ମନୋରଞ୍ଜନ ରାଜ୍ୟ

ଆସୁଛନ୍ତି ‘ଡିଟେକ୍ଟିଭ୍‌ କରନ୍‌-ଅର୍ଜୁନ’: ନାୟିକା ତିନିକୁ ନାୟକ ଦୁଇ, ଦର୍ଶକ ଦେଖିବେ ଦମ୍‌ଦାର୍‌ କମେଡି ସହ ରୋମାନ୍ସ

ଭୁବନେଶ୍ୱର ୦୭।୦୪: ନାୟିକା ତିନିକୁ ନାୟକ ଦୁଇ । ଆଗକୁ ଆସୁଛି ଜୀସାର୍ଥକ ଫିଲ୍ମସ୍‌ ଓ ଲିପ୍ସା ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ ନୂଆ ସିନେମା ‘ଡିଟେକ୍ଟିଭ୍‌ କରନ୍‌- ଅର୍ଜୁନ’ । ଏଥିରେ ଦର୍ଶକ ଦୁଇ ନାୟକଙ୍କ ସହ ତିନି ନାୟିକାଙ୍କୁ ଦେଖିବାକୁ ପାଇବେ ।

କମେଡି କିଙ୍ଗ୍‌ ପପୁ ପମ୍‌ପମ୍‌ଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିବ । ତାଙ୍କ ସହ ପ୍ରଜ୍ଞା ଖଟୁଆଙ୍କ ଦମ୍‌ଦାର୍‌ ଅଭିନୟର ମଜା ପାଇବେ ଦର୍ଶକ । ଉଭୟ ପପୁ ଓ ପ୍ରଜ୍ଞା “କରନ୍‌- ଅର୍ଜୁନ୍‌’ ଭୂମିକାରେ ଅଭିନୟ କରିଥିବା ବେଳେ ତାଙ୍କ ନାୟିକା ସାଜିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ମହାନ୍ତି, ପ୍ରିୟଙ୍କା ମହାପାତ୍ର ଓ ଲିପ୍ସା ମିଶ୍ର । ବଡ଼ କଥା ହେଲା ଦୁଇ ପ୍ରିୟଙ୍କାଙ୍କୁ ନେଇ କରନ୍‌-ଅର୍ଜୁନ୍‌ ଦ୍ୱନ୍ଦ୍ୱରେ ଥିଲାବେଳେ ଆଗକୁ ଦର୍ଶକ ବି ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି । ରହସ୍ୟ, କମେଡି ଓ ରୋମାନ୍ସ ଭରା ଏହି ସିନେମାରେ ପପୁ ଓ ପ୍ରଜ୍ଞାଙ୍କୁ ଦର୍ଶକ ପ୍ରଥମ ଥର ଏକ ଭିନ୍ନ ଭୂମିକାରେ ଆବିଷ୍କାର କରିବେ ।

ଓଲିଉଡ ଦୁଇ ଲୋକପ୍ରିୟ ଷ୍ଟାର୍‌ଙ୍କୁ ଏକାଠି ପାଇବା ସିନେପ୍ରେମୀଙ୍କ ପାଇଁ ନିଶ୍ଚିତ ଖୁସିର ବିଷୟ । କିନ୍ତୁ ଏସବୁ ବାଦ୍‌ ବେଶୀ ଚର୍ଚ୍ଚା ତିନି ନାୟିକାଙ୍କୁ ନେଇ ହେଉଛି । ସିନେମାଟି ରିଲିଜ୍‌ ପରେ ଜଣାପଡ଼ିବ ପ୍ରକୃତ ଦୁଇ ନାୟକ ଓ ତିନି ନାୟିକା ପଛର କାହାଣୀ କ’ଣ ରହିଛି । ସେପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ସିନେମାର ପ୍ରଯୋଜନା ପଛରେ ଅନ୍ୟତମ ନାୟିକା ଲିପ୍ସା ଅଛନ୍ତି ଏବଂ ଏହା ତାଙ୍କର ଦ୍ୱିତୀୟ ପ୍ରଯୋଜିତ ସିନେମା ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ