ଖେଳ ଦେଶ ବିଦେଶ

ଆୟର୍ଲାଣ୍ଡ୍ ୫ ରାଷ୍ଟ୍ରୀୟ କନିଷ୍ଠ ହକି: ଭାରତୀୟ ଦଳରେ ମମିତା, ଜ୍ୟୋତି, ନିକିତା ଓ ‌ଦୀପି

ଭୁବନେଶ୍ବର: ଆୟର୍ଲାଣ୍ଡ୍‌ର ଡବ୍‌ଲିନଠାରେ ଜୁନ୍ ୧୯ରୁ ୨୬ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ୟନିଫର ୫ ରାଷ୍ଟ୍ରୀୟ କନିଷ୍ଠ ମହିଳା (୨୩ ବର୍ଷରୁ କମ୍) ହକି ପ୍ରତିଯୋଗିତା ଲାଗି ହକି ଇଣ୍ଡିଆ ବୁଧବାର ୨୦ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଏହି ଦଳରେ ଓଡ଼ିଶାର ମମିତା ଓରାମ, ଜ୍ୟୋତି ଛତ୍ରୀ, ନିକିତା ଟପ୍ପୋ ଓ ଦୀପି ମୋନିକା ଟପ୍ପୋ ସ୍ଥାନ ପାଇଛନ୍ତି। ବୈଷ୍ଣବୀ ଫାଲକେ ଦଳର ଅଧିନାୟିକା ନିଯୁକ୍ତ ହୋଇଥିଲା ବେଳେ ମୁମତାଜ ଖାନ୍ ଉପଅଧିନାୟିକା ପଦ ପାଇଛନ୍ତି। ଭାରତ ତା’ର ପ୍ରଥମ ମ୍ୟାଚ୍ ଜୁନ୍ ୧୯ରେ ଆୟୋଜକ ଆୟର୍ଲାଣ୍ଡ ବିପକ୍ଷରେ ଖେଳିବ। ସେହିଭଳି ଜୁନ୍ ୨୦ରେ ଦ୍ବିତୀୟ ମ୍ୟାଚ୍ ନେଦରଲାଣ୍ଡ୍ସ ଏବଂ ଜୁନ୍ ୨୨ରେ ୟୁକ୍ରେନ୍ ବିପକ୍ଷରେ ତୃତୀୟ ଏବଂ ଜୁନ୍ ୨୩ରେ ଆମେରିକା ବିପକ୍ଷରେ ଚତୁର୍ଥ ତଥା ଶେଷ ଲିଗ୍ ମ୍ୟାଚ୍ ପାଇଁ ପଡ଼ିଆକୁ ଓହ୍ଲାଇବ।

ରାଉଣ୍ଡ-ରବିନ ଭିତ୍ତିରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାର ଶୀର୍ଷ ଦୁଇ ଦଳ ଜୁନ୍ ୨୬ରେ ଖେଳାଯିବାକୁ ଥିବା ମେଗା ଫାଇନାଲ୍‌ରେ ମୁହାଁମୁହିଁ ହେବେ। ସେହିଦିନ ମଧ୍ୟ ତୃତୀୟ ଏବଂ ଚତୁର୍ଥ ସ୍ଥାନ ପାଇଁ ମ୍ୟାଚ୍ ଖେଳାଯିବ। ଭାରତ ବ୍ୟତୀତ ଏହି ପ୍ରତିଯୋଗିତାରେ ଆୟର୍ଲାଣ୍ଡ, ଆମେରିକା, ୟୁକ୍ରେନ୍ ଓ ନେଦରଲାଣ୍ଡ୍ସ ଅଂଶଗ୍ରହଣ କରିବେ। ଭାରତୀୟ ଦଳ: ଖୁସ୍‌ବୁ, କୁର୍ମାପୁ ରମ୍ୟା (ଗୋଲ୍‌ରକ୍ଷକ), ପ୍ରୀତି, ମମିତା ଓରାମ, ମହିମା‌ ‌ଟେଟେ, ନୀଲମ, ହ୍ରିତିକା ସିଂହ (ରକ୍ଷଣଭାଗ), ମଞ୍ଜୁ ଚୌରାସିଆ, ବୈଷ୍ଣବୀ ବିଠଲ ଫାଲ୍‌କେ (ଅଧିନାୟିକା), ଜ୍ୟୋତି ଛତ୍ରୀ, ହୀନା ବାନୋ, ନିକିତା‌ ଟପ୍ପୋ, ଅଶ୍ବିନୀ କୋଲେକର, ରୁତୁଜା ଦାଦାସୋ ପିସାଲ (ମଧ୍ୟଭାଗ), ଅନୁ, ବିୟୁଟୀ ଡୁଙ୍ଗଡୁଙ୍ଗ, ମୁମତାଜ ଖାନ୍ (ଉପଅଧିନାୟିକା), ଦୀପିକା ସୋରେଙ୍ଗ୍, ଦୀପି ମୋନିକା ଟପ୍ପୋ, ମୁଦୁଗଲା ଭବାନୀ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ