ରାଜ୍ୟ ସ୍ପେଶାଲ ରିପୋର୍ଟ

ଆସିଲା ପ୍ରଥମ ପର୍ଯ୍ୟାୟ ‘ଆମ ହସ୍ପିଟାଲ’ ତାଲିକା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ରାଜ୍ୟର ସ୍ବାସ୍ଥ୍ୟାନୁଷ୍ଠାନଗୁଡ଼ିକ ୫-ଟି ଅଧୀନରେ ‘ଆମ ହସ୍ପିଟାଲ’ ପରିଚୟ ପାଇବ। ତୃଣମୂଳସ୍ତରରେ ସ୍ବାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲାଗି ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। ପ୍ରଥମ ପର୍ଯ୍ୟାୟ ଜାନୁଆରି ମାସରୁ ଆରମ୍ଭ ହୋଇ ଅକ୍ଟୋବର ପର୍ଯ୍ୟନ୍ତ ଥିବା ବେଳେ ଏଥିରେ କେଉଁ କେଉଁ ହସ୍ପିଟାଲ ସ୍ଥାନ ପାଇବ ତାହାର ତାଲିକା ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, କ୍ୟାପିଟାଲ ହସ୍ପିଟାଲ, ଆରଜିଏଚ୍‌ ସ୍ଥାନ ପାଇଛି। ଏହାସହ ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଗୋଟିଏ ସ୍ବାସ୍ଥ୍ୟାନୁଷ୍ଠାନକୁ ସାମିଲ କରାଯିବ। ତେବେ ଏସବୁ ସ୍ବାସ୍ଥ୍ୟାନୁଷ୍ଠାନ କିଭଳି ଚୟନ କରାଯିବ ତାହା ସଂପର୍କରେ ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି। ଏ ସଂକ୍ରାନ୍ତରେ ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଆଜି ସବୁ ଜିଲ୍ଲାପାଳଙ୍କୁ ପତ୍ର ଲେଖି ଅବଗତ କରିଛନ୍ତି।

ବିଭାଗ ପକ୍ଷରୁ କୁହାଯାଇଛି ଯେ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ଫାଷ୍ଟ ରେଫରାଲ ୟୁନିଟ୍‌(ଏଫ୍‌ଆରୟୁ)କୁ ପ୍ରାଥମିକତା ଦିଆଯିବ। ଯଦି କୌଣସି ନିର୍ବାଚନମଣ୍ଡଳୀରେ ଏଫ୍‌ଆରୟୁରେ ବଡ଼ ଧରଣର ମରାମତି କିମ୍ବା ପରିବର୍ତନ ସମ୍ଭବ ନୁହେଁ, ସେଠାରେ ବିକଳ୍ପଭାବେ ଉପଖଣ୍ଡ କିମ୍ବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ବିଚାରକୁ ନିଆଯିବ। ଏଥିରେ ଯେଉଁ ସ୍ବାସ୍ଥ୍ୟାନୁଷ୍ଠାନରେ ଅଧିକ ‌ସଂଖ୍ୟାରେ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି ତାହା ସ୍ଥାନ ପାଇବ। ଯେଉଁ ସ୍ବାସ୍ଥ୍ୟାନୁଷ୍ଠାନରେ ବଡ଼ ମରାମତିର ଆବଶ୍ୟକତା ରହିଛି କିମ୍ବା କମ୍ ରୋଗୀ ଆସୁଥିବା ସ୍ବାସ୍ଥ୍ୟାନୁଷ୍ଠାନକୁ ପ୍ରଥମ ପର୍ଯ୍ୟାୟରେ ବିଚାରକୁ ନିଆଯାଇନାହିଁ। ଆସନ୍ତା ୫ଦିନ ଭିତରେ ସ୍ବାସ୍ଥ୍ୟାନୁଷ୍ଠାନ ତାଲିକା ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ନିର୍ଦେଶକଙ୍କ ନିକଟକୁ ପଠାଇବାକୁ କୁହାଯାଇଛି।

୫-ଟି ‘ଆମ ହସ୍ପିଟାଲ’ରେ ସ୍ବାସ୍ଥ୍ୟାନୁଷ୍ଠାନର ମରାମତି, ରଙ୍ଗ, ଶୌଚାଳୟ, ପାୱାର ବ୍ୟାକ୍‌ଅପ୍, ଗୋଟିଏ ପ୍ରବେଶ ପଥ, ରୢାମ୍ପ, ବର୍ଜ୍ୟବସ୍ତୁ ପରିଚାଳନା ଭିତ୍ତିଭୂମି, କ୍ୟାମ୍ପସରେ ଆଲୋକୀକରଣ, ପାର୍କିଂ ସେଡ୍‌, ବର୍ଷା ଜଳ ଅମଳ ବ୍ୟବସ୍ଥା, ‌ସୌରଶକ୍ତି ଚାଳିତ ଆଲୋକ ଭଳି ବ୍ୟବସ୍ଥାର ସୁଦୃଢ଼ୀକରଣ ହେବ। ଏହାବାଦ୍ ରୋଗୀଙ୍କ ପାଇଁ ମୌଳିକ ସୁବିଧା, ହେଲ୍‌ପ ଡେସ୍କ, ଓପିଡି/ଆଇପିଡି ରୋଗୀଙ୍କ ପାଇଁ ପିଇବା ପାଣି ବ୍ୟବସ୍ଥା, ଉନ୍ନତ ମାନର ଚିକିତ୍ସା ସୁବିଧା ପାଇଁ ଆବଶ୍ୟକ ସଂଖ୍ୟକ ଡାକ୍ତର, କର୍ମଚାରୀ ନିଯୁକ୍ତି ଓ ନିୟମିତ ବ୍ୟବଧାନରେ ରୋଗୀଙ୍କଠାରୁ ମତାମତ ସଂଗ୍ରହ କରାଯିବ। ସେହିପରି ସମସ୍ତ ଜିଲ୍ଲା/ଉପଖଣ୍ଡ/ଗୋଷ୍ଠୀ ସ୍ବାସ୍ଥ୍ୟାନୁଷ୍ଠାନ ମଧ୍ୟରୁ ୬୦ ପ୍ରତିଶତ ‘କାୟାକଳ୍ପ’ ସାର୍ଟିଫିକେଟ୍‌ ପାଇବା ଉପରେ ଗୁରୁତ୍ବ ଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।