ରାଜ୍ୟ ସ୍ପେଶାଲ ରିପୋର୍ଟ

ଆହୁରି ଥରିବେ ଲୋକେ, ସପ୍ତାହ ଯାଏ ରାଜ୍ୟରେ ବଢିବ ଶୀତ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ୱର ୦୪।୧୨ : ଆସନ୍ତା ସପ୍ତାହ ଯାଏ ରାଜ୍ୟରେ ଶୀତ ବଢିବ । ପରେ ତାପମାତ୍ରା ଧୀରେ ଧୀରେ କମିବ । କେନ୍ଦ୍ରୀୟ ଭାରତରେ ସୃଷ୍ଟି ହୋଇଥିବା ଗୁରୁଚାପ ବଳୟ ୭ ତାରିଖ ଯାଏ ରହିବ । ଦିନରେ ପାଗ ଖରାଟିଆ ଓ ଶୁଖିଲା ରହିିବ । ତେବେ ଥଣ୍ଡା ବଢିବ । ୮ରୁ ଶୀତ କମିପାରେ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

୮ରେ ଉତ୍ତରା ଥଣ୍ଡା ପବନ ପରିବର୍ତ୍ତେ ଉତ୍ତର ପୂର୍ବ ଦିଗରୁ ପବନ ବହିବ । ୯ରୁ ୧୧ ଭିତରେ ବଙ୍ଗୋପସାଗରୀୟ ପୂର୍ବା ପବନ ବହିବ । ଏଥିପାଇଁ ସାରା ରାଜ୍ୟରେ ଶୀତ କମିବାର ସମ୍ଭାବନା ଅଛି । ୩ରୁ ୫ ତାରିଖ ଭିତରେ ଦକ୍ଷିଣ ଉପକୂଳ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧ରୁ ୧.୫ ଡିଗ୍ରୀ କମିପାରେ । ୩ରୁ ୬ ଭିତରେ ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣ ଉତ୍ତରରେ ୨ଡିଗ୍ରୀ କମିପାରେ । ୩ରୁ ୭ ଯାଏ ଦକ୍ଷିଣ ଆଭ୍ୟନ୍ତର, କେନ୍ଦ୍ରୀୟ ଓ ପଶ୍ଚିମ ଓଡିଶାରେ ୪ରୁ ୫ ଡିଗ୍ରୀ କମିପାରେ ।

୮ରୁ ଶୀତ କମିବ । ୮ ଓ ୯ ତାରିଖ ଦୁଇ ଦିନ ଭୁବନେଶ୍ୱର ସମେତ ଦକ୍ଷିଣ ଉପକୂଳରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ କମିପାରେ । ୯ରୁ ୧୧ ଭିତରେ ଦକ୍ଷିଣ ଆଭ୍ୟନ୍ତରରେ ୬ ଡିଗ୍ରୀ ଓ ଉତ୍ତର ଆଭ୍ୟନ୍ତରରେ ସର୍ବନିମ୍ନ ତାପମାତ୍ରା ୪ଡିଗ୍ରୀ ବଢିବ । ତାପମାତ୍ରା ବଢିବା ଯୋଗୁ ଶୀତ କମିଯିବ ବୋଲି ଡ.ପଶୁପାଳକ କହିଛନ୍ତି ।

ଦକ୍ଷିଣ ବଙ୍ଗୋପସାଗରରେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଗଭୀର ଅବପାତ ରୂପ ନେଇପାରେ । ଅଧିକ ଘନୀଭୂତ ହେବାର ସମ୍ଭାବନା ଥିଲେ ବି ତାମିଲନାଡୁ ଉପକୂଳରେ ଏହା ୯ ତାରିଖ ସୁଦ୍ଧା ଦୁର୍ବଳ ହୋଇଯିବ ବୋଲି ସେ କହିଛନ୍ତି । ୮ରୁ ୧୧ ଭିତରେ ତାପମାତ୍ରା ବୃଦ୍ଧି ଆର୍ଦ୍ରତା ବଢିବ । ଆଶିଂକ ମେଘୁଆ ପାଗ ସହ କୁହୁଡି ପଡିବ । ଏଥିପାଇଁ ଶୀତଦିନିଆ ପନିପରିବାରେ ରୋଗ ପୋକ ବଢିବାର ସମ୍ଭାବନା ଅଛି ।

ରାଜ୍ୟର ୭ ସହରର ତାପମାତ୍ରା ୧୫ ଡିଗ୍ରୀ ରହିଛି । ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତ କମିଛି । କୋରାପୁଟରେ ସବୁଠୁ କମ୍‌ ୧୧.୫ ଡିଗ୍ରୀ ରେକର୍ଡ ହୋଇଛି ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।