପରିକି, ଜଣେ ବ୍ୟକ୍ତିଙ୍କ ପାଖକୁ ୮୧ଟି ଇ-ଚାଲାଣ ଯାଇଥିବା ଜଣାପଡ଼ିଛି।

କିନ୍ତୁ ସଂପୃକ୍ତ ବ୍ୟକ୍ତି ଗୋଟିଏ ବି ଚାଲାଣର ଜରିମାନା ଭରିନାହାନ୍ତି। ଉଲ୍ଲଂଘନକାରୀଙ୍କ ପାଇଁ କୌଣସି କଠୋର ଦଣ୍ଡବିଧାନର ବ୍ୟବସ୍ଥା ନଥିବାରୁ ସେମାନେ ତାହାର ଭରପୂର ଦୁରୁପଯୋଗ କରୁଛନ୍ତି ବୋଲି ସଚେତନ ନାଗରିକମାନେ ମତ ଦେଇଛନ୍ତି।

ଏକ ପରିସଂଖ୍ୟାନକୁ ହିସାବକୁ ନିଆଗଲେ, ଭୁବନେଶ୍ବର-କଟକ କମିସନରେଟ୍‌ ଟ୍ରାଫିକ୍‌ରୁ ପ୍ରତିଦିନ ହାରାହାରି ୧୩୦୦ରୁ ୧୪୦୦ ଇ-ଚାଲାଣ ଯାଉଛି। ଫେବ୍ରୁଆରି ୨୬ ତାରିଖ ଗୋଟିଏ ଦିନର ଚାଲାଣ ହିସାବ ଏମିତି; ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଳାଇ ୬୮୮ ଜଣ, ବାଇକ୍‌ ପଛରେ ବସିଥିବା ବ୍ୟକ୍ତି ହେଲ୍‌ମେଟ୍‌ ପିନ୍ଧି ନଥିବାରୁ ୫୭, ଗାଡ଼ି ଚଳାଇବା ବେଳେ ମୋବାଇଲ୍‌ ବ୍ୟବହାର କରୁଥିବାରୁ ୮ ଜଣ, ଗୋଟିଏ ମୋଟର୍‌ ସାଇକେଲ୍‌ରେ ତିନି ଆରୋହୀ ଥିବାରୁ ୧୧ ଜଣ, ଦ୍ରୁତ ଗତିରେ ଗାଡ଼ି ଚଳାଉଥିବାରୁ ୨୫୨ ଜଣ, ଭୁଲ୍‌ ପାର୍ଶ୍ବ‌ରେ ଡ୍ରାଇଭିଂ ପାଇଁ ୫ଜଣ, ସାଧାରଣ ଅପରାଧ ପାଇଁ ୨୧୦ଜଣ, ବେଆଇନ ପାର୍କିଂ ପାଇଁ ୩୫ଜଣ, ଆଇନ ଅମାନ୍ୟ ପାଇଁ ୬ଜଣ, ବାରମ୍ବାର ହର୍ଣ୍ଣ ବଜାଇବା ପାଇଁ ୫୩ ଜଣ, ଚାରିଚକିଆ ଟୋଇଂ ପାଇଁ ୧୨, ସିଟ୍‌ ବେଲ୍ଟ ଲଗାଇ ନଥିବାରୁ ୩ଜଣଙ୍କୁ ଚାଲାଣ ଇସ୍ୟୁ ହୋଇଛି।

The Hindu

ଏକ ହିସାବରୁ ଜଣାପଡ଼ିଛି ଯେ ମାସିକ ପ୍ରାୟ ୪୦ ହଜାର ଓ ବାର୍ଷିକ ପ୍ରାୟ ସାଢ଼େ ୪ଲକ୍ଷରୁ ଅଧିକ ଇ-ଚାଲାଣ କେବଳ କଟକ ଭୁବନେଶ୍ବର କଟାଯାଉଛି। ସେଥିମଧ୍ୟରୁ ମାତ୍ର ୨୦ ପ୍ରତିଶତ ଅର୍ଥାତ ପ୍ରାୟ ୧ଲକ୍ଷ ଚାଲାଣରୁ ଫ‌ାଇନ ଆଦାୟ କରାଯାଇଛି। ଆହୁରି ସାଢ଼େ ତିନି ଲକ୍ଷ ଟ୍ରାଫିକ୍‌ ଉଲ୍ଲଂଘନକାରୀ ଜରିମାନା ଦେଉନାହାନ୍ତି। ରାଜ୍ୟରେ ଏହି ସଂଖ୍ୟା ଆହୁରି ଅଧିକ ରହିଛି। ବିଭାଗୀୟ କର୍ମଚାରୀଙ୍କ ସୂଚନା ଅନୁସାରେ ରାଜ୍ୟରେ ଯେତିକି ଚାଲ‌ାଣ କଟୁଛି, ସେଥିମଧ୍ୟରୁ ୨୭ପ୍ରତିଶତ ଆଦାୟ ହେଉଛି।

ବ୍ୟାଙ୍କ ଆକାଉଣ୍ଟ୍‌ ଲିଙ୍କ୍‌ ପାଇଁ ଯୋଜନା
ଇ-ଚାଲାଣକୁ ଫୁ’ କରିଦେଉଥିବାରୁ ଅମାନିଆଙ୍କୁ ସାବାଡ଼ କରିବାକୁ ଏବେ ସରକାର ବିକଳ୍ପ ବାଟ ଆପଣାଇବେ। ଡ୍ରାଇଭିଂ ଲାଇସେନ୍ସ ଓ ବ୍ୟାଙ୍କ୍‌ ଆକାଉଣ୍ଟ୍‌ ଲିଙ୍କ୍‌ ପାଇଁ ଯୋଜନା ଆରମ୍ଭ ହୋଇଛି। ଏହାଦ୍ୱାରା ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ୍‌ରୁ ଫାଇନ ଟଙ୍କା ଆଦାୟ କରାଯାଇପାରିବ। ରାଜ୍ୟ ସରକାରଙ୍କୁ ଏଭଳି ଏକ ପ୍ରସ୍ତାବ ଦେଇଛି ସୁପ୍ରିମକୋର୍ଟର ରୋଡ୍‌ ସେଫ୍ଟି କମିଟି। ନିୟମ ଉଲ୍ଲଘଂନକାରୀ ସୀମିତ ସମୟ ମଧ୍ୟରେ ସେମାନଙ୍କର ଜରିମାନା ଟଙ୍କା ପଇଠ ନ କଲେ, ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟରୁ ଆପେ ଆପେ ଟଙ୍କା କଟିଯିବ। ଗତ ମାସରେ ସୁପ୍ରିମକୋର୍ଟର ରୋଡ ସେଫ୍ଟି କମିଟି ସଚିବ ସଞ୍ଜୟ ମିତ୍ତଲ ଓଡ଼ିଶା ଗସ୍ତରେ ଆସିଥିଲା ବେଳେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ଏଭଳି ପରାମର୍ଶ ଦେଇଛନ୍ତି।
ଏହା ବାଦ୍ ମୋଟର ଇନସ୍ୟୁରାନ୍ସ ପଲିସି ନିୟମ‌ରେ ପରିବର୍ତ୍ତନ କରି ଦୁଇ ପ୍ରକାର ଇନସୁରାନ୍ସ ପ୍ରଦାନ କରାଯିବାକୁ ମଧ୍ୟ ବିଚାର ବିମର୍ଶ ଚାଲିଛି। ଓନ୍ ଡାମେଜ୍‌ ଇନ୍ସୁରାନ୍ସ ପଲିସିକୁ ଭିତ୍ତି କରି ଅଧିକ ଚାଲାଣ କଟିଥିବା ଚାଳକଙ୍କୁ ହାଇୟର ପ୍ରିମିୟମ ଫର ରସ୍ ଡ୍ରାଇଭର ବା ହାଇୟର ରିସ୍କ ଡ୍ରାଇଭିଂ ପ୍ରିମିୟମ ଦିଆଯିବ ଓ କମ୍‌ ଚାଲାଣ ଥିବା ବା ଚାଲାଣ ନଥିବା ଚାଳକଙ୍କୁ ଲୋୟର ରିସ୍କ ପ୍ରିମିୟମ କିମ୍ବା ସେଫ୍ ଡ୍ରାଇଭିଂ ପ୍ରିମିୟମ ପ୍ରଦାନ ପାଇଁ ଦିଆଯିବ। ଏହି ହାଇୟର୍‌ ରିସ୍କ ପ୍ରିମିୟମ୍ ପଲିସି ପ୍ରତିବର୍ଷ ରିଭ୍ୟୁ କରାଯାଇ ଡ୍ରାଇଭରମାନଙ୍କୁ ଇନସ୍ୟୁରାନ୍ସ ପଲିସି ପ୍ରଦାନ କରାଯିବାକୁ ଯୋଜନା କରାଯାଉଛି ବୋଲି ପରିବହନ ବିଭାଗର ଜଣେ ଅଧିକାରୀ କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।