ଦେଶ ବିଦେଶ ମନୋରଞ୍ଜନ

ଇସ୍ରାଏଲ୍‌ ମଡେଲ ତଥା ଅଭିନେତ୍ରୀ ୟେଲ୍‌ ସେଲ୍ବିୟା ହେଲେ ‘ବିଶ୍ବର ସବୁଠାରୁ ସୁନ୍ଦର ମହିଳା’

ନୂଆଦିଲ୍ଲୀ: ୧୯ ବର୍ଷୀୟା ମଡେଲ୍‌ ୟେଲ୍‌ ସେଲ୍ବିୟା ‘ବିଶ୍ବର ସବୁଠାରୁ ସୁନ୍ଦର ମହିଳା’ ବନିଛନ୍ତି । ଇସ୍ରାଏଲର ମଡେଲ ଏବଂ ଅଭିନେତ୍ରୀ ସେଲ୍ବିୟା ଟିସି କ୍ୟାଣ୍ଡଲରର ବାର୍ଷିକ ‘ବର୍ଷର ୧୦୦ ସୁନ୍ଦର ଚେହେରା’ ତାଲିକାରେ ଶୀର୍ଷରେ ରହିଛନ୍ତି।

ତେବେ ସେ ଏହି ପ୍ରତିଯୋଗିତାରେ ବିଜୟିନୀ ହେବା ପରେ ଅନେକ ତାଙ୍କୁ ପ୍ରଶଂସା କରି ଶୁଭେଚ୍ଛା ଜଣାଇଥିବା ବେଳେ ଆହୁରି ‌ଅନେକ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ତାଙ୍କୁ ‌ଟ୍ରୋଲ୍‌ କରିଥିବାର ଦେଖିବାକୁ ମିଳିଛି।

ଗଣମାଧ୍ୟମରେ ବୟାନ ଦେଇ ୟେଲ୍‌ ସେଲ୍ବିୟା କହିଛନ୍ତି, ‘ମୁଁ ବହୁତ ଭଲପାଇବା ଓ ସମର୍ଥନ ପାଇଛି। ଏମିତି ଅନେକ ମେସେଜ୍‌ ଆସିଛି ଯାହା ମୋତେ ଉତ୍ସାହିତ କରିଛି ଓ ଅନେକ ମେସେଜ୍‌ ମୋତେ ଦୁଃଖୀତ କରିଛି ମଧ୍ୟ। ଘୃଣାକାରୀମାନେ ‌ଯେପରି କହିବା କଥା ସେମାନେ‌ ସେହିପରି ହିଁ କହିଛନ୍ତି। ତାହାକୁ ଧ୍ୟାନ ଦେବାର କୌଣସି ଆବଶ୍ୟକତା ନାହିଁ।’

ଇନ୍‌ଷ୍ଟାଗ୍ରାମ୍‌ରେ ସେଲ୍ବିୟା ତାଙ୍କ ବିଜୟିନୀ ହେବା କଥା ସେୟାର କରିବା ପରେ ତାଙ୍କ ପୋଷ୍ଟ୍‌କୁ ପ୍ରାୟ ୪୦୦୦ ହଜାର କମେଣ୍ଟ ମିଳିଛି। ଅନେକ ବ୍ୟବହାରକାରୀ ତାଙ୍କୁ ସମର୍ଥନ ଦେଇଥିବା ବେଳେ ଆହୁରି ‌ଅନେକ ଜଣକ #ଅଗ୍‌ଲିକୁଇନ୍‌ ବୋଲି ଲେଖି ଟ୍ରୋଲ୍‌ କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ