ରାଜ୍ୟ ସ୍ପେଶାଲ ରିପୋର୍ଟ

ଇଡିରେ ପୁଣି ହାଜର ହେଲେ ଅକ୍ଷୟ ପରିଜା, ମଙ୍ଗଳବାର ହୋଇଥିଲେ ୯ଘଣ୍ଟାର ଜେରା

ଭୁବନେଶ୍ୱର ୨୩।୧୧ : ଇଡିରେ ପୁଣି ହାଜର ହେଲେ ଅକ୍ଷୟ ପରିଜା । ମଙ୍ଗଳବାରର ୯ ଘଣ୍ଟା ଜେରା ପରେ ଆଜି ପୁଣି ହାଜର ହୋଇଛନ୍ତି ଫିଲ୍ମ ନିର୍ଦ୍ଦେଶକ । ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଏବଂ ଅର୍ଥ ହେର୍‌ଫେର୍‌ ମାମଲାରେ ଖୋଳତାଡ଼ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଖବର ଅନୁଯାୟୀ, ଅର୍ଚ୍ଚନା ନାଗଙ୍କ ଆର୍ଥିକ କାରବାର ମାମଲାରେ ଖୋଳତାଡ଼ କରୁଛି ଇଡି । ଏହିକ୍ରମରେ ଓଡିଆ ଫିଲ୍ମ ନିର୍ଦ୍ଦେଶକ ଅକ୍ଷୟ ପରିଜାଙ୍କୁ ନୋଟିସ୍ କରିଥିଲା ଇଡି । ପ୍ରଥମେ କିଛି ସମୟ ମାଗିଥିଲେ ଅକ୍ଷୟ ପରିଜା । କିନ୍ତୁ ମଙ୍ଗଳବାର ଦିନ ଇଡି ଅଫିସରେ ହାଜର ହୋଇଥିଲା । ଦୀର୍ଘ ୯ଘଣ୍ଟା ଧରି ଅକ୍ଷୟ ପରିଜାଙ୍କୁ ଜେରା କରିଥିଲା ଇଡି ।

ସେହିପରି ଶ୍ରଦ୍ଧାଞ୍ଜଳିଙ୍କୁ ମଧ୍ୟ ଜେରା ପାଇଁ ନୋଟିସ କରିଥିଲା ଇଡି । ଶ୍ରଦ୍ଧାଞ୍ଜଳି ମଧ୍ୟ ବୁଧବାର ଦିନ ଇଡି ଅଫିସରେ ହାଜର ହୋଇଛନ୍ତି । ଇଡି ତାଙ୍କୁ ପଚରାଉଚରା କରୁଛି । କିନ୍ତୁ ସେହି ଗୋଟିଏ ଦିନ ସମୟ ପାଖାପାଖିରେ ଅକ୍ଷୟ ପରିଜା ଇଡିରେ ହାଜର ହୋଇଛନ୍ତି । ଯାହାକି ଅନେକ କଥାକୁ ଗୁରୁତ୍ୱ ଦେଉଛି । ଖାସ୍‌ କରି ଉଭୟ ଅକ୍ଷୟ ପରିଜା ଏବଂ ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ଜେରା କରିପାରେ ଇଡି ବୋଲି ଅନୁମାନ କରାଯାଉଛି । କିନ୍ତୁ ଏନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।