ଖେଳ ଦେଶ ବିଦେଶ

ଇଂଲଣ୍ଡ ଗସ୍ତରୁ ଟି-୨୦ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଭାରତ : ଦ୍ରାବିଡଙ୍କ ମାଷ୍ଟରପ୍ଲାନ୍ କହିଲେ ଗାଙ୍ଗୁଲି

ନୂଆଦିଲ୍ଲୀ ୧୯/୦୬: କୋଚ୍ ରାହୁଲ ଦ୍ରାବିଡଙ୍କ ଅଧିନରେ ଭାରତ ଏବେ ଭିନ୍ନ ଭିନ୍ନ ସିରିଜ୍ ଖେଳୁଛି । ଏହାସହ ଦଳର ଲକ୍ଷ୍ୟ ଟି୨୦ ବିଶ୍ୱକପ୍ ଉପରେ ରହିଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ପରେ ଭାରତ ଇଂଲଣ୍ଡ ଗସ୍ତ କରିବ ଓ ସେଠାରେ ହିଁ ବିଶ୍ୱକପର ପ୍ରକୃତ ମିଶନ ଆରମ୍ଭ ହୋଇଯିବ । ଏବେ ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି ମଧ୍ୟ ଟିମ୍ ଇଣ୍ଡିଆର ବିଶ୍ୱକପ ମିଶନ ଉପରେ ନିଜର ମତ ଦେଇଛନ୍ତି । କିପରି ଭାବେ ଦ୍ରାବିଡ ଦଳକୁ ପ୍ରସ୍ତୁତ କରୁଛନ୍ତି ସେନେଇ ମଧ୍ୟ ଗାଙ୍ଗୁଲି କହିଛନ୍ତି ।

ଗାଙ୍ଗୁଲି କହିଛନ୍ତି ଯେ, ଦ୍ରାବିଡ ଖେଳାଳିଙ୍କ ରୋଟେସନ୍ ଉପରେ ଧ୍ୟାନ ରଖିଛନ୍ତି । ଅନେକ ଖେଳାଳିଙ୍କୁ ଗୋଟିଏ ଷ୍ଟେଜରେ ଏକାଠି ଖେଳାଯିବା ନେଇ ବିଚାର ଚାଲିଛି । ଇଂଲଣ୍ଡ ଗସ୍ତରେ ଅନେକ ଖେଳାଳିଙ୍କୁ ମ୍ୟାଚରେ ଦେଖିବାକୁ ମିଳିବ । ଏହି ସବୁ ଖେଳାଳିଙ୍କୁ ଅକ୍ଟୋବରରେ ହେବାକୁ ଥିବା ଟି୨୦ ବିଶ୍ୱକପ୍ ପାଇଁ ସୁଯୋଗ ଦିଆଯାଇପାରେ ।

ସୂଚନାଯୋଗ୍ୟ, ଏବେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି୨୦ ସିରିଜ୍ ଖେଳୁଛି । ଯେଉଁଥିରେ ଋଷଭ ପନ୍ତ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି । ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରିତ ବୁମରାହ, ମହମ୍ମଦ ସାମିଙ୍କ ଭଳି ଖେଳାଳି ସିରିଜ ଖେଳୁନାହାଁନ୍ତି । କେଏଲ ରାହୁଲ ପୂର୍ବରୁ ସିରିଜରେ ଥିଲେ ବି ଆହତଜନିତ ସମସ୍ୟା ପାଇଁ ବାଦ୍ ପଡିଛନ୍ତି ।

ଏହି ସିରିଜ୍ ପରେ ଭାରତର ନଜର ଇଂଲଣ୍ଡ ଉପରେ ରହିବ । ଏଠାରେ ଜୁଲାଇ ୧ରୁ ଟେଷ୍ଟ୍ ମ୍ୟାଚ୍ ଆରମ୍ଭ ହେବ । ଏହାପରେ ତିନିଟିକିଆ ଟି୨୦ ଓ ଦିନିକିଆ ସିରିଜ୍ ଖେଳାଯିବ । ତେବେ ୨୦୨୧ ଟି୨୦ ବିଶ୍ୱକପରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଏବେ ରୋହିତଙ୍କ ନେତୃତ୍ୱ ଓ ଦ୍ରାବିଡଙ୍କ କୋଚିଂରେ ଭାରତ ଇତିହାସ ରଚିବା ଲକ୍ଷ୍ୟରେ ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ