ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ଓଡ଼ିଆ ପ୍ରଫେସର

ଭୁବନେଶ୍ବର : ବିଶିଷ୍ଟ ସମାଲୋଚକ, ଗବେଷକ ପ୍ରଫେସର ଉଦୟନାଥ ସାହୁ ତିନିଟି ଭାଷାରେ ମହାଭାରତ ଓ ଶ୍ରୀମଦ୍‌ଭାଗବତର ତୁଳନାତ୍ମକ ଅଧ୍ୟାୟନ ରଚନା କରି ‘ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌-୨୦୨୨’ରେ ସ୍ଥାନ ପାଇବାର ଗୌରବ ଲାଭ କରିଛନ୍ତି। ଏହି ସ୍ବୀକୃତି ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ସାହିତ୍ୟିକ। ‘ବୁକ୍ ଅଫ୍ ରେକର୍ଡସ୍‌’ ସଂସ୍ଥାର ଭିଏତନାମ ସ୍ଥିତ ହୋ ଚି ମିନ୍ ସହରରେ ଥିବା ମୁଖ୍ୟାଳୟ ତରଫରୁ ଗତ ୭ ତାରିଖରେ ତାଙ୍କୁ ଏକ ଫଳକ ଓ ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ପ୍ରଫେସର ସାହୁ ବର୍ତ୍ତମାନ ନୂଆଦିଲ୍ଲୀର ଜୱାହରଲାଲ ନେହରୁ ବିଶ୍ବବିଦ୍ୟାଳୟର ଭାରତୀୟ ଭାଷା କେନ୍ଦ୍ରରେ ‘ଆଦିକବି ସାରଳା ‌ଦାସ ଚେୟାର’ର ପ୍ରଥମ ପ୍ରଫେସର ଭାବରେ ଅଧିଷ୍ଠିତ ଅଛନ୍ତି। ଓଡ଼ିଆ, ବଙ୍ଗଳା ଓ ଅସମୀୟା ଭାଷାରେ ରଚିତ ସାରଳା ମହାଭାରତ ଓ ସଂସ୍କୃତ ମହାଭାରତର ତୁଳନାତ୍ମକ ଅଧ୍ୟୟନ ଦିଗରେ ତାଙ୍କର ବିଶେଷ ଅଭିଜ୍ଞତା ରହିଛି। ସେ ପ୍ରାଚୀନ, ମଧ୍ୟଯୁଗୀୟ ଏବଂ ଆଧୁନିକ ଓଡ଼ିଆ ସାହିତ୍ୟ ସଂପର୍କରେ ଅନେକ ଗବେଷଣା ପୁସ୍ତକ ରଚନା କରିଛନ୍ତି। ତାଙ୍କର ବହୁ ଇଂରେଜୀ ପ୍ରବନ୍ଧ ଆନ୍ତର୍ଜାତିକ ପତ୍ରପତ୍ରିକାରେ ପ୍ରକାଶ ପାଇଛି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି