ରାଜ୍ୟ ସ୍ପେଶାଲ ରିପୋର୍ଟ

ଇଡିକୁ ତଥ୍ୟ ଦେଲା କମିସନରେଟ ପୁଲିସ: ଆଜି ରିମାଣ୍ଡରେ ଆସିବେ ଅର୍ଚ୍ଚନା

ଭୁବନେଶ୍ବର : ଅର୍ଚ୍ଚନା ନାଗ ମାମଲାରେ ଶେଷରେ ଇଡିକୁ ତଥ୍ୟ ଯୋଗାଇ ଦେଇଛି କମିସନରେଟ ପୁଲିସ। ଉଭୟ ଖଣ୍ଡଗିରି ଓ ନୂଆପଲ୍ଲୀ ଥାନାରେ ଅର୍ଚ୍ଚନା ନାଗଙ୍କ ନାଁରେ ହୋଇଥିବା କେସର ତଥ୍ୟ ଜବତ କରିଥିବା ମୋବାଇଲ ଫୋନ୍, ଲାପଟପ୍, ହାର୍ଡଡିସ୍କ, ଜମିବାଡ଼ି କାଗଜପତ୍ର, ୪ଟି ବ୍ୟାଙ୍କ ଡିଟେଲ୍ସ ଓ ସୁପ୍ରିମ କାର ବଜାର ବ୍ୟବସାୟ ସମ୍ପର୍କରେ ତଥ୍ୟ ଆଦି ରହିଛି। ସେହିପରି ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଗିରଫ କରିବା ବେଳେ ସେମାନଙ୍କ ବୟାନ ପୁଲିସ ନିକଟରେ କ’ଣ ଥିଲା। ଖଗେଶ୍ବରକୁ ପୁଲିସ କାହିଁକି ଗିରଫ କରି ନ ଥିଲା। ଖଗେଶ୍ବର ନିକଟରୁ ପୁଲିସ କ’ଣ ତଥ୍ୟ ପାଇଥିଲା। ଏ ସମ୍ପର୍କରେ ମଧ୍ୟ ସମସ୍ତ ତଥ୍ୟ ପ୍ରଦାନ କରିଛି କମିସନରେଟ ପୁଲିସ।

ଅର୍ଚ୍ଚନା ନାଗ ମାମଲା ପ୍ରଥମେ କମିସନରେଟ ପୁଲିସ ନେଇଥିଲା। ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ତଦନ୍ତ ମଧ୍ୟ ଆରମ୍ଭ କରିଥିଲା। କିନ୍ତୁ ଏତିକି ବେଳେ ଇଡି ପକ୍ଷରୁ ଅର୍ଚ୍ଚନ ନାଗ ମାମଲାର ତଦନ୍ତ ଆରମ୍ଭ ହୋଇଥିଲା। ଖଗେଶ୍ବରକୁ ବାନ୍ଧି ନ ଥିବା କମିସନରେଟ ପୁଲିସ କିନ୍ତୁ ପରବର୍ତୀ ସମୟରେ ଇଡ଼ି ଦ୍ବାରା ବନ୍ଧା ହୋ‌ଇଥିଲା। ଇଡି ତଦନ୍ତକୁ ଆଗକୁ ବଢ଼ାଇବା‌ ପାଇଁ ଦୁଇ ଦୁଇ ଥର ଚିଠି ଲେଖି ଥିଲା। କିନ୍ତୁ ପରେ ଅଭିଯୋଗ ହୋଇଥିଲା କି ଇଡିକୁ କମିସନରେଟ ପୁଲିସ ସହଯୋଗ କରୁ ନାହିଁ ବୋଲି। ଶେଷରେ ଆଜି ଇଡିକୁ ସମସ୍ତ ତଥ୍ୟ ଯୋଗାଇ ଦେଇଛି କମିସନରେଟ ପୁଲିସ।

ଅନ୍ୟପକ୍ଷରେ ଇଡି ପକ୍ଷରୁ ଅର୍ଚ୍ଚନା ନାଗଙ୍କୁ କୋର୍ଟରେ ହାଜର କରାଇ ରିମାଣ୍ଡରେ ନେବାକୁ ଆବେଦନ ହୋଇଥିଲା। ଆଜି ଇଡିର ଏହି ଆବେଦନ ଉପରେ ଶୁଣାଣି ହେବ। ଯଦି ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦିଅନ୍ତି, କମିସନରେଟ ପୁଲିସ ଦେଇଥିବା ତଥ୍ୟକୁ ନେଇ ତାର ତଦନ୍ତକୁ ଜୋରଦାର କରିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।