ଦେଶ ବିଦେଶ ମନୋରଞ୍ଜନ

ଇସ୍କରୁ ଅରୁନ୍ଧତୀ

‘କିଏ ହେବ ମୋ ହିରୋଇନ୍’ର ମୁକୁଟ ବିଜୟିନୀ ଏଲିନା ଚଳଚ୍ଚିତ୍ର ‘ଇସ୍କ ତୁ ହି ତୁ’ ମାଧ୍ୟମରେ ବଡ଼ ପରଦାରେ ପାଦ ଥାପିଥିଲେ। ଏହାପରେ କେହି ନୁହେଁ କାହାର, ଜଗା ହାତରେ ପଘା (ରିମେକ), ଲଭ୍ ଷ୍ଟେସନ୍, ଝିଅଟା ବିଗିଡ଼ି ଗଲା, ଅଭୟ ଆଦି ଚଳଚ୍ଚିତ୍ରର ନାୟିକା ସାଜି ଏଲିନା ନିଜ ନୃତ୍ୟ ଓ ଅଭିନୟର ନିପୁଣତା ପ୍ରଦର୍ଶନ କରିଛନ୍ତି। ଏହା ଭିତରେ ଏଲିନାଙ୍କ ଅଭିନୟ ମଧ୍ୟ ପରିପକ୍ବ ହେଇଛି। ତେବେ ପୂଜା ଅବସରରେ ମୁକ୍ତିଲାଭ କରିବାକୁ ଥିବା ଆକ୍ସନ୍ ବେସଡ ମୁଭି ‘ଅରୁନ୍ଧତୀ’ରେ ଏଲିନା ମୁଖ୍ୟ ନାରୀ ଚରିତ୍ର ଅରୁନ୍ଧତୀ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି।

ରମେଶ ବାରିକ ଓ ଅଜିତାଭ ମଲ୍ଲିକଙ୍କ ପ୍ରଯୋଜିତ ଏଇ ସିନେମାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର। ଏଥର ପୂଜା ସିଜିନ୍‌ରେ ‘ଅରୁନ୍ଧତୀ’ ହେଉଛି ସବୁଠୁ ବିଗ୍ ବଜେଟ୍‌ର ସିନେମା। ନିକଟରେ ‘ସଲାମ୍‌ ଭୁବନେଶ୍ବର’ ସିନେମାରେ ମୁଖ୍ୟ ଚରିତ୍ର ଭାବେ ଚୁକ୍ତି କରିଥିବା ରାଜବୀର ରିଲିଜ୍ କରିବାକୁ ଯାଉଥିବା ‘ଅରୁନ୍ଧତୀ’ରେ ମଧ୍ୟ ନାୟକ ଭୂମିକାରେ ଅଛନ୍ତି। ବେଙ୍ଗଲୀ ମୁଭି ‘ଭୋକାତା’ରେ ଅଭିନୟ କରିଥିବା ଏଲିନାଙ୍କ ହାତରେ ଏବେ ଅଫର୍‌ ପରେ ଅଫର୍। ଶୁଣାଯାଉଛି ନିର୍ମାଣ ହେବାକୁଥିବା ‘ଡୁପ୍ଲିକେଟ୍ ଭଗବାନ’, ‘ପ୍ରେମରେ ମୁଁ ଏମବିବିଏସ୍’, ‘ପ୍ରେମ ଦିୱାନୀ’ ଓ ‘ଗଜପତି’ ଆଦି ଚଳଚ୍ଚିତ୍ରରେ ଏଲିନାଙ୍କୁ ମଧ୍ୟ ନାୟିକା ଭାବେ ଦେଖିବାକୁ ମିଳିବ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ