ସ୍ପେଶାଲ ରିପୋର୍ଟ

ଇପିଏଫ୍‌ଓ ସର୍ବନିମ୍ନ ପେନ୍‌ସନ୍ ବଢ଼ିପାରେ: ବିଚାରବିମର୍ଶ ଚାଲିଛି

ନୂଆଦିଲ୍ଲୀ, ୩୦/୭: ଗତ ୬ ବର୍ଷରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ରେ ୬.୨ କୋଟି ସଦସ୍ୟ ଯୋଡ଼ିହୋଇଛନ୍ତି। କେବଳ ଚଳିତ ବର୍ଷର ମେ’ ମାସରେ ୧୯ ଲକ୍ଷ ‌ସଦସ୍ୟ ସାମିଲ ହୋଇଥିଲେ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଇପିଏଫ୍ଓ ସଦସ୍ୟଙ୍କ ପାଇଁ ସର୍ବନିମ୍ନ ପେନ୍‌ସନ୍‌କୁ ବର୍ତ୍ତମାନର ୧୦୦୦ ଟଙ୍କାରୁ ବଢ଼ାଇ ଅଧିକ କରିବା ଉପରେ ବିଚାର ଚାଲିଛି। ନୂଆ ଶ୍ରମ ନିୟମ କାର୍ଯ୍ୟକାରୀ କରିବା ବିଷୟରେ ମଧ୍ୟ ସରକାର ବିଚାର କରୁଛନ୍ତି। କିନ୍ତୁ ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନିର୍ଧାରଣ କରାଯାଇନାହିଁ।
ସରକାରୀ ତଥ୍ୟ ଅନୁସାରେ ୨୦୨୩-୨୪ରେ ଇପିଏଫ୍‌ଓରେ ୧.୩ କୋଟିରୁ ଅଧିକ ସଦସ୍ୟ ଯୋଡ଼ି ହୋଇଥିଲେ। ୨୦୧୮ ଏପ୍ରିଲ୍ ପରଠାରୁ ଇପିଏଫ୍‌ଓ ମାସିକ ନୂଆ ସଦସ୍ୟ ତଥ୍ୟ ଜାରି କରୁଛି। ଇଫିଏଫ୍‌ଓରେ ନିର୍ମାଣ, ବୟନ, ଇଞ୍ଜିନିୟରିଂ ଉତ୍ପାଦ, ଠିକାସଂସ୍ଥା, ଟ୍ରେଡିଂ ସଂସ୍ଥା, ବିଡି ପ୍ରସ୍ତୁତି ଓ ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମରୁ ଅଧିକ ସଂଖ୍ୟାରେ ସଦସ୍ୟ ଯୋଡ଼ିହେଉଛନ୍ତି।
ଚଳିତ ବର୍ଷ ବଜେଟ୍‌ରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ଯୋଜନା ଘୋଷଣା କରାଯାଇଛି ଯାହାର ପ୍ରଭାବରେ ୫ ବର୍ଷରେ ୪.୧ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ପ୍ରଥମ ଥର ଚାକିରିରେ ଯୋଗଦେବାକୁ ଯାଉଥିବା କର୍ମଚାରୀମାନଙ୍କ ଏକ ମାସର ଦରମା କେନ୍ଦ୍ର ସରକାର ବହନ କରିବେ। ଏଥି ସହିତ ନିଯୁକ୍ତିଦାତାଙ୍କ ଇପିଏଫ୍‌ ଅବଦାନ ଫେରସ୍ତ କରିବା ଲାଗି ମଧ୍ୟ ଘୋଷଣା କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

“ମୋ ଧାମ ମୋ ଗର୍ବ” ସ୍ୱଛତା ସଚେତନତା କାର୍ଯ୍ୟରେ ପୁରୀରୁ ୩୫ ମେଟ୍ରିକ ଟନ ଅଳିଆ ସଂଗ୍ରହ

ପୁରୀ: ଶ୍ରୀକ୍ଷେତ୍ର ପୁରୀକୁ ଦେଶର ଏକ ନମ୍ବର ସ୍ଵଚ୍ଛତା ସହର କରିବା ଲକ୍ଷ ରଖି ପ୍ରଶାସନ ପକ୍ଷରୁ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଗତ
ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ବଜାରକୁ ଆସିଗଲା ଉଡ଼ନ୍ତା କାର ! ମାତ୍ର ୩ ମିନିଟରେ ହେଉଛି ଜାହାଜରେ ପରିଣତ

ନୂଆଦିଲ୍ଲୀ: ଉଡ଼ନ୍ତା କାର ଆମେ ପ୍ରଥମେ ୨୦୫୦ ଚଳଚିତ୍ରେ ଦେଖିଥିବା । ତାହା ପୁଣି ପୁରା କାଳ୍ପନିକ । ସେହି ଫିଲ୍ମରେ ଏହା ଦର୍ଶାଯାଇଥିଲାଯେ ଆମ ବିଶ୍ୱ