ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଇଂଲଣ୍ଡ୍‌ର ହିଥ୍ରୋ ବିମାନ ବନ୍ଦରରୁ ଜବତ ହେଲା ପାକିସ୍ତାନରୁ ଉତ୍ପାଦିତ ‘ୟୁରାନିୟମ୍‌’ ମିଶ୍ରିତ ସାମଗ୍ରୀ: ରିପୋର୍ଟ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଲଣ୍ଡନ୍‌: ଲଣ୍ଡନ୍‌ର ହିଥ୍ରୋ ବିମାନ ବନ୍ଦରରୁ ‘ୟୁରାନିୟମ୍‌’ ମିଶ୍ରିତ ପଣ୍ୟଦ୍ରବ୍ୟ ଜବତ କରିବା ପରେ ଆତଙ୍କବାଦ ମୁକାବିଲା ନିମନ୍ତେ ଥିବା ବ୍ରିଟିସ୍‌ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ବୁଧବାର ଦିନ ମେଟ୍ରୋପଲିଟାନ୍‌ ପୋଲିସ୍‌ ଫୋର୍ସ କହିଛି ଯେ, ଡିସେମ୍ବର ୨୯ ତାରିଖ ଦିନ ଇଂଲଣ୍ଡ୍‌କୁ ଆସୁଥିବା ଗୋଟିଏ ପ୍ୟାକେଟ୍‌ ସ୍ବଳ୍ପ ପରିମାଣର କୌଣସି ଅପମିଶ୍ରିତ ସାମଗ୍ରୀ ଥିବା ଜଣାପଡ଼ିଥିଲା। ପୁଲିସର ‘କାଉଣ୍ଟର୍‌ ଟେରରିଜମ୍‌ କମାଣ୍ଡ୍‌’ ଘଟଣାର ତଦନ୍ତ କରୁଛି।

କିନ୍ତୁ, ‘ବିବିସି’ ରିପୋର୍ଟ ଅନୁସାରେ, ଧାତବ ଟୁକୁଡ଼ା ପଶିଥିବା ଉକ୍ତ ପ୍ୟାକେଟ୍‌ରେ ‘ୟୁରାନିୟମ୍’ (ଆଣବିକ ବୋମା ପାଇଁ ଆବଶ୍ୟକ ସାମଗ୍ରୀ’) ଥିଲା। ଏହି ଖବରକୁ ପ୍ରଥମେ ରିପୋର୍ଟ କରିଥିବା ସମ୍ବାଦପତ୍ର ‘ଦି ସନ୍‌’ କହିଛି ଯେ, ଏହି ସାମଗ୍ରୀ ଭର୍ତ୍ତିଥିବା ପ୍ୟାକେଟ୍‌ଟି ପ୍ରଥମେ ପାକିସ୍ତାନରେ ପ୍ରସ୍ତୁତ। ପରେ ଓମାନ୍‌ରୁ ଆସୁଥିବା ଏକ ବିମାନରେ ତାହା ଇଂଲଣ୍ଡ୍‌କୁ ଆସିଛି।

ପୋଲିସ୍‌ କମାଣ୍ଡର୍‌ ରିଚାର୍ଡ ସ୍ମିଥ୍‌ କହିଛନ୍ତି ଯେ, ଅପମିଶ୍ରିତ ସାମଗ୍ରୀର ପରିମାଣ ଅତି ସ୍ବଳ୍ପ ହୋଇଥିବାରୁ ଜନସାଧାଣଙ୍କ ପ୍ରତି କୌଣସି ବିପଦ ନ ଥିବା କଥା ବିଶେଷଜ୍ଞମାନେ କହିଛନ୍ତି। ତଥାପି ତଦନ୍ତ ଜାରି ରହିଛି। ଏହା କେଉଁସୂତ୍ରରୁ କେଉଁଥି ପାଇଁ ଆସିଛି ଆମେ ତାହା ଅବଶ୍ୟ ଜାଣିବୁ ଓ ଅଧିକ ସତର୍କତା ଅବଲମ୍ବନ କରିବୁ। ଏ ଘଟଣାରେ ଏଯାବତ୍‌ କାହାରିକୁ ଗିରଫ କରାଯାଇ ନାହିଁ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ