ଖେଳ ଦେଶ ବିଦେଶ

ଇଷ୍ଟ୍‌ ବେଙ୍ଗଲକୁ ଆଜି ଭେଟିବ ଓଡ଼ିଶା ଖେଳ

ଗୋଆ: ଓଡ଼ିଶା ଏଫ୍‌ସି ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା‌ର ସୋମବାର ମ୍ୟାଚ୍‌ରେ ଏସ୍‌ସି ଇଷ୍ଟ୍‌ ବେଙ୍ଗଲକୁ ଭେଟିବ। ଏହି ଭୁବନେଶ୍ବର ଭିତ୍ତିକ ଦଳ ନିଜ ଶେଷ ୩ ମ୍ୟାଚ୍‌ରେ ବିଜୟ ଶୂନ୍ୟ ରହିଛି। ତେବେ ତିଲକ ମୈଦାନରେ ଖେଳାଯିବାକୁ ଥିବା ଇ‌ଷ୍ଟ୍‌ ବେଙ୍ଗଲ ବିପକ୍ଷ ମ୍ୟାଚ୍‌ ଜିତି ସେମିଫାଇନାଲ୍‌ ଆଶା ଉଜ୍ଜୀବିତ ରଖିବା ଲାଗି ପ୍ରଶିକ୍ଷକ କିନୋ ଗାର୍ସିଆ ଦଳ ପଡ଼ିଆକୁ ଓହ୍ଲାଇବ। ସଂପ୍ରତି ଦଳ ୧୪ ମ୍ୟାଚ୍‌ ଖେଳି ୫ ବିଜୟ, ୩ ଅମୀମାଂସିତ ଓ ୬ ପରାଜୟରୁ ୧୮ ପଏଣ୍ଟ୍‌ ପାଇ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି। ଚଳିତ ଆଇଏସ୍‌ଏଲ୍‌ରେ ଇଷ୍ଟ୍‌ ବେଙ୍ଗଲ ବିପକ୍ଷ ପ୍ରଥମ ମ୍ୟାଚ୍‌କୁ ଓଡ଼ିଶା ଏଫ୍‌ସି ୬-୪ ଗୋଲ୍‌ରେ ଜିତିଥିଲା। ‌‌ତେଣୁ ଏହି ମ୍ୟାଚ୍‌ରେ ଓଡ଼ିଶା ଆଗରେ ରହିବାର ଆଶା ରହିଛି। ଅନ୍ୟପକ୍ଷ‌ରେ ଇଷ୍ଟ ବଙ୍ଗେ ୧୫ ମ୍ୟାଚ୍‌ ଖେଳି ୧ ବିଜୟ ଏବଂ ୭ ଲେଖାଏଁ ପରାଜୟ ଓ ଅମୀମାଂସିତରୁ ୧୦ ପଏଣ୍ଟ୍‌ ପାଇ ଟେବୁଲର ଦଶମ ସ୍ଥାନରେ ରହିଛି। କେବଳ ଏହି ଦଳ ଏଫ୍‌ସି ଗୋଆକୁ ପରାସ୍ତ କରିବାକୁ ସକ୍ଷମ ହୋଇଛି। ହେଲେ ଗତ ମ୍ୟାଚ୍‌ରେ ଚେନାୟିନ୍‌ ଏଫ୍‌ସି ବିପକ୍ଷରେ ଅମୀମାଂସିତ ରଖିଥିବାରୁ ଦଳର ମନୋବଳ ଦୃଢ଼ ରହିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ