ରାଜ୍ୟ

ଇଚ୍ଛାମୃତ୍ୟୁ ମାଗିଲେ ବାପା-ମା’, ପୁଅ-ଝିଅ: ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଡମପଡ଼ା: ଇଚ୍ଛାମୃତ୍ୟୁ ମାଗି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କଟକ ଜିଲ୍ଲା ବାଙ୍କୀ-ଡମପଡ଼ା ବ୍ଲକ୍‌ର ଗୋଟିଏ ପରିବାର। ପୁଅ ଓ ଝିଅଙ୍କ ଶରୀର ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି। ୨୪ ଘଣ୍ଟା ବିଛଣାରେ ପଡ଼ି ରହି ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି। ବାପା-ମା’ ବି ରୋଗାକ୍ରାନ୍ତ। ପିଲାଙ୍କ ଚିକିତ୍ସା ପାଇଁ ସର୍ବସ୍ବାନ୍ତ ହୋଇସାରିଲେଣି। ଏ ସମ୍ପର୍କରେ ପ୍ରଶାସନ ଓ ଜନପ୍ରତିନିଧିଙ୍କୁ ବାରମ୍ବାର ଅବଗତ କରିବା ସତ୍ତ୍ବେ କୌଣସି ସରକାରୀ ସହାୟତା ମିଳୁନାହିଁ। ତେଣୁ ରୋଗକଷ୍ଟ, ଭୋକ-ଉପାସରେ ବଞ୍ଚି ରହିବା ଅପେକ୍ଷା ଜୀବନ ହାରିବାକୁ ଅନୁମତି ମାଗି ଏହି ପରିବାର ଜୁଲାଇ ୨୮ ତାରିଖରେ ଚିଠି ଲେଖିଛନ୍ତି।

ବାଙ୍କୀ-ଡମପଡ଼ା ବ୍ଲକ୍‌ ପାଥପୁର ପଞ୍ଚାୟତ ଅମରେନ୍ଦ୍ରପୁରର ବାସିନ୍ଦା ନିରୋଦ ସାହୁ (୫୫) ଓ ବାସନ୍ତୀ ସାହୁ (୪୬)। ୨୦୧୦ରେ ସେମାନଙ୍କ ଝିଅ ପୂଜା ସାହୁ (୨୦) ଓ ୨୦୧୨ରେ ପୁଅ ରାଜା ସାହୁ (୧୭)ଙ୍କର ଗୋଡ଼ହାତ ହଠାତ ଅଚଳ ହୋଇଯାଇଥିଲା। ଦୁଇ ପିଲାଙ୍କୁ ସୁସ୍ଥ କରିବା ପାଇଁ ବାପା-ମା’ ବିଭିନ୍ନ ସରକାରୀ ଓ ବେସରକାରୀ ଡାକ୍ତରଖାନାକୁ ନେଇ ବହୁ ଅର୍ଥ ଖର୍ଚ୍ଚ କରିଥିଲେ। ବିଲବାଡ଼ି ବିକ୍ରି ଓ ବନ୍ଧା ପକାଇ ଏବେ ସର୍ବସ୍ବାନ୍ତ ହୋଇସାରିଲେଣି। ହେଲେ ପୁଅଝିଅଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧୁରୁନାହିଁ। ଏଭଳି ସ୍ଥିତିରେ ସେମାନେ ବି ରୋଗାକ୍ରାନ୍ତ ହୋଇସାରିଲେଣି। ସହଯୋଗ ପାଇଁ ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ବି କୌଣସି ସହାୟତା ମିଳିନାହିଁ। ବାସନ୍ତୀ ଓ ନିରୋଦ ବାତ, ଅର୍ଶ, ହୃଦ୍‌ରୋଗ ଭଳି ରୋଗରେ ପୀଡ଼ିତ ଥିବାରୁ ଆଉ କାମଧନ୍ଦାକୁ ଯାଇ ପାରୁନାହାନ୍ତି। ପିଲାଙ୍କ ଭତ୍ତା ଟଙ୍କା ଓ ରାସନ୍ କାର୍ଡରେ ଖାଲି ଯାହା ୨୦କେଜି ଚାଉଳ ମିଳୁଛି।

ଆଜି ପର୍ଯ୍ୟନ୍ତ ପରିବାରକୁ ଅନ୍ତ୍ୟୋଦୟ ୩୫ କେଜି ଚାଉଳ କିମ୍ବା ଆବାସ ଯୋଜନାରେ ଘର ଖଣ୍ଡିଏ ମିଳି ପାରି ନାହିଁ। ପରିବାରର ଦୁର୍ଦ୍ଦଶା ସମ୍ପର୍କରେ ୨୦୧୬ ମାର୍ଚ୍ଚ ୯ ଓ ଜୁନ୍‌ ୨୦ରେ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ରେଜିଷ୍ଟ୍ରି ଡାକ ଯୋଗେ ଚିଠି ଲେଖି ସହାୟତା କରିବାକୁ ଅନୁରୋଧ କରିଥିଲେ। ସେହିପରି ୨୦୨୦ ଫ୍ରେବୁଆରି ୨୬ରେ କଟକ ଜିଲ୍ଲାପାଳଙ୍କୁ ଚିଠି ଲେଖି ଦୁଃଖ ଜଣାଇଥିଲେ। ହେ‌ଲେ କେଉଁଠୁ କିଛି ସହାୟତା ମିଳୁ ନାହିଁ। ଗ୍ରାମରେ ଥିବା ନିଜ ଭଉଣୀଙ୍କ ମାଟିକାନ୍ଥ ଭଙ୍ଗାଦଦରା ଟାଇଲ୍‌ ଛପର ଘରେ ଦୁଇ ଭିନ୍ନକ୍ଷମ ପିଲାଙ୍କ ସହ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଛନ୍ତି ବାସନ୍ତୀ ଓ ନିରୋଦ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।