ମନୋରଞ୍ଜନ

ଆସୁଛି ‘ଶଙ୍ଖା ସିନ୍ଦୂର’

ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୁର’ ରିଲିଜ୍‌ ଅପେକ୍ଷାରେ ରହିଛି। ଏହି ଚଳଚ୍ଚିତ୍ରରେ ନାୟକ ଅଭିଷେକ ଏବଂ ନାୟିକା ଭୂମିକାରେ ଅଛନ୍ତି ଅଙ୍କିତା ଓ ମହିମା। ବନସ୍ବର୍ଣ୍ଣ ଟେଲିଭିଜିନ୍ ପ୍ରାଇଭେଟ୍ ଲିମିଟେଡ୍ ବ୍ୟାନର୍‌ରେ ନିର୍ମିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ବଦ୍ରିନାଥ ପଟ୍ଟନାୟକ ଏବଂ ନିର୍ଦ୍ଦେଶନା ଦେଇଛନ୍ତି ରଂଜିତ ବାରିକ। ଅଭିଜିତ ମଜୁମ୍‌ଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ହ୍ୟୁମାନ୍ ସାଗର, ସ୍ୱୟମ୍ ପାଢ଼ୀ, ଇରା ମହାନ୍ତି, ରୋଜାଲିନ୍‌, ରିଙ୍କି, ନେହା ଓ ନୀହାରିକା ପ୍ରମୁଖ କଣ୍ଠଦାନ କରିଛନ୍ତି। ‘ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର’ ଏକ ନିଚ୍ଛକ ପ୍ରେମ କାହାଣୀ। ଏଥିରେ ପାରିବାରିକ ଡ୍ରାମା ବ୍ୟତୀତ କିଛି ରହସ୍ୟମୟ ଘଟଣା ମଧ୍ୟ ରହିଛି।

ଓଡ଼ିଶାର ୨୫ଟି ସିନେମା ହଲ୍‌ରେ ଫିଲ୍ମଟି ରିଲିଜ୍ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ