ଖେଳ ଦେଶ ବିଦେଶ

ଆହତ ଇଶାନ କିଷାନ ହସ୍ପିଟାଲରେ ଭର୍ତ୍ତି, ଖେଳିବେନି ତୃତୀୟ ଟି୨୦ !

ନୂଆଦିଲ୍ଲୀ ୨୬/୦୨: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି୨୦ରେ ଓପନର ଇଶାନ କିଷାନ ବଡ ସ୍କୋର କରିବାରେ ଫେଲ୍ ମାରିଥିଲେ । ସେ କେବଳ ୧୬ ରନ୍ କରି ଆଉଟ ହୋଇଥିଲେ । ଲାହିରୁ କୁମାରାଙ୍କ ଏକ ବଲରେ ଇଶାନ କ୍ୟାଚ୍ ଆଉଟ ହୋଇଥିଲେ ।

ଏହି ଛୋଟ ପାଳିରେ ଇଶାନଙ୍କୁ ଏକ ବଡ ସମସ୍ୟାର ସାମ୍ନା କରିବାକୁ ପଡିଥିଲା । ଯେତେବେଳେ ଲାହିରୁ କୁମାରା ବୋଲିଂ କରୁଥିଲେ, ଦ୍ରୁତ ଗତିରେ ଆସିଥିବା ଏକ ବାଉନସର ଇଶାନଙ୍କ ମୁଣ୍ଡରେ ବାଜିଥିଲା । ଏହାପରେ ବି ଇଶାନ ବ୍ୟାଟିଂ ଜାରି ରଖିଥିଲେ । କିନ୍ତୁ ଶେଷରେ ସେ ଆଉଟ ହୋଇଥିଲେ ।

ସୂତ୍ରାନୁସାରେ, ବ୍ୟାଟିଂ ବେଳେ ଆହତ ହୋଇଥିବା ଇଶାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ତୁରନ୍ତ ସିଟି ସ୍କାନ କରାଯାଇଥିଲା । ଏବେ ସେ ଭଲ ଥିବା ଓ ତାଙ୍କୁ ନୀରିକ୍ଷଣରେ ରଖାଯାଇଛି । ତେବେ ସେ ତୃତୀୟ ଟି୨୦ ପାଇଁ ଉପଲବ୍ଧ ହେବେ ନା ନାହିଁ ତାହା ଜଣାପଡିନାହିଁ ।

ଇଶାନଙ୍କ ବ୍ୟତୀତ ଶ୍ରୀଲଙ୍କା ବ୍ୟାଟର ଦିନେଶ ଚାଣ୍ଡିମାଲଙ୍କୁ ମଧ୍ୟ ଫୋର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ଫିଲ୍ଡିଂ କରୁଥିବା ବେଳେ ଆହତ ହୋଇଥିଲେ । ଯଦି ଇଶାନ ତୃତୀୟ ଟି୨୦ରେ ଫିଟ୍ ନହୋଇଥାନ୍ତି ତେବେ ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରଓ୍ୱାଲଙ୍କୁ ସୁଯୋଗ ମିଳିବ । ଏପରି ଭାବେ ଦଳ ନୂଆ ନୂଆ ଖେଳାଳିଙ୍କୁ ପରଖିପାରିବ । ରବି ବିଶ୍ନୋଇ, ଅବେଶ ଖାନ, କୁଳଦୀପ ଯାଦବ, ମହମ୍ମଦ ସିରାଜ ଓ ମୟଙ୍କ ଅଗ୍ରଓ୍ୱାଲଙ୍କ ଭଳି ଖେଳାଳି ମଧ୍ୟ ସୁଯୋଗ ଅପେକ୍ଷାରେ ଅଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ