ଦେଶ ବିଦେଶ ମନୋରଞ୍ଜନ

ଆୟେଶା ଶ୍ରଫ୍‌ଙ୍କ ପାଇଁ ଦିଶା ଲେଖିଲେ ସ୍ପେଶାଲ୍‌ ନୋଟ, କହିଲେ- ଦୁନିଆର ସବୁଠୁ ଚମତ୍କାର ବ୍ୟକ୍ତି

ମୁମ୍ବାଇ ୦୬।୦୬ : ବଲିଉଡର ଜଣା ଶୁଣା ଗ୍ଲାମରସ ଅଭିନେତ୍ରୀ ଦିଶା ପାଟାନି। ତାଙ୍କ ସୁନ୍ଦରତା ଓ ଅଭିନୟ ପାଇଁ ଲକ୍ଷ ଲକ୍ଷ ଫ୍ୟାନ୍ସ ଫଲୋର୍ସ ଅଛନ୍ତି । ଏହି ଅଭିନେତ୍ରୀ ଜଣଙ୍କ ଚଳଚ୍ଚିତ୍ର ଜଗତରେ ପାଦ ଦେବା ଦିନରୁ ତାଙ୍କ ନାଁ ସବୁବେଳେ ଟାଇଗର ଶ୍ରଫଙ୍କ ସହ ଜୋଡି ହୋଇ ରହିଛି । ଉଭୟ ସେମାନଙ୍କର ସମ୍ପର୍କକୁ ଗ୍ରହଣ କରନ୍ତି ନାହିଁ, କିନ୍ତୁ ସମୟ ସମୟରେ ସେମାନେ ନିଶ୍ଚିତ ଭାବରେ ଏକତ୍ର ନଜର ଆସିଥାନ୍ତି । ଦିଶା ଅଭିନେତା ଟାଇଗର ଶ୍ରଫ ଏବଂ ତାଙ୍କ ପରିବାର ସହିତ ଅତି ଘନିଷ୍ଠ ସମ୍ପର୍କ ରହିଛି ।

ସେ ପ୍ରତିଦିନ ଟାଇଗରଙ୍କ ପରିବାର ଏବଂ ମାତା ଆୟେଶା ଶ୍ରଫଙ୍କ ବିଶେଷ ଫଟୋ ଏବଂ ଭିଡିଓ ସେୟାର କରିଥା’ନ୍ତି । ଏହି ସମୟରେ ଦିଶା ପୁଣି ଥରେ ନିଜ ଇନଷ୍ଟାଗ୍ରାମରେ ଟାଇଗରଙ୍କ ମା ପାଇଁ ଏକ ଖାସ୍‌ ନୋଟ୍ ଲେଖିଛନ୍ତି । କେବଳ ଏତିକି ନୁହେଁ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

କହିବାକୁ ଗଲେ ଆୟେଶା ଶ୍ରଫ୍ ୫ ଜୁନ୍‌ରେ ତାଙ୍କର ୬୨ ତମ ଜନ୍ମଦିନ ପାଳନ କରିଥିଲେ । ଏହି ବିଶେଷ ଦିନରେ ବଲିଉଡ ତାରକାଙ୍କ ସମେତ ତାଙ୍କ ପରିବାର ଏବଂ ପ୍ରଶଂସକମାନେ ତାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। କିନ୍ତୁ ସମସ୍ତଙ୍କ ଆଖି ଦିଶା ପାଟନିଙ୍କ ପୋଷ୍ଟ ଉପରେ ରହିଥିଲା । ତାହାକୁ ନେଇ ସବୁଆଡେ ଚର୍ଚ୍ଚା ଲାଗି ରହିଛି । ଦିଶା ଆୟେଶାଙ୍କ ପାଇଁ ଏକ ସ୍ୱତନ୍ତ୍ର ପୋଷ୍ଟ ସେୟାର କରି କ୍ୟାପସନରେ ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା । ତୁମେ ସବୁଠାରୁ ସୁନ୍ଦର ଓ ଚମତ୍କାର ବ୍ୟକ୍ତି । ବିନା ସର୍ତ୍ତରେ ଏତେ ପ୍ରେମ ବର୍ଷା କରିଥିବାରୁ ଧନ୍ୟବାଦ, ଆଇ ଲଭ ୟୁ…

କହିବାକୁ ଗଲେ ଟାଇଗର-ଦିଶା ବି-ଟାଉନର ସିକ୍ରେଟ୍‌ କପଲ୍‌ ଭାବେ ପ୍ରସିଦ୍ଧ। ଦୁହିଁଙ୍କ ଫିଟନେସ୍ ବିଷୟରେ ଖୁବ୍‌ ଚର୍ଚ୍ଚା ଲାଗି ରହିଥାଏ। ଏହି ସମୟରେ, ଦୁହେଁ ସୋସିଆଲ ମିଡିଆରେ ଖୁବ୍‌ଆକ୍ଟିଭ୍ ଥାନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ