ଖେଳ

‌ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଏଜ୍‌ବଷ୍ଟନ ଟେଷ୍ଟ୍‌ରେ ୧୮ ହଜାର ଦର୍ଶକଙ୍କୁ ଅନୁମତି, ନାବାଳକଙ୍କୁ ବାରଣ

ବିର୍ମିଂହାମ: ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏଜ୍‌ବଷ୍ଟନରେ ଖେଳାଯିବାକୁ ଥିବା ‌ଦ୍ବିତୀୟ‌ ଟେଷ୍ଟ୍‌ରେ ପ୍ରତ୍ୟେକ ଦିନ ୧୮୦୦୦ ଦର୍ଶକଙ୍କୁ ଅନୁମତି ମିଳିଛି। ‌ୟୁକେ ସରକାରଙ୍କ ପାଇଲଟ୍‌ ଯୋଜନା କୋଭିଡ ପରେ ଭିଡ ବଢ଼ାଇବାର ଏହା ପ୍ରଥମ ପ୍ରତିଯୋଗିତା ହେବ। ସଂପ୍ରତି ଇଂଲଣ୍ଡର କରୋନା ନିୟମାନୁସାରେ ଷ୍ଟାଡିୟମରେ ୨୫ ପ୍ରତିଶତ ଦର୍ଶକଙ୍କୁ ଅନୁମତି ରହିଛି। କିନ୍ତୁ ଏହି ଯୋଜନା ଅନୁଯାୟୀ ‌ଜୁନ୍‌ ୧୦ରୁ ୧୪ ପର୍ଯ୍ୟନ୍ତ ଖେଳାଯିବାକୁଥିବା ଏହି ଟେଷ୍ଟ୍‌ ଲାଗି ୭୦ ପ୍ରତିଶତ ପାଇଁ ଅନୁମିତି ମିଳିଛି। ‘‘ଆମ‌େ ଆଉ ଅପେକ୍ଷା କରିପାରିବୁନି। ଆପଣମା‌ନେ ଆମ ସହିତ ରୁହନ୍ତୁ’’ ବୋଲି ଇଂଲଣ୍ଡ କ୍ରିକେଟ୍‌ ତା ଟ୍ବିଟର୍‌ ପୃଷ୍ଠାରେ ଉଲ୍ଲେଖ କରିଛି।

ଏଥିପାଇଁ ଇଂଲଣ୍ଡ ଜନସ୍ବାସ୍ଥ୍ୟ ବିଭାଗ, ଇଂଲଣ୍ଡ ୱେଲ୍ସ କ୍ରିକେଟ୍‌ ବୋର୍ଡ (ଇସିବି), ବିର୍ମିଂହାମ ସହର ପରିଷଦ ଏବଂ ଏଜ୍‌ବଷ୍ଟନ ସୁରକ୍ଷା ପରାମର୍ଶଦାତା ଗୋଷ୍ଠୀ ସହଯୋଗରେ ସାଂସ୍କୃତିକ ସମ୍ପାଦକ ଓଲିଭର ଡଡେନ୍‌ ଚୁକ୍ତି ସ୍ବାକ୍ଷରିତ କରିଛନ୍ତି। ଗେଟ୍‌ରେ ପ୍ରବେଶ ପୂର୍ବରୁ ଦର୍ଶକଙ୍କ ନିକଟରେ ୨୪ ଘଣ୍ଟା ମଧ୍ୟରେ କରିଥିବା କରୋନା ନେଗେଟିଭ୍‌ ରିପୋର୍ଟ ଥିବ ଏବଂ ବୟସ ୧୬ ବର୍ଷରୁ ଊର୍ଦ୍ଧ ହୋଇଥିବ। ହେଲେ ଉଭୟ ଦେଶ ମଧ୍ୟରେ ଲର୍ଡସରେ‌ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ୍‌ ଏହି ପାଇଲଟ୍‌ ଯୋଜନାରେ ନଥିବାରୁ ଏଠାରେ ୭୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିବନି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ