ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଇତିହାସ ରଚିଲେ ଷ୍ଟାର୍ ଟେନିସ୍ ଖେଳାଳି ଇଗା, ହାସଲ କଲେ ରାଙ୍କ୍ ୧

ନୂଆଦିଲ୍ଲୀ, ୨୭/୦୩: ପୋଲାଣ୍ଡର ଯୁବ ଷ୍ଟାର୍ ଟେନିସ୍ ଖେଳାଳି ଇଗା ସ୍ୱାତେକ୍ ଇତିହାସ ରଚିଛନ୍ତ । ୨୦ ବର୍ଷୀୟା ଇଗା ମିୟାମି ଓପନରେ ଦ୍ୱିତୀୟ ରାଉଣ୍ଡ ଜିତିବା ପରେ ରାଙ୍କିଂ ତାଲିକାରେ ସେ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି । ସେ ବିଶ୍ୱର ଏକ ନମ୍ବର ଖେଳାଳି ହୋଇଥିବା ପ୍ରଥମ ପୋଲାଣ୍ଡ ଖେଳାଳି ଓ ବିଶ୍ୱର ୨୮ତମ ମହିଳା ଖେଳାଳି ଅଟନ୍ତି ।

ଅଷ୍ଟ୍ରେଲିଆ ଖେଳାଳି ଏସଲେ ବାର୍ଟି ହଠାତ ଅବସର ନେବା ପରେ ଶୀର୍ଷ ସ୍ଥାନ ଖାଲି ହୋଇଯାଇଥିଲା । ଯାହାର ଫାଇଦା ଦୁଇ ନମ୍ବର ସ୍ଥାନରେ ଥିବା ଖେଳାଳିଙ୍କୁ ମିଳିଥିଲା । ଦୁଇ ନମ୍ବରରେ ଥିବା ଇଗା ପ୍ରଥମ ରାଙ୍କ୍ ହାସଲ କରିଥିଲେ । ଏହାପୂର୍ବରୁ ଶୁକ୍ରବାର ରାତିରେ ମିୟାମି ଓପନର ଦ୍ୱିତୀୟ ରାଉଣ୍ଡରେ ଇଗା ସ୍ୱିଜରଲାଣ୍ଡର ଭିକ୍ଟୋରିଆ ଗୋଲୁବିକଙ୍କୁ ୬-୨,୬-୦ ସେଟରେ ହରାଇଥିଲେ ।

ଟୁର୍ଣ୍ଣାମେଣ୍ଟ ସରିବା ପରେ ଏପ୍ରିଲ ୪ରେ ରାଙ୍କିଂ ଅପଡେଟ୍ ହେବ । ଏହାପରେ ଏସଲେଙ୍କ ନାଁ ହଟାଇ ବିଧିବଦ୍ଧ ଭାବେ ଇଗାଁଙ୍କ ନାଁ ସ୍ଥାନ ପାଇବ ।

ଇଗା ଗତ କିଛି ଦିନ ଧରି ଟେନିସରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଚି କରିପାରିଛନ୍ତି । ୨୦୧୬ରେ ତାଙ୍କର ରାଙ୍କ୍ ୯୦୩ ଥିଲା । ଏହାପରେ ୨୦୧୮ରେ ସେ ୫୦୦ ରାଙ୍କରେ ରହିଥିଲେ । ୨୦୨୦ରେ ତାଙ୍କ ରାଙ୍କ୍ ୧୭ ଓ ୨୦୨୧ରେ ୯ ଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ